BREAKING
Loading...
:

ଫାଇଲେରିଆ ନିରାକରଣ ଅଭିଯାନ ପାଇଁ ସାମୁହିକ ଔଷଧ ସେବନ ଶୁଭାରମ୍ଭ କାର୍ଯ୍ୟକ୍ରମ

 ଫାଇଲେରିଆ ନିରାକରଣ ଅଭିଯାନ ପାଇଁ ସାମୁହିକ ଔଷଧ ସେବନ ଶୁଭାରମ୍ଭ କାର୍ଯ୍ୟକ୍ରମ  



ଦଶପଲ୍ଲା ( ମଣିଭଦ୍ରା ଖବର)ଆଜି ଦଶପଲ୍ଲା ବିଜ୍ଞାପିତ ଅଞ୍ଚଳ ପରିଷଦ ର ସରକାରୀ ଉଚ୍ଚ ବିଦ୍ୟାଳୟ  ପରିସରରେ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ମଧ୍ୟଖଣ୍ଡ ତରଫରୁ ଜିଲ୍ଲା ସ୍ତରୀୟ ଫାଇଲେରିଆ ନିରାକରଣ ଅଭିଯାନ ପାଇଁ ସାମୁହିକ ଔଷଧ ସେବନ ଶୁଭାରମ୍ଭ ମୁଖ୍ୟ ଅତିଥି ଜିଲ୍ଲା ମୁଖ୍ୟ ଚିକିତ୍ସା ଏବଂ ଜନ ସ୍ବାସ୍ଥ୍ୟ ଅଧିକାରୀ 

ଡ଼. ମକରନ୍ଦ ବେଉରା ଦ୍ୱାରା ଉଦ୍ଘାଟନ କରାଯାଇଥିଲା ।ଉକ୍ତ କାର୍ଯ୍ୟକ୍ରମ ରେ ଅତିରିକ୍ତ ଜିଲ୍ଲା ଜନ ସ୍ବାସ୍ଥ୍ୟ ଅଧିକାରୀ ତାରକା ପ୍ରସନ୍ନ ତ୍ରିପାଠୀ ଏବଂ ଅତିରିକ୍ତ ମଣ୍ଡଳ ଉନ୍ନୟନ ଅଧିକାରୀ ଦଶପଲ୍ଲା , ସରକାରି ଉଚ୍ଚ ବିଦ୍ୟାଳୟ ଏବଂ ବିଶ୍ବ ସ୍ବାସ୍ଥ୍ୟ ସଂଗଠନର ଜୋନାଲ କୋଡ଼ିନେଟର ଡ଼. ଶ୍ୟାମ ସୁନ୍ଦର ରଥ ଉକ୍ତ କାର୍ଯ୍ୟକ୍ରମ ରେ ସମ୍ମାନୀତ ଅତିଥି ଭାବେ ଯୋଗଦାନ କରିଥିଲେ ।ଫାଇଲେରିଆ ଏକ ମଶା ବାହିତ ରୋଗ ।DEC ବଟିକା ଏବଂ ତା ସହିତ କୃମି ନାଶକ ବଟିକା ବୟସର ଅନୁପାତରେ ସେବନ କରିବା ପାଇଁ ମୁଖ୍ୟ ଅତିଥି ପରାମର୍ଶ ପ୍ରଦାନ କରିଥିଲେ । ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ମଧ୍ୟଖଣ୍ଡ ଭାରାପ୍ରାପ୍ତ ଅଧିକାରୀ 

ଡ଼.ସନ୍ଦୀପ କୁମାର ସ୍ୱାଇଁ ଯୋଗଦାନ କରିବା ସହିତ ଉକ୍ତ ସମସ୍ତ କାର୍ଯ୍ୟକ୍ରମ କୁ ବ୍ଲକ ପୋଗ୍ରାମ ମ୍ୟାନେଜର ଶ୍ରୀ ତୁଷାର ରଞ୍ଜନ ସାହୁ ଏବଂ 

V.B.D.T.S ଶ୍ରୀ ମନୋଜ କୁମାର୍ ମହାପାତ୍ର ଏବଂ P.H.E.O ଶ୍ରୀ ପୂର୍ଣ୍ଣ ଚନ୍ଦ୍ର କବି ଉକ୍ତ କାର୍ଯ୍ୟକ୍ରମ କୁ ସୁଚାର୍ ରୂପେ ପରିଚାଳନା କରିଥିଲେ । ବିଦ୍ୟାଳୟ ର ସମସ୍ତ ଛାତ୍ର ଛାତ୍ରୀ ଏବଂ ଶିକ୍ଷକ ଶିକ୍ଷୟତ୍ରୀ ବୃନ୍ଦ କାର୍ଯ୍ୟକ୍ରମ ରେ ସହଯୋଗ କରିଥିଲେ ।ଛାତ୍ରଛାତ୍ରୀ ମାନେ DEC ବଟିକା 

ମଧ୍ୟ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଙ୍କ ଉପସ୍ଥିତି ରେ ଖାଇଥିବା ସୂଚନା ମିଳିଛି ।


ରିପୋର୍ଟ ମଣିଭଦ୍ରା ଖବର ଦଶପଲ୍ଲା 

Post a Comment

Previous Post Next Post
Header ADS