ସ୍ଥାୟୀ ବାସିନ୍ଦା ପ୍ରମାଣପତ୍ର ଜାଲିଆତି ହୋଇଥିବା ନେଇ ଅଭିଯୋଗ ଆଣିଲେ ଗ୍ରାମବାସୀ
ବୈପାରିଗୁଡ଼ା (ମଣିଭଦ୍ରା ଖବର) ଅଙ୍ଗନୱାଡ଼ି କର୍ମୀ ନିଯୁକ୍ତି ପାଇବା ପରେ ସ୍ଥାୟୀ ବାସିନ୍ଦା ପ୍ରମାଣପତ୍ର ଜାଲିଆତି କରିଥିବା ନେଇ ଅଭିଯୋଗ ଆଣିଲେ ଗ୍ରାମବାସୀ। ସୂଚନା ମୁତାବକ ବୈପାରିଗୁଡ଼ା ବ୍ଲକ ଅଧିନସ୍ଥ କେନ୍ଦୁଗୁଡ଼ା ଗ୍ରାମପଞ୍ଚାୟତ ଅନ୍ତର୍ଗତ ନନ୍ଦନମାଳ ଗ୍ରାମର ଅଙ୍ଗନୱାଡ଼ି କର୍ମୀ ଅବସର ନେବାପରେ ପ୍ରାୟ ୧ ବର୍ଷ ଧରି ଅଙ୍ଗନୱାଡ଼ି ପଦପୀ ଖାଲି ପଡ଼ିଥିଲା। ପ୍ରାୟ ୧ ବର୍ଷରୁ ଉର୍ଦ୍ଧ୍ବ ଦିନ ଧରି ଖରାଗୁଡ଼ା ଗ୍ରାମର ଅଙ୍ଗନୱାଡ଼ି ନନ୍ଦନମାଳ ଅଙ୍ଗନୱାଡ଼ି କେନ୍ଦ୍ରରେ ଡ୍ୟୁଟି କରି ଆସୁଥିଲେ। ତେବେ ଵିଜ୍ଞାପନ ବାହାରିବା ପରେ ନନ୍ଦନ ମାଳ ଅଙ୍ଗନୱାଡ଼ି କର୍ମୀ ପାଇଁ ଗ୍ରାମର ୪ ଜଣ ମହିଳା ଆବେଦନ କରିଥିଲେ। ଆବେଦନ କରିବା ପରେ ୪ ଜଣ ମହିଳା ମଧ୍ୟରୁ ଚନ୍ଦ୍ରାବତି କାକଲ ପାଡ଼ିଆ ନାମକ ମହିଳାଙ୍କୁ ଚୟନ କରି ଅଙ୍ଗନୱାଡ଼ି ନିଯୁକ୍ତି ଦିଆଯାଇଥିବା ଜଣା ପଡ଼ିଛି। ଏହା ଜାଣିବା ପରେ ନିଯୁକ୍ତି ପାଇଥିବା ଚନ୍ଦ୍ରାବତି କାକଲ ପାଡ଼ିଆଙ୍କ ସ୍ଥାୟୀ ବାସିନ୍ଦା ପ୍ରମାଣପତ୍ର ଜାଲିଆତି ହୋଇଥିବା ନେଇ ନନ୍ଦନମାଳ ଗ୍ରାମବାସୀ ଜିଲ୍ଲାପାଳଙ୍କ ଜନଶୁଣାଣିରେ ଅଭିଯୋଗ କରିବା ସହ ବୈପାରିଗୁଡ଼ା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଭାସ୍କର ଚନ୍ଦ୍ର ସାହୁ ଓ ସ୍ଥାନୀୟ ତହସିଲାଦାର ଶ୍ନିଗ୍ଧାରାଣି ଚୌଧୁରୀଙ୍କ ପାଖରେ ଫେରାଦ ହୋଇଥିବା ଜଣା ପଡ଼ିଛି। ଗ୍ରାମବାସୀଙ୍କ କହିବା ଅନୁଯାୟୀ ନନ୍ଦନ ମାଳ ଗ୍ରାମରେ ଅଙ୍ଗନୱାଡ଼ି କର୍ମୀ ନିଯୁକ୍ତି ପାଇଥିବା ଚନ୍ଦ୍ରାବତି କାକଲପାଡ଼ିଆ ନାମକ ମହିଳା ନନ୍ଦନ ମାଳ ଗ୍ରାମର ହରିହର ମାଝୀ ନାମକ ଯୁବକଙ୍କ ଘରେ ନଭେମ୍ବର ମାସ ୩ ତାରିଖ ଦିନ ବହୁ ହଇ ଆସିଛନ୍ତି। ତେବେ ଚନ୍ଦ୍ରାବତୀ ନାମକ ମହିଳା ହରିହର ମାଝୀ ଘରେ ଗତ ୯ ମାସ ତଳେ ବହୁ ହୋଇ ଆସିଥିବା ବେଳେ ଚନ୍ଦ୍ରବତୀ କାକଲ ପାଡ଼ିଆଙ୍କୁ କେଉଁ ଆଧାରରେ ୨ ବର୍ଷ ୨ ମାସର ସ୍ଥାୟୀ ବାସିନ୍ଦା ପ୍ରମାଣପତ୍ର ମିଳିଛି ବୋଲି ଗତ ବୁଧବାର ଦିନ ନନ୍ଦନ ମାଳ ଗ୍ରାମବାସୀ ସ୍ଥାନୀୟ ତହସିଲଦାରଙ୍କ ପାଖରେ ଅଭିଯୋଗ କରିଛନ୍ତି। ଜଣେ ପୁରୁଷ କିମ୍ବା ମହିଳା ଗୋଟିଏ ଗ୍ରାମରେ ଏକ ବର୍ଷରୁ ଉର୍ଦ୍ଧ୍ବ ସମୟ ଧରି ବସବାସ କରୁଥିବା ପୁରୁଷ କିମ୍ବା ମହିଳାଙ୍କୁ ସ୍ଥାୟୀ ବାସିନ୍ଦା ପ୍ରମାଣପତ୍ର ଯୋଗେଇ ଦେବା ସରକାରଙ୍କ ନିୟମ ରହିଥିବା ବେଳେ ଚନ୍ଦ୍ରାବତି କାକଲ ପଡ଼ିଆ ନନ୍ଦନ ମାଳ ଗ୍ରାମରେ ଆସି ୯ ମାସ ହୋଇଛି ତାକୁ କେଉଁ ଆଧାରରେ ୨ ବର୍ଷ ୨ ମାସର ସ୍ଥାୟୀ ବାସିନ୍ଦା ପ୍ରମାଣପତ୍ର ଯୋଗେଇ ଦିଆ ଯାଇଛି ବୋଲି ସାଧାରଣ ଲୋକଙ୍କ ମନରେ ପ୍ରଶ୍ନ ଉଠୁଛି। ତେବେ ଚନ୍ଦ୍ରାବତୀ କାକଲ ପଡ଼ିଆ ପାଇଥିବା ସ୍ଥାୟୀ ବାସିନ୍ଦା ପ୍ରମାଣପତ୍ର ସଠିକ ଭାବରେ ତଦନ୍ତ କରାଯାଉ ବୋଲି ନନ୍ଦନ ମାଳ ଗ୍ରାମବାସୀ ସାଧାରଣରେ ଦାବୀ କରିଛନ୍ତି। ଘଟଣାକୁ ନେଇ ସଠିକ ଭାବରେ ତଦନ୍ତ କରି ଏହାର ପଦ କ୍ଷେପ ନିଆ ନଗଲେ ନନ୍ଦନ ମାଳ ଗ୍ରାମର ଅଙ୍ଗନ ୱାଡ଼ି କେନ୍ଦ୍ରରେ ତାଲା ଠୁକିବେ ବୋଲି ଗ୍ରାମବାସୀ ଚେତା ବନୀ ଦେଇଛନ୍ତି। ଏପଟେ ନନ୍ଦନ ମାଳ ଗ୍ରାମବାସୀଙ୍କ ଅଭିଯୋଗ ଅନୁଯାୟୀ ଚନ୍ଦ୍ରାବତି କାକଲ ପାଡ଼ିଆଙ୍କ ସ୍ଥାୟୀ ବାସିନ୍ଦା ପ୍ରମାଣପତ୍ରକୁ ସଠିକ ଭାବାରେ ତଦନ୍ତ କରି ପଦକ୍ଷେପ ନିଆଯିବ ବୋଲି ବୈପାରିଗୁଡ଼ା ତହସିଲଦାର ସ୍ନିଗ୍ଧରାଣି ଚୌଧୁରୀ ସୂଚନା ଦେଇଛନ୍ତି।
କୋରାପୁଟରୁ ସେନାପତି ଖରାଙ୍କ ରିପୋର୍ଟ ମଣିଭଦ୍ରା ଖବର
Post a Comment