BREAKING
Loading...
:

ପ୍ରତିଶ୍ରୁତି ରକ୍ଷା କଲେ ବ୍ଳକ ଅଧ୍ୟକ୍ଷା, ମୃତକଙ୍କୁ ଦେଲେ ୧ ହଜାର ସହାୟତା

 ପ୍ରତିଶ୍ରୁତି ରକ୍ଷା କଲେ ବ୍ଳକ ଅଧ୍ୟକ୍ଷା, ମୃତକଙ୍କୁ ଦେଲେ ୧ ହଜାର ସହାୟତା



ଗଣିଆ ୧୪/୦୩(ନିପ୍ର) ବ୍ଳକ ଅଧ୍ୟକ୍ଷା ଭାବେ ଦାୟିତ୍ଵ ଗ୍ରହଣ କରିବାର ଏକ ବର୍ଷ ପୂର୍ତ୍ତି ଅବସରରେ ଗତ ୧୨ ତାରିଖ ଦିନ ଗଣିଆ ବ୍ଲକ ଅଧ୍ୟକ୍ଷା ଝୁନା ଜେନା ୪ଟି ସହାୟତା ରାଶି ଘୋଷଣା କରି ଏକ ଐତିହାସିକ ପଦକ୍ଷେପ ଗ୍ରହଣ କରିଥିଲେ । ବ୍ଳକର ଯେକୌଣସି ବ୍ୟକ୍ତିଙ୍କ ମୃତ୍ୟୁ ଘଟିଲେ ଅଧ୍ୟକ୍ଷା ୧ ହଜାର ଟଙ୍କା ସହାୟତା ପ୍ରଦାନ କରିବେ ବୋଲି ଘୋଷଣା କରିଥିବା ବେଳେ ନିଜ ପ୍ରତିଶ୍ରୁତି ପାଳନ କରିଛନ୍ତି । ଗଣିଆ ବ୍ରାହ୍ମଣ ସମାଜର ବରିଷ୍ଠ ପୁରୋହିତ ରବିନ୍ଦ୍ର କୁମାର ଦାଶଙ୍କ ଆଜି ସଂଧ୍ୟାରେ ଅକାଳ ମୃତ୍ୟୁ ଘଟିଥିବା ବେଳେ ଅଧ୍ୟକ୍ଷା ଝୁନା ଜେନା, ଗଣିଆ ସରପଞ୍ଚ ଗିରିଧାରୀ ସେଠୀ, ସମିତି ସଭ୍ୟ ଫକୀର ମୋହନ ଡାକୁଆ ସେଠାରେ ପହଞ୍ଚି ମୃତକଙ୍କ ପରିବାରକୁ ଭେଟି ସମବେଦନା ଜ୍ଞାପନ କରିଥିଲେ । ଏପରିକି ସେ ଘୋଷଣା କରିଥିବା ୧ ହଜାର ଟଙ୍କା ମୃତକଙ୍କ ପରିବାରକୁ ପ୍ରଦାନ କରିଥିଲେ । ଅଧ୍ୟକ୍ଷା ନିଜ ପ୍ରତିଶ୍ରୁତି ପାଳନ କରିଥିବାରୁ ବୁଦ୍ଧିଜୀବୀ ମାନେ ଧନ୍ୟବାଦ ଅର୍ପଣ କରିଛନ୍ତି । ଅନେକ ନେତା ପ୍ରତିଶ୍ରୁତି ଦେଇ ନିର୍ବାଚନ ପରେ ଭୂଲି ଯାଉଥିବା ବେଳେ ଜଣେ ମହିଳା ହୋଇ ମଧ୍ୟ ନିଜ ହାତରୁ ଖର୍ଚ କରି ଏଭଳି ଏକ ଐତିହାସିକ ପଦକ୍ଷେପ ଘୋଷଣା କରି ଦୁଇ ଦିନ ମଧ୍ୟରେ ପ୍ରତିଶ୍ରୁତି ପାଳନ କରିଥିବାରୁ ସାଧାରଣରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି । ତେବେ  ବ୍ଳକ ଅଧ୍ୟକ୍ଷାଙ୍କୁ  ସମାଲୋଚନା କରୁଥିବା ବ୍ୟକ୍ତିଙ୍କୁ ଶକ୍ତ ଚାପୁଡ଼ା ମାରିଲା ଭଳିଆ ଲାଗିଛି ବୋଲି ମଧ୍ୟ ଆଲୋଚନା ଶୁଣିବାକୁ ମିଳୁଛି । 


ରିପୋର୍ଟ ମଣିଭଦ୍ରା ଖବର, ଗଣିଆ ନୟାଗଡ 

Post a Comment

Previous Post Next Post
Header ADS