BREAKING
Loading...
:

ବଡ଼ ଧରଣର ଅଗ୍ନିକାଣ୍ଡ: କୋରାବ ଏକ୍ସପ୍ରେସରେ ଲାଗିଲା ନିଆଁ

 ବଡ଼ ଧରଣର ଅଗ୍ନିକାଣ୍ଡ: କୋରାବ ଏକ୍ସପ୍ରେସରେ ଲାଗିଲା ନିଆଁ 



(ମଣିଭଦ୍ରା ଖବର) ବିଶାଖାପାଟଣମ ଷ୍ଟେଶନରେ ଅଗ୍ନିକାଣ୍ଡ ଘଟିଛି। ଷ୍ଟେଶନରେ ଛିଡା ହୋଇଥିବା ବେଳେ କୋରାବ ଏକ୍ସପ୍ରେସ ଟ୍ରେନର ୩ଟି ଏସି ବଗିରେ ନିଆଁ ଲାଗି ଯାଇଛି। ତେବେ ବଗିରେ ଥିବା ସମସ୍ତ ଯାତ୍ରୀ ସୁରକ୍ଷିତ ଥିବା ସୂଚନା ମିଳିଛି । 



ଉକ୍ତ ଟ୍ରେନ୍‌ଟି କୋରାବରୁ ତିରୁମାଲା ଯାଇଥାନ୍ତା ।ରେଲୱେ ଅଧିକାରୀଙ୍କ କହିବା ଅନୁଯାୟୀ ଏହି ଅଗ୍ନିକାଣ୍ଡ ପ୍ରଥମେ ବି୭ କୋଚର ଶୌଚାଳୟରେ ଶଟସର୍କିଟ ଯୋଗୁ ହୋଇଛି ।ବି୭ ବଗି ପୂରା ଜଳି ଯାଇଥିବା ବେଳେ ବି୬ ଓ ଓମ୧ ବଗି ଆଶିଂକ ଭାବେ ଜଳିଯାଇଛି । ତେବେ ଏହି ଅଗ୍ନିକାଣ୍ଡ ବେଳେ ବଗିରେ କେହି ନଥିଲେ । ତେଣୁ ଏକ ବଡ ଦୁର୍ଘଟଣାରୁ ଯାତ୍ରୀ ଅଳ୍ପକେ ବର୍ତ୍ତିଗଲେ । ଘଟଣାସ୍ଥଳରେ ଅଗ୍ନିଶମବାହିନୀ ପହଞ୍ଚି ନିଆଁକୁ ଆୟତ କରିଛନ୍ତି ।

ବ୍ୟୁରୋ ରିପୋର୍ଟ ମଣିଭଦ୍ରା ଖବର 

Post a Comment

Previous Post Next Post
Header ADS