ମହା ଆଡ଼ମ୍ବରରେ ମୁଜାଗଡ ଠାରେ ଡ଼ାକ ଚୌପାଲ୍ କାର୍ଯ୍ୟକ୍ରମ ଅନୁଷ୍ଠିତ
ଗଞ୍ଜାମ (ମଣିଭଦ୍ରା ଖବର)ଭଞ୍ଜନଗର ନିକଟସ୍ଥ ମୁଜାଗଡ଼ ଠାରେ ଡାକ ଚୌପାଲ କାର୍ଯ୍ୟକ୍ରମ ମହା ସମାରୋହରେ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ସମସ୍ତ ଅତିଥି ମାନଙ୍କୁ ଅପରାହ୍ନ ୩ ଘଣ୍ଟ ୩୦ ମିନଟ ସମୟରେ ଶ୍ରୀ ଦୀପକ କୁମାର ପାଣିଗ୍ରାହୀ (ଡି.ଓ.ପି.ଏଲ୍.ଆଇ) ସମସ୍ତ କର୍ମଚାରୀ ଗହଣରେ ମୂଖ୍ୟ ଅତିଥିଙ୍କୁ ପୁଷ୍ପଗୁଚ୍ଛ ଦେଇ ଶୁଭାଗମନ କରାଇଥିଲେ। ଏହାପରେ ମୂଖ୍ୟ ଅତିଥି ରିଜୁ ଗାଙ୍ଗୁଲି (ପି.ଏମ୍. ଜି) ଙ୍କ ଦ୍ବାରା ଶ୍ରୀଜଗନ୍ନାଥଙ୍କୁ ପୁଷ୍ପମାଲ୍ୟ ଓ ଦୀପ ପ୍ରଜ୍ବଳନ କରାଯାଇଥିଲା। ଭଞ୍ଜନଗର ଶ୍ରୀ ରବି ନାରାୟଣ ବେହେରା (ଏ.ଏସ୍. ପି) ଡାକ ବିଭାଗର ବିଭିନ୍ନ ରକମର ସ୍କିମ୍ ଉପରେ ଆଲୋକପାତ କରିଥିଲେ। କୃଷ୍ଣଚନ୍ଦ୍ର ନାୟକ ମ୍ୟାନେଜର (ଆଇ.ପି.ପି.ବି) ଭଞ୍ଜନଗର ବିଭିନ୍ନ ପ୍ରକାର ସମାଜରେ ଆବଶ୍ୟକତା ଥିବା ବିସୟ ବସ୍ତୁ ଗୁଡିକ ଉପରେ ଆଲୋଚନ କରିଥିଲେ।
ଏବଂ ଡାକ ବିଭାଗର ଅଧିକ୍ଷକ କିରଣବାଳା ପଣ୍ଡା ସୁକନ୍ୟା ସମୃଦ୍ଧି ଯୋଜନା ଉପରେ ଉପସ୍ଥିତ ଥିବା ଗ୍ରାମବାସୀଙ୍କୁ ବୁଝାଇଥିଲେ। ପରେ ବୈଜୟନ୍ତୀ ମାଳା ପ୍ରିୟଦର୍ଶିନୀ ମୁଜାଗଡ଼ ପ୍ରଧାନ ଶିକ୍ଷୟିତ୍ରୀ ଡାକ ବିଭାଗର ସମସ୍ତ ସୁବିଧା ସୁଯୋଗ ଉପରେ ନିଜର ଅନୁଭୂତି ଆଲୋଚନା ମାଧ୍ୟମରେ ଜଣାଇଥିଲା ବେଳେ ଶ୍ରୀଯୁକ୍ତ ରିଜୁ ଗାଙ୍ଗୁଲି ସମସ୍ତଙ୍କୁ ଆନନ୍ଦ ଉଲ୍ଲାସର ସହିତ ମିଷ୍ଠ ଭାଷାରେ ଉଦ୍ ବୋଧନ ଦେଇଥିଲେ। ଯୋଦ୍ଧା ଓଭରସିୟର୍ ଶ୍ରୀ ଆନନ୍ଦ ବେହେରା ଓ ସୂର୍ଯ୍ୟ ନାରାୟଣ ସେଠୀ ଭଞ୍ଜନଗର ସବ୍ ଡିଭିଜନର ସମସ୍ତ ଶାଖା ଡ଼ାକପାଳ ମାନଙ୍କ ଉପସ୍ଥିତି କାର୍ଯ୍ୟ ତ୍ବରାନ୍ବିତ କରିଥିଲେ। ଏହାପରେ କୃତିତ୍ୱ ହାସଲ କରିଥିବା ଡାକ କର୍ମଚାରୀଙ୍କୁ ପୁରସ୍କାର ବଣ୍ଟନ କରାଯାଇଥିଲା। ମାଣିତରା ଡାକଘର ଶ୍ରୀ ବିଭୂତି ଭୂଷଣ ଦାଶ ଏ.ଇ. ପି.ଏସ୍ ୧୯୪୩ ଲୋକଙ୍କୁ ଏକକୋଟି ଛବିଶି ଲକ୍ଷ ଟଙ୍କାର ବ୍ୟବଶାୟ କରି ପ୍ରଥମ ପୁରସ୍କାର ହାସଲ କରିଥିବା ବେଳେ ଖୋଳଖାଳି ଡାକଘର ରୁଦ୍ର ନାରାୟଣ ପୋଲାଇ ଦ୍ବିତୀୟ ସ୍ଥାନ ଓ ଗୋଳାବନ୍ଧ ଡାକଘର ବିଷ୍ଣୁ ପ୍ରସାଦ ପଣ୍ଡା ତୃତୀୟ ସ୍ଥାନ ଅଧିକାର କରି ପୁରସ୍କୃତ ହୋଇଥିଲେ। ଆର୍. ପି. ଏଲ୍. ଆଇ ବ୍ୟବଶାୟ କରି ଛାମୁଣ୍ଡା ଶାଖାପାଳ ଲକ୍ଷ୍ମୀ ନାରାୟଣ ଡାକୁଆ ଏବଂ ମାହାଗୁଡ଼ା ଶାଖାପାଳ ସରୋଜ କୁମାର ଗୌଡ଼ଙ୍କ ସହିତ ଅନ୍ୟାନ୍ୟ ଶାଖାପାଳ ମାନଙ୍କୁ ସର୍ବମୋଟ ୧୨ ଗୋଟି ପୁରସ୍କୃତ କରାଯାଇଥିଲା। ପରିଶେଷରେ ଡି.ଓ.ପି.ଏଲ୍.ଆଇ ଦୀପକ କୁମାର ପାଣିଗ୍ରାହୀ ଧନ୍ୟବାଦ ଅର୍ପଣ କରିଥିଲେ।
ଜ୍ୟୋତି ରଞ୍ଜନ ଗୈାଡ ଗଞ୍ଜାମ
Post a Comment