ଦଶପଲ୍ଲା ଥାନାରେ ରକ୍ତଦାନ ଶିବିର ଓ ବରିଷ୍ଠ ନାଗରିକ ସହାୟତା କେନ୍ଦ୍ର ଉଦ୍ଘାଟିତ
ଦଶପଲ୍ଲା (ଶିବାନୀ ଦୀପାଞ୍ଜଳୀ) ରକ୍ତଦାନ ମହାପୁଣ୍ୟ ଓ ରକ୍ତଦାନ ଜୀବନ ଦାନ। ଆଜିର ଦିନରେ ସମଗ୍ର ଓଡ଼ିଶାରେ ରକ୍ତ ହୀନତା ଜନିତ ରୋଗୀ, ମାତୃତ୍ଵ ଲାଭ କରୁଥିବା ମହିଳା, ଜୀବନର ଅପରାହ୍ନରେ ଉପନୀତ ବ୍ୟକ୍ତି , ସିକଲିନ୍ ପୀଡିତ ରୋଗୀ, ଦୁରାରୋଗ୍ୟ ବ୍ୟାଧି ରେ ପୀଡିତ ରୋଗୀ ଓ ଅପ୍ରତ୍ୟାଶିତ ଦୁର୍ଘଟଣା ର ଶିକାର ହେଉଥିବା ବ୍ୟକ୍ତିମାନଙ୍କ ପାଇଁ ରକ୍ତର ଆବଶ୍ୟକତା ଥିବା ବେଳେ , ସଠିକ୍ ସମୟରେ ରକ୍ତ ଭଣ୍ଡାର ରେ ରକ୍ତ ର ଅଭାବ ରହୁଛି । ରକ୍ତ ଭଣ୍ଡାରରେ ରକ୍ତର ଅଭାବ ପୁରଣକୁ ଦୃଷ୍ଟିରେ ରଖି ନୟାଗଡ଼ ଜିଲ୍ଲା ଦଶପଲ୍ଲା ଥାନା ପକ୍ଷରୁ ଗୁରୁବାର ଦିନ ଥାନା ପରିସରରେ ଏକ ରକ୍ତ ଦାନ ଶିବିର ଆୟୋଜିତ ହୋଇଯାଇଛି । ଦଶପଲ୍ଲା ଥାନା ଭାରପ୍ରାପ୍ତ ଆରକ୍ଷୀ ନୀରିକ୍ଷକ ମୁକେଶ ବେହେରାଙ୍କ ତତ୍ବାବଧାନରେ ଆୟୋଜିତ ଉକ୍ତ ଶିବିରରେ ନୟାଗଡ଼ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ରାହୁଲ ଜୈନ ଯୋଗଦେଇ ବରିଷ୍ଠ ନାଗରିକ ସହାୟତା କେନ୍ଦ୍ର ଉଦ୍ଘାଟନ କରିବା ସହିତ, ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ । ଶିବିରରୁ ମୋଟ ୧୨୮ ୟୁନିଟ ରୁ ଊର୍ଦ୍ଧ୍ଵ ରକ୍ତ ସଂଗୃହିତ ହୋଇଥିଲା ।
ଦଶପଲ୍ଲା ସହର ସମେତ ଗ୍ରାମାଞ୍ଚଳରୁ ବହୁ ଉତ୍ସାହି ଯୁବକ,ଡ୍ରାଇଭର ମହାସଂଘ, ବିଭିନ୍ନ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀ, ଥାନା କର୍ମଚାରୀଙ୍କ ସମେତ ସ୍ବେଚ୍ଛାସେବୀ ଅନୁଷ୍ଠାନର ସଦସ୍ୟ ମାନେ ଶିବିରରେ ଯୋଗଦେଇ ସ୍ବେଚ୍ଛାକୃତ ଭାବେ ରକ୍ତ ଦାନ କରିଥିଲେ ।
ଆଜିର ଏହି କାର୍ଯ୍ୟକ୍ରମ ରେ ସିନେ ତାରକା ସବ୍ୟସାଚୀ ମିଶ୍ର, ସଂଗୀତ କାର ପ୍ରେମାନନ୍ଦ,ସୈlରଭ ଭରଦ୍ବାଜ ପ୍ରମୁଖ ଯୋଗଦେଇ, ବରିଷ୍ଠ ନାଗରିକ ଓ ରକ୍ଣଦାତା ମାନଙ୍କୁ ଉତ୍ସାହିତ କରିଥିଲେ । ଶିବିରକୁ ଆମ ପୁଲିସ ସମିତିର କର୍ମକର୍ତ୍ତା ଓ ଥାନା କର୍ମଚାରୀ ପରିଚାଳନା କରିଥିବା ବେଳେ ନୟାଗଡ଼ ରକ୍ତଭଣ୍ଡାରର କର୍ମଚାରୀ ରକ୍ତ ସଂଗ୍ରହ କରିଥିଲେ ।
Post a Comment