BREAKING
Loading...
:

ପାଣିରେ ପଡ଼ିଲା ସରକାରୀ ଅର୍ଥ, ଗାଇ ଚରିଗଲେ ବୃକ୍ଷ ରୋପଣ

 ପାଣିରେ ପଡ଼ିଲା ସରକାରୀ ଅର୍ଥ, ଗାଇ ଚରିଗଲେ ବୃକ୍ଷ ରୋପଣ 

ଗଣିଆ(ମଣିଭଦ୍ରା ଖବର) ଗଛଟିଏ ପିଲାଟିଏ । ଘରେ ଯେପରି ଗୋଟିଏ ପିଲାର ଯତ୍ନ ନେଉଛେ ସେହିପରି ଗଛଟିର ଯତ୍ନ ନେଲେ ସେ ଗଛଟି ବଢିବ ଏବଂ ଆମକୁ ଫଳ, ଫୁଲ ସହିତ ଛାଇ ମଧ୍ୟ ଯୋଗାଇବ । ସେଥିପାଇଁ ସରକାର ବୃକ୍ଷ ରୋପଣ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । ବିଭିନ୍ନ ସ୍ବେଛାସେବୀ ଅନୁଷ୍ଠାନ,ବନବିଭାଗ, ଶିକ୍ଷାନୁଷ୍ଠାନ ଜରିଆରେ ଏହି ବୃକ୍ଷ ରୋପଣ କରାଯାଉଛି । କିନ୍ତୁ ଏହାର ଉଚିତ୍ ରକ୍ଷଣାବେକ୍ଷଣ ହେଉଛି କି ନାହିଁ ସେ କଥା କେହି ଚିନ୍ତା କରୁ ନାହାନ୍ତି । କେବଳ ବୃକ୍ଷ ରୋପଣ କରି ଫଟୋ ଉଠାଇ ସୋସିଆଲ ମିଡିଆ, ଗଣମାଧ୍ୟମରେ ଲେଖା ପ୍ରକାଶ ପାଇବା ପରେ ଏଥିପ୍ରତି ଆଉ ଦୃଷ୍ଟି କାହାର ପଡ଼ୁନାହିଁ । ସେପଟେ ଏଥିପାଇଁ ଖର୍ଚ୍ଚ ହେଉଥିବା ଟଙ୍କା "ସରକାର କା ମାଲ୍ ଦରିଆମେ ଡାଲ୍" ନ୍ୟାୟରେ ପାଣିରେ ପଡୁଛି । 

ଗତ ୭ ତାରିଖରେ ଗଣିଆ ରଘୁନାଥ ଜୀଉ ଡିଗ୍ରୀ ମହାବିଦ୍ୟାଳୟର ଜାତୀୟ ସେବା ଯୋଜନାରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ୭ ଦିନ ଧରି ଶିବିରାର୍ଥୀ ମାନେ ପ୍ରୋଗ୍ରାମ ଅଧ୍ୟାପକଙ୍କ ସହାୟତାରେ ଗଣିଆର ବିଭିନ୍ନ ସ୍ଥାନରେ ୪ ଶହରୁ ଅଧିକ ଗଛ ଲଗାଇଥିବା ନେଇ ପ୍ରକାଶ କରିଛନ୍ତି । କିନ୍ତୁ ଏହାର ସତ୍ୟାସତ୍ୟ ଜାଣିବା ପାଇଁ ଆମେ ଗଣିଆ କିଶୋର ଚନ୍ଦ୍ର ସରକାରୀ ଉଚ୍ଚ ବିଦ୍ୟାଳୟରେ ପହଞ୍ଚି ଯାହା ଦେଖିଲୁ ତାହା ବାସ୍ତବ ଚିତ୍ର ଥିଲା । ଗୋଟିଏ ସ୍ଥାନ ବୁଲିବା ପରେ ଅନ୍ୟ ଗୁଡିକ ଆଉ ଦେଖିବା ଆବଶ୍ୟକ ମନେ କଲୁନାହିଁ ଏଥିପାଇଁ ଯେ ଗଣିଆ ହେଡକ୍ବାର୍ଟରରେ ଲଗାଇଥିବା ଗଛର ଅବସ୍ଥା ଯଦି ଏପରି ତେବେ ନୂଆପଡ଼ା ଆଉ ଢୋଲମରା ଅଞ୍ଚଳରେ  ଗଛ ଲଗାଯାଇଛି ନା କେବଳ କାଗଜପତ୍ରରେ ତାହା ସନ୍ଦେହ ସୃଷ୍ଟି କରିଛି । ଗଣିଆରେ ଲଗାଯାଇଥିବା ଗଛ ଗୁଡିକୁ ରକ୍ଷଣାବେକ୍ଷଣ ଅଭାବରୁ ଗାଇ ଚରି ଯାଇଥିବା ଦେଖିବାକୁ ମିଳିଛି । ଗଛ ଉପରେ ନା ଅଛି ଗୋରଡି ନା ଏହାର ଚର୍ତୁପାଶ୍ୱକୁ ପରିସ୍କାର କରାଯାଇଛି । ଘାସ ବୁଦା ଭିତରେ ଗଛ ଲଗାଯାଇଥିବାରୁ ଗାଇ ଗୁଡିକ ଘାସ ଭାବି ଏହାକୁ ଖାଇ ଯାଇଛନ୍ତି । ସରକାରଙ୍କ ଅର୍ଥକୁ ଯଦି ସଠିକ ଉପାୟରେ ବିନିଯୋଗ କରାଯାଇ ଥାଆନ୍ତା ତେବେ ଏଭଳି ଅବସ୍ଥା ହୋଇ ନଥାନ୍ତା ବୋଲି ପରିବେଶବିତ୍ ମାନେ ମତ ଦେଇଛନ୍ତି । ଜାତୀୟ ସେବା ଶିବିରକୁ ଆସୁଥିବା ଅର୍ଥ ସୁଚିନ୍ତିତ ଉପାୟରେ ହରିଲୁଟ କରିବାର ଏହା ଏକ ସୁପରିକଳ୍ପିତ ଯୋଜନା ବୋଲି ସାଧାରଣରେ ଆଲୋଚନା ହେଉଛି । 


ବ୍ୟୁରୋ ରିପୋର୍ଟ ମଣିଭଦ୍ରା ଖବର 

Post a Comment

Previous Post Next Post
Header ADS