ସାଇଟ୍ରଷ୍ଟ ଓଡ଼ିଶା ର ଶିଶୁ ଖାଦ୍ୟ ବଣ୍ଟନ ଉତ୍ସବ ରେ ଯୋଗଦେଲେ ଦଶପଲ୍ଲା ବିଧାୟକ
ନୂଆଗାଁ (ମଣିଭଦ୍ରା ଖବର)ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ଅନ୍ତର୍ଗତ ଖଣ୍ଡୁଗାଁ ଗ୍ରାମ ପଞ୍ଚାୟତ ରେ ସାଇଟ୍ରଷ୍ଟ ଓଡ଼ିଶା ର ଶିଶୁ ଖାଦ୍ୟ ବଣ୍ଟନ ଉତ୍ସବ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ଯୋଗଦେଇଥିବା ବେଳେ ଉଦଘାଟକ ଭାବେ ସାଇଟ୍ରଷ୍ଟ ଓଡ଼ିଶାର ମୁଖ୍ୟ ପରିଚାଳନା ନିର୍ଦ୍ଦେଶକ ଦୀପକ ବରାଡ ,ସମ୍ମାନୀତ ଅତିଥି ଭାବେ ବ୍ଲକ୍ ଅଧ୍ୟକ୍ଷା ଙ୍କ ପ୍ରତିନିଧି ଶଙ୍କର୍ଷଣ ବେହେରା, ଉପାଧ୍ୟକ୍ଷ ପର୍ଶୁରାମ ସ୍ୱାଇଁ,ଜିଲ୍ଲା ପରିଷଦ ଙ୍କ ପ୍ରତିନିଧି ଦିଲ୍ଲୀପ କୁମାର ଦଳ ବେହେରା,ସ୍ଥାନୀୟ ସରପଞ୍ଚ ଓ ସମିତି ସଭ୍ୟା ଙ୍କ ସହିତ ଟ୍ରଷ୍ଟ ର ସମ୍ପାଦକ ମ୍ୟାନେଜିଂ ଟ୍ରଷ୍ଟି ଯୋଗଦେଇଥିଲେ।ଏହି କାର୍ଯ୍ୟକ୍ରମ ରେ ୧୫୪ ଜଣ କୋମଳ ମତି ଶିଶୁ ମାନଙ୍କୁ ପୁଷ୍ଟିକର ଖାଦ୍ୟ ସହିତ ହର୍ଲିକ୍ସ ବଣ୍ଟନ କରାଯାଇଥିଲା।ଶୀତ ଋତୁରେ ଏହି କାର୍ଯ୍ୟକ୍ରମ ହୋଇଥିବାରୁ ପଞ୍ଚାୟତ ର ବୃଦ୍ଧ ବୃଦ୍ଧା ମାନଙ୍କୁ କମ୍ବଳ ବଣ୍ଟନ କରାଯାଇଥିଲା। ଏହି କାର୍ଯ୍ୟକ୍ରମ କୁ ନୟାଗଡ ଜିଲ୍ଲାର ମ୍ୟାନେଜିଂ ଟ୍ରଷ୍ଟି ସୌମ୍ୟ ରଂଜନ ପ୍ରଧାନ ଏବଂ ଜିଲ୍ଲା ସଂଯୋଜକ ସନ୍ତୋଷ ପାଣି ପରିଚାଳନା କରିଥିଲେ।
ରିପୋର୍ଟ ପୁଷ୍ପଲତା ପ୍ରଧାନ ନୂଆଗାଁ
Post a Comment