ତେନ୍ତୁଳିମୁଣ୍ଡା ଗ୍ରାମ୍ୟ ଜଙ୍ଗଲ ରୁ (12000 ) ବାର ହଜାର ଗଞ୍ଜେଇ ଗଛ ନଷ୍ଟକଲା ଘଣ୍ଟାପଡା ପୋଲିସ l
ବୌଦ୍ଧ ଜିଲ୍ଲା( ମଣିଭଦ୍ରା ଖବର) କଣ୍ଟାମlଲ ବ୍ଲକ ତେନ୍ତୁଳି ମୁଣ୍ଡା ଗ୍ରାମ୍ୟ ଜଙ୍ଗଲରୁ ଆଜି ସକାଳ 9 ଘଣ୍ଟା ସମୟରେ ଘଣ୍ଟାପଡା ଥାନାଅଧିକାରୀ ଶ୍ରୀଯୁକ୍ତ ବି ଏନ ଲୋଇ ଙ୍କ ତାତ୍ଵାବଧାନ ରେ ଘଣ୍ଟାପଡା ପୋଲିସ ଟିମ ଉମା ପଞ୍ଚାୟତ ର ତେନ୍ତୁଳି ମୁଣ୍ଡା ଗ୍ରାମ୍ୟ ଜଙ୍ଗଲରେ ଚଢ଼ାଉ କରିଥିଲେ l ବେଆଇନ ଭାବେ ଚାଷ ହୋଇଥିବା ପ୍ରାୟ ବାର ହଜାର ଗଞ୍ଜେଇ ଗଛକୁ କାଟି ପେଟ୍ରୋଲ ଢାଳି ନଷ୍ଟ କରାଯାଇଛି l ନଷ୍ଟକରାଯାଇଥିବା ଗଞ୍ଜେଇ ର ମୂଲ୍ୟ ପ୍ରାୟ ଦେଢ଼ କୋଟିରୁ ଉର୍ଦ୍ଧ ଟଙ୍କା ହେବ ବୋଲି ଘଣ୍ଟାପଡା ଥାନା ଅଧିକାରୀ ଶ୍ରୀଯୁକ୍ତ ଲୋଇ ସୂଚନା ଦେଇଛନ୍ତି l ଏହି ଥାନା ଅଂଚଳ ରୁ ସମ୍ପୂର୍ଣ ଗଞ୍ଜେଇ ନଷ୍ଟ କରିବା ପର୍ଯ୍ୟନ୍ତ ଚଢ଼ାଉ ଜାରିରହିବ ବୋଲି ଥାନା ପକ୍ଷରୁ ସୂଚନା ମିଳିଛି l
ବୌଦ୍ଧ ରୁ ସଞ୍ଜୟ କୁମାର ନନ୍ଦ ଙ୍କ ରିପୋର୍ଟ
Post a Comment