BREAKING
Loading...
:

ପଞ୍ଚାୟତ ସମିତିର ଷଷ୍ଠ ଅଧିବେଶନ ଅନୁଷ୍ଠିତ , ଡ଼ାକ୍ତର ନିଯୁକ୍ତି ପାଇଁ ସ୍ବାସ୍ଥ୍ୟ ଅଧିକାରୀଙ୍କ ଦାବି

 ପଞ୍ଚାୟତ ସମିତିର ଷଷ୍ଠ ଅଧିବେଶନ ଅନୁଷ୍ଠିତ , ଡ଼ାକ୍ତର ନିଯୁକ୍ତି ପାଇଁ ସ୍ବାସ୍ଥ୍ୟ ଅଧିକାରୀଙ୍କ ଦାବି

ଗଣିଆ (ମଣିଭଦ୍ରା ଖବର) ଗଣିଆ ବ୍ଳକ ସଭା ଗୃହରେ ଗଣିଆ ପଞ୍ଚାୟତ ସମିତିର ଅଧିବେଶନ ଅନୁଷ୍ଠିତ ହୋଇଯାଇଛି । ବ୍ଳକ ଅଧ୍ୟକ୍ଷା ଝୁନା ଜେନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉକ୍ତ ବୈଠକରେ ବିଧାୟକ ରମେଶ ଚନ୍ଦ୍ର ବେହେରା, ସାଂସଦଙ୍କ ପ୍ରତିନିଧି ଶରତ କୁମାର କର, ଉନ୍ନୟନ ପରିଷଦ ଅଧ୍ୟକ୍ଷା ଜାନକୀ ଦେହୁରୀ,ଜିଲ୍ଲା ପରିଷଦ ସଭ୍ୟ ନରେଶ କୁମାର ବେହେରା, ବିଡ଼ିଓ ଡ଼ା ବେବିତା ମଞ୍ଜରୀ ନାୟକ, ଉପାଧ୍ୟକ୍ଷ ରାଜ କିଶୋର ସାହୁ, ଅତିରିକ୍ତ ବିଡ଼ିଓ ରତନଲାଲ ଲୋହରା,ବ୍ଳକର ବିଭିନ୍ନ ପଞ୍ଚାୟତର ସରପଞ୍ଚ ଏବଂ ସମିତି ସଭ୍ୟଙ୍କ ସମେତ ଶିକ୍ଷା, ସ୍ବାସ୍ଥ୍ୟ, ପାନୀୟ ଜଳ, କୃଷି, ଉଦ୍ୟାନ ବିଭାଗ,ବନ ବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ । ନିର୍ବାଚନ ଯୋଗୁଁ ୮ମାସ ହେବ ସମିତି ବୈଠକ ଅନୁଷ୍ଠିତ ହୋଇପାରିନଥିଲା ବୋଲି ବିଧାୟକ ପ୍ରକାଶ କରିଥିଲେ । ପୂର୍ବ ବୈଠକର ବିବରଣୀ ଦୃଢ଼ୀକରଣ କରିବା ପୂର୍ବରୁ ସେ ସମ୍ପର୍କରେ ଆଲୋଚନା କରିବାକୁ ଗଣିଆ ସରପଞ୍ଚ ମତ ଦେଇଥିଲେ । ବୈଠକକୁ ଆସୁଥିବା ଅନୁଦାନ ସମ୍ପର୍କରେ ଲୋକପ୍ରତିନିଧି ମାନଙ୍କୁ ଅବଗତ କରାଯାଉନଥିବା ଉପାଧ୍ୟକ୍ଷ ରାଜକିଶୋର ସାହୁ ଅଭିଯୋଗ କରିଥିଲେ । 

ଜଗନ୍ନାଥ ପ୍ରସାଦ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକଙ୍କୁ ବଦଳି କରିବାକୁ ଗତ ସଭାରେ ବ୍ଳକ ଅଧ୍ୟକ୍ଷା ଦୃଷ୍ଟି ଆକର୍ଷଣ କରିଥିବା ବେଳେ ବଦଳି କାହିଁକି ହୋଇପାରିନି ବୋଲି ସେ ବ୍ଳକ ଶିକ୍ଷା ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ସଂପୃକ୍ତ ଶିକ୍ଷକ ଜିଲ୍ଲା ଶିକ୍ଷାଧିକାରୀଙ୍କ ପାଖରେ ଚୁକ୍ତି କରି ଠିକରେ ଡ୍ୟୁଟି କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ବୋଲି ଶିକ୍ଷା ଅଧିକାରୀ ଜଣାଇଥିଲେ । ଗଣିଆର ବିଭିନ୍ନ ସ୍ଥାନରେ ଲାଗିଥିବା ହାଇମାକ୍ସ ଲାଇଟ୍ ଗୁଡିକ ଜଳୁନଥିବାରୁ ସେଥିପ୍ରତି ଧ୍ୟାନ ଦେବାକୁ ସଭାରେ ଆଲୋଚନା ହୋଇଥିଲା । ବନ୍ୟା ସମୟରେ ରାସଙ୍ଗ ଠାରୁ ଡଙ୍କାରିସାହି ପର୍ଯ୍ୟନ୍ତ ଥିବା ବିଦ୍ୟୁତ ଖୁଣ୍ଟ ଗୁଡିକ ପାଣିରେ ବୁଡ଼ି ଯାଉଥିବାରୁ ସେଗୁଡିକୁ ଉଚ୍ଚ ସ୍ଥାନକୁ ସ୍ଥାନାନ୍ତର କରିବାକୁ ରାସଙ୍ଗ ସରପଞ୍ଚ ନିବେଦନ କରିଥିଲେ । ଗଣିଆ ମେଡିକାଲରେ ୪ ଜଣ ବିଶେଷଜ୍ଞ ଡାକ୍ତର ପଦବୀ ଥିଲେ ମଧ୍ୟ ୨୦୧୪ ମସିହାରୁ ଏପର୍ଯ୍ୟନ୍ତ ଜଣେ ବି ବିଶେଷଜ୍ଞ ଡାକ୍ତର ନାହାଁନ୍ତି । ଏପରିକି ୨୨ ଜଣ ଡାକ୍ତର ପଦବୀ ଥିଲେ ମଧ୍ୟ ସ୍ବାସ୍ଥ୍ୟ ଅଧିକାରୀଙ୍କ ସମେତ ମାତ୍ର ୫ ଜଣ ଡାକ୍ତର କାର୍ଯ୍ୟ କରୁଛନ୍ତି, ଆବଶ୍ୟକୀୟ ଷ୍ଟାଫ୍ କ୍ୱାର୍ଟର ନାହିଁ,ତଳ ମେଡିକାଲ ପରିସରରେ ଥିବା ମେଡିକାଲ କାର୍ଯ୍ୟାଳୟ ଗୃହ ମରାମତି କରିବାକୁ ସ୍ବାସ୍ଥ୍ୟ ଅଧିକାରୀ ମଧୁସୂଦନ ଦାସ ଅନୁରୋଧ କରିଥିଲେ । ଗଣିଆରେ ବିଦ୍ୟୁତ୍ ସମସ୍ୟା ସୁଧାରିବାକୁ ଲୋକପ୍ରତିନିଧି ମାନେ ମତ ଦେଇଥିଲେ ।  ବିଦ୍ୟୁତ୍ ନଥିବାରୁ ସଭାରେ ଅତ୍ୟଧିକ ଗରମ ଯୋଗୁଁ  ବିଭାଗୀୟ ଅଧିକାରୀଙ୍କ ଉପରେ ଉପସ୍ଥିତ ସଦସ୍ୟମାନେ କ୍ଷୋଭ ପ୍ରକାଶ କରିଥିଲେ । ଗଣିଆରେ ଥିବା କଲ୍ୟାଣ ମଣ୍ଡପ ଅଧାପନ୍ତରିଆ ହୋଇ ପଡ଼ିରହିଥିବାରୁ ଏହା ସଂପୂର୍ଣ୍ଣ କରିବାକୁ ଗଣିଆ ସରପଞ୍ଚ ବୈଠକରେ ଜଣାଇଥିଲେ ।


 ବ୍ୟୁରୋ ରିପୋର୍ଟ ମଣିଭଦ୍ରା ଖବର

Post a Comment

Previous Post Next Post
Header ADS