ଭୂମିହୀନ ପରିବାରବର୍ଗଙ୍କୁ ପଟ୍ଟା ପ୍ରଦାନ ଦାବିରେ ଭାରତୀୟ ବିକାଶ ପରିଷଦ ପକ୍ଷରୁ ଦାବି ପତ୍ର ପ୍ରଦାନ l
ଖଣ୍ଡପଡ଼ା ( ମଣିଭଦ୍ରା ଖବର)ଦୀର୍ଘ ସତୁରି ବର୍ଷ ସମୟ ଧରି ସରକାରୀ ଜାଗାରେ ଅସ୍ଥାୟୀ ଭାବେ ବାସ ଗୃହ ନିର୍ମାଣ କରି ରହୁଥିବା ଖଣ୍ଡପଡା ଅଧୀନ ରୟତ ଢୋଲମରା ଗ୍ରାମ ହରିଜନ ସାହି, ମୁଣ୍ଡିଆ ସାହି ଓ ସିଧାମଳା ପଞ୍ଚାୟତ ଅଧୀନ ବଳରାମ ପ୍ରସାଦ ଗ୍ରାମର ଭୂମିହୀନ ପରିବାର ଗୁଡିକୁ ତହସିଲ ପ୍ରଶାସନ ବାରମ୍ବାର ଅଣଦେଖା କରୁଥିବାରୁ ସେମାନେ ଜାଗାର ପଟ୍ଟା ଓ ଅନୁସଙ୍ଗିକ ସରକାରୀ ସୁବିଧାରୁ ବଞ୍ଚିତ ହୋଇ ଆସୁଛନ୍ତି l ଏପରିକି ବାରମ୍ବାର ପ୍ରଶାସନ ଓ ଉଚ୍ଚ ପଦସ୍ଥ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ ସତ୍ୱେ କୌଣସି ସୁଫଳ ମିଳୁନଥିବା ଅଭିଯୋଗ ହେଉଛି l ପଟ୍ଟା ପାଇବାରୁ ବଞ୍ଚିତ ପରିବାର ଗୁଡିକ ଅତ୍ୟନ୍ତ ଦୟନୀୟ ସ୍ଥିତିରେ ବଞ୍ଚିବାକୁ ବାଧ୍ୟ୍ୟ ହେଉଛନ୍ତି l ସମସ୍ତ ଭୂମିହୀନଙ୍କୁ ତୁରନ୍ତ ଚିନ୍ହିତ କରି ଜଗାର ପଟ୍ଟା ଯୋଗାଇବା ଦାବିରେ ଭାରତୀୟ ବିକାଶ ପରିଷଦ ନେତୃତ୍ୱରେ ପଚାଶରୁ ଉର୍ଦ୍ଧ ମହିଳା ଓ ପୁରୁଷ ଖଣ୍ଡପଡା ତହସିଲ କାର୍ଯ୍ୟାଳୟ ରେ ପହଂଚି ଶାନ୍ତିପୁର୍ଣ ଭାବେ ହରତାଳ କରିବା ସହ ଏକ ଦାବି ପତ୍ର ତହସିଲଦାରଙ୍କୁ ପ୍ରଦାନ କରିଥିବା ଜଣାଯାଇଛି l ଏଥିରେ ଭାରତୀୟ ବିକାଶ ପରିଷଦର ରାଜ୍ୟ ସଭାପତି ସୁରେନ୍ଦ୍ର ପାଣିଗ୍ରାହୀ, ନୟାଗଡ ଜିଲ୍ଲା ସମ୍ପାଦକ ନିରଞ୍ଜନ ଦାସଙ୍କ ସମେତ ଅନ୍ୟ ସଦସ୍ୟ ମାନେ ଏ ସମ୍ପର୍କରେ ଅତିରିକ୍ତ ତହସିଲଦାରଙ୍କ ସହ ଆଲୋଚନା କରିଥିବା ଜଣାଯାଇଛି l ଭାରତୀୟ ବିକାଶ ପରିଷଦ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ କରି କହିଥିଲେ କି ଅନ୍ୟୁନ ଏକ ମାସ ମଧ୍ୟରେ ତହସିଲ ପ୍ରଶାସନ ପକ୍ଷରୁ ପରିବାର ମାନଙ୍କୁ ପଟ୍ଟା ପ୍ରଦାନ ନ କଲେ ସେମାନେ ଖଣ୍ଡପଡା ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେବା ସହ ଆବଶ୍ୟକ ପଡିଲେ ଉଚ୍ଚ ନ୍ୟାୟାଳୟଙ୍କ ଦ୍ୱାରସ୍ଥ ହେବାପାଇଁ ସଭାପତି ସମ୍ମିଳନୀରେ ସୂଚନା ପ୍ରଦାନ କରିବା ସହ ଏ ସମ୍ପର୍କରେ ନୟାଗଡ ଜିଲ୍ଲପାଳ ଓ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଥିବା କଥା ମଧ୍ୟ କହିଛନ୍ତି l
ଖଣ୍ଡପଡାରୁ ସଂଗ୍ରାମ କେଶରୀ ଦେଓ,
ମଣିଭଦ୍ରା ଖବର l
Post a Comment