BREAKING
Loading...
:

ଅବକାରୀ ବିଭାଗର ଦେଶୀ ମଦ ଉପରେ ଚଢ଼ାଉ, ଚକ୍ରଗଡ ନଦୀ ପଠା ପାଲଟିଛି ଦେଶୀ ମଦର ପେଣ୍ଠସ୍ଥଳୀ

  ଅବକାରୀ ବିଭାଗର ଦେଶୀ ମଦ ଉପରେ ଚଢ଼ାଉ, ଚକ୍ରଗଡ ନଦୀ ପଠା ପାଲଟିଛି ଦେଶୀ ମଦର ପେଣ୍ଠସ୍ଥଳୀ 

କଟକ(ମଣିଭଦ୍ରା ଖବର) ନରସିଂହପୁର ଅବକାରୀ ବିଭାଗ ପକ୍ଷରୁ ନରସିଂହପୁର ବ୍ଲକ ଅନ୍ତର୍ଗତ ଚକ୍ରଗଡ଼ ମହାନଦୀ ପଠାରେ ଚଢ଼ାଉ କରି ୭୩୫ ଲିଟର ଦେଶୀ ମଦ ଓ ୫ ହଜାର ୫୩୦ ଲିଟର ଗୁଡ଼ ପୋଚ ଜବତ କରିଛି। ଘଟଣାସ୍ଥଳରୁ ମଦ ମାଫିଆ ମାନେ ଫେରାର ହୋଇ ଯାଇଥିବା ବେଳେ ସେମାନଙ୍କ ନାମରେ ଏକ ମାମଲା ରୁଜୁ କରିଛି ଅବକାରୀ ବିଭାଗ  । 

ତେବେ ଘଟଣାରେ ସଂପୃକ୍ତ ସମସ୍ତ ମଦ ବେପାରୀଙ୍କୁ ଖୁବଶିଘ୍ର ଧରାଯିବ ବୋଲି ଅବକାରୀ ବିଭାଗ ସୂଚନା ପ୍ରଦାନ କରିଛନ୍ତି । ଦୀର୍ଘ ଦିନ ହେବ ଚକ୍ରଗଡ ନଦୀପଠା ଦେଶୀ ମଦର ପେଣ୍ଠସ୍ଥଳୀ ପାଲଟିଥିବା ସ୍ଥାନୀୟ ଲୋକେ ପ୍ରକାଶ କରିଥିବା ବେଳେ ଅବକାରୀ ବିଭାଗ ପାଇଁ ମୁଣ୍ଡବ୍ୟଥାର କାରଣ ପାଲଟିଛି । 

ରିପୋର୍ଟ ମାନସ କୁମାର ସାହୁ, କଟକ 

Post a Comment

Previous Post Next Post
Header ADS