ଗଣିଆରେ ପ୍ରଶାସନିକ ଅଧିକାରୀଙ୍କୁ ଝଟକା, ସମିତି ବୈଠକ ବର୍ଜନ କଲା ଆଞ୍ଚଳିକ ସାମ୍ବାଦିକ ସଂଘ
ଗଣିଆ (ମଣିଭଦ୍ରା ଖବର) ରାଜ୍ୟର ବିଭିନ୍ନ ସ୍ଥାନରେ ସାମ୍ବାଦିକ ମାନେ ପ୍ରଶାସନିକ ଅଧିକାରୀ ମାନଙ୍କ ଦ୍ବାରା ଅଣଦେଖାର ଶିକାର ହେଉଥିବା ବେଳେ ଗଣିଆରେ ପ୍ରଶାସନିକ ଅଧିକାରୀଙ୍କୁ ଝଟକା ଦେଇଛି ଗଣିଆ ଆଞ୍ଚଳିକ ସାମ୍ବାଦିକ ସଂଘ । ସଂଘର ନିଷ୍ପତ୍ତି ଅନୁଯାୟୀ ସମିତି ବୈଠକକୁ ବର୍ଜନ କରିଛନ୍ତି କାର୍ଯ୍ୟରତ ସମସ୍ତ ସାମ୍ବାଦିକ । ଘଟଣାରୁ ଜଣାପଡିଛି ଯେ ଗତ ସେପ୍ଟେମ୍ବର ମାସ ୯ ତାରିଖରେ ଗଣିଆ ବ୍ଲକ ସଭା ଗୃହରେ ପଞ୍ଚାୟତ ସମିତି ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକକୁ ଗଣିଆରେ କାର୍ଯ୍ୟରତ ଆଞ୍ଚଳିକ ସାମ୍ବାଦିକ ସଂଘର ସମସ୍ତ ସାମ୍ବାଦିକ ମାନଙ୍କୁ ବ୍ଳକ ପ୍ରଶାସନ ତରଫରୁ ନିମନ୍ତ୍ରଣ କରାଯାଇଥିଲା । ତେବେ ବୈଠକରେ ଯୋଗ ଦେବାକୁ ଯାଇଥିବା କିଛି ସାମ୍ବାଦିକଙ୍କୁ ବିଡ଼ିଓ ଫଟୋ ଉଠାଇ ଚାଲି ଯାଆନ୍ତୁ ବୋଲି କହିଥିଲେ । ଯାହାକି ସାମ୍ବାଦିକ ମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଥିଲା । ଗଣମାଧ୍ୟମ ପ୍ରତିନିଧିମାନଙ୍କ କଣ୍ଠରୋଧ କରିବାକୁ ଚେଷ୍ଟା କରାଯାଉଥିବାରୁ ଏହାକୁ ସାମ୍ବାଦିକ ମାନେ ତିବ୍ର ବିରୋଧ କରିଥିଲେ । ତେବେ ବୁଧବାର ପୁଣିଥରେ ସମିତି ବୈଠକକୁ ଚିଠି ମାଧ୍ୟମରେ ସାମ୍ବାଦିକ ମାନଙ୍କୁ ନିମନ୍ତ୍ରଣ କରିଥିଲେ ବ୍ଳକ ପ୍ରଶାସନ । କିନ୍ତୁ ସାମ୍ବାଦିକ ମାନଙ୍କ ତରଫରୁ ଏହି ବୈଠକକୁ ବର୍ଜନ କରାଯାଇଥିଲା । ସଂଘର ନିଷ୍ପତ୍ତିକୁ ସମର୍ଥନ କରି ଜଣେ ବି ସାମ୍ବାଦିକ ବୈଠକରେ ଯୋଗ ଦେଇ ନଥିଲେ । ତେବେ ସାମ୍ବାଦିକ ମାନଙ୍କୁ କ'ଣ ପାଇଁ ପ୍ରଶାସନିକ ଅଧିକାରୀ ଭୟ କରୁଛନ୍ତି ତାହା ଏବେ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ? ଏ ନେଇ ସଂଘର ସଭାପତି ଅଖିଳ ବିହାରୀ ପାଣିଗ୍ରାହୀଙ୍କୁ ପଚାରିବାରୁ ସାମ୍ବାଦିକ ମାନଙ୍କୁ ଅଣଦେଖା କରାଯାଇଥିବାରୁ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଛି ବୋଲି ସେ ପ୍ରକାଶ କରିଛନ୍ତି । ତେବେ ସାମ୍ବାଦିକ ମାନେ କାହିଁକି ସମିତି ବୈଠକକୁ ଆସୁ ନାହାନ୍ତି ସେ ସମ୍ପର୍କରେ ଲୋକପ୍ରତିନିଧି ମାନଙ୍କ ଠାରୁ ଆରମ୍ଭ କରି ପ୍ରଶାସନିକ ଅଧିକାରୀ ମାନେ କେହି ବି ମୁହଁ ଖୋଲୁନାହାନ୍ତି ।
ରିପୋର୍ଟ ମଣିଭଦ୍ରା ଖବର ଗଣିଆ
Post a Comment