ନର୍ସିଂ କର୍ମଚାରୀ ଓ ସିକ୍ୟୁରିଟି ଗାର୍ଡ ଙ୍କ ଦୌରାତ୍ମ ନେଇ ଅସନ୍ତୋଷ ।
ବଲାଙ୍ଗୀର/ଟିଟିଲାଗଡ( ମଣିଭଦ୍ରା ଖବର)
ଟିଟିଲାଗଡ ଡାକ୍ତରଖାନା ଅବ୍ୟବସ୍ଥା ଯୋଗୁଁ ଭଗବାନ ଭରଷାରେ ଚାଲିଥିବା ବେଳେ ଅସମ୍ଭାଳ ଭିଡ ଓ ଗୁରୁତର ଅବସ୍ଥାରେ ଥିବା ଓ ରୋଗୀ ଙ୍କ ସମ୍ପର୍କୀୟ ଅକଥନୀୟ ଦୁର୍ଦ୍ଦଶା ଭୋଗ କରୁଛନ୍ତି। ନିଜେ ଜଗୁଆଳି ଦାୟିତ୍ୱ ରେ ରହି ଚୋରି ସହ କାର୍ଯ୍ୟରତ ନିର୍ଦ୍ଦିଷ୍ଟ କର୍ମଚାରୀ ଙ୍କ ମନମୁଖି କାର୍ଯ୍ୟକଳାପ ଓ ଦୁର୍ବ୍ୟବହାର ଅଭିଯୋଗ ହୋଇଛି।
କେବଳ ମହିଳା ଓ ପ୍ରସୂତୀ ବିଭାଗ ଛାଡି ଅନ୍ୟ ସବୁ ବିଭାଗ ରୋଗି ସ୍ଥାନାନ୍ତର ହେବା ସାର ହେଉଛି ।
ଯେଉଁ କିଛି ସାମୟିକ ଭାବେ ରୋଗୀ ଓ ସମ୍ପର୍କୀୟ ଚିକିତ୍ସା ପାଇଁ ଆସୁଛନ୍ତି, ଅକଥନୀୟ ଦୁର୍ଦ୍ଦଶା ଭୋଗ କରିବା ସାର ହେଉଛି। ବିଶେଷ କରି ଗୁରୁତର ଅବସ୍ଥାରେ ଆସିଥିବା ରୋଗୀ ଙ୍କୁ ଅକ୍ସିଜେନ୍ ତଥା ବିଭିନ୍ନ ଇଞ୍ଜେକ୍ସନ, ସାଲାଇନ ଆଦି ଡାକ୍ତର ଙ୍କ ପରାମର୍ଶ କ୍ରମେ ଦେବା ବଦଳ ରେ ରୋଗୀ ଙ୍କ ସମ୍ପର୍କୀୟ ଙ୍କୁ ମାତ୍ରାଧିକ ଭାବେ ଦୁର୍ବ୍ୟବହାର କରିବା ଅଭିଯୋଗ ବାରମ୍ୱାର ହେଉଛି।
ସେହିପରି ଗୁରୁତର ହୃଦ୍ ରୋଗରେ ପୀଡିତ ଥିବା ତଥା ବିଭିନ୍ନ ସମସ୍ୟା ରେ ଆସିଥିବା ରୋଗୀ ଙ୍କୁ ତୁରନ୍ତ ଅକ୍ସିଜେନ୍ ବ୍ୟବସ୍ଥା ସିକୁରିଟି ଗାର୍ଡ ଙ୍କୁ ସଂଯୋଗ ଦାୟୀତ୍ବ ନ୍ୟସ୍ତ କରାଯାଇଛି । କାର୍ଯ୍ୟରତ କେତେକ ନିର୍ଦ୍ଦଷ୍ଟ ନର୍ସ ମନ, ମୁଖୀ ଭାବେ ଏହିଭଳି ଖାମ,ଖିଆଲ ମନୋଭାବ ପ୍ରଦର୍ଶନ ନେଇ ଅସନ୍ତୋଷ ପ୍ରକାଶ ପାଇଛି। ଗତ ଶନିବାର ଦିନ ସେହିପରି ଡ଼ାକ୍ତରଖାନା ରେ ନିଜ ସମ୍ପର୍କୀୟ ଙ୍କ ସାଲାଇନ ସଂଯୋଗ ପାଇଁ ନୀଲମ ଧରୁଆ ଉକ୍ତ ନର୍ସ ଙ୍କ କୋଠରୀ କୁ ଯାଇ ନିବେଦନ କରି ଥିବା ବେଳେ ତାଙ୍କୁ ଉପସ୍ଥିତ ତିଲୋତ୍ତମା ସାହୁ ଓ ଅନ୍ୟ ଦୁଇଜଣ ନର୍ସ ଦୁର୍ବ୍ୟବହାର କରି ତାଙ୍କୁ ଦଲାଲ କହି ଡାକ୍ତରଖାନା ରୁ ତଡ଼ି ଦେଇଥିଲେ। ଏ ନେଇ ନୀଲମ ସ୍ଥାନୀୟ ଉପଜିଲ୍ଲାପାଳ ଙ୍କ ନିକଟରେ ଲିଖିତ ଅଭିଯୋଗ କରିଛନ୍ତି। ସେହିପରି ନିଶାସକ୍ତ ଅବସ୍ତାରେ ନିଜେ କାର୍ଯ୍ୟରତ ସିକ୍ୟୁରିଟି ଗାର୍ଡ ମାତ୍ରାଧିକ ଦୁର୍ବ୍ୟବହାର କରିବା ନେଇ ସଚେତନ ନାଗରିକ କମିଟି ତରଫରୁ ଅଭିଯୋଗ ହୋଇଛି। ପ୍ରକାଶ ଯେ, ନିୟମିତ ବିଳମ୍ବିତ ରାତିରେ ଡ଼ାକ୍ତରଖାନା ପରିସର ରୁ ରୋଗୀ ଓ ଆତ୍ମୀୟ ଲୋକ ଙ୍କ ମୋବାଇଲ୍ ଚୋରି ସାଧାରଣ ଘଟଣା ପାଲଟିଛି।
ଇତି ମଧ୍ୟରେ ୧୩ ଗୋଟି ମୋବାଇଲ୍ ଚୋରି ହୋଇଥିବା ବେଳେ ସିନ୍ଧେକେଲା ର ମନା ଦାସ ତାଙ୍କ ଭାଇ ଙ୍କୁ ଟିଟିଲାଗଡ ଡ଼ାକ୍ତରଖାନା ରେ ଭର୍ତ୍ତି କରିଥିବା ବେଳେ ଗତ ମଙ୍ଗବାର ଦିନ ଚୋରି ଆଉଟ୍ ଡୋର ରୁ ହୋଇଥିବା ଅଭିଯୋଗ କରିଛନ୍ତି । ଉକ୍ତ ଚୋରି ମୋବାଇଲ୍ କୁ ଡ଼ାକ୍ତରଖାନା ର ଜଣେ କେ ସୁନା ନାମକ ଶିକ୍ୟୁରିଟି ଗାର୍ଡ ଭରତ ମାଝୀ ନାମକ ଜଣେ ଯୁବକ କୁ ୪ ହଜାର ଟଙ୍କା ରେ ବିକ୍ରୀ କରି ଥିବା ଜାଣି ପାରିଥିଲେ । ପ୍ରକାଶ ଯେ,ଏହି ଡ଼ାକ୍ତରଖାନା ରେ କାର୍ଯ୍ୟରତ ଉକ୍ତ କିଛି ନିର୍ଦ୍ଦିଷ୍ଟ ଗାର୍ଡ ମଦ୍ୟ ପାନ ଅବସ୍ତାରେ ଆଉଟ୍ ଡୋର ଓ ବିଭିନ୍ନ ସ୍ଥାନରେ ରହି ବ୍ୟାପକ ଅନିୟମିତତା କରୁଥିବା ସହ ସାଧାରଣ ଓ ମହିଳା ଙ୍କୁ ଦୁର୍ବ୍ୟବହାର କରିବା ଅଭିଯୋଗ ହୋଇଛି। ଏ ନେଇ ବିଭାଗୀୟ ମୁଖ୍ୟ ତୁରନ୍ତ ଦୃଷ୍ଟି ଦେଇ ସବିଶେଷ ତଦନ୍ତ ସହ ଦୃଷ୍ଟାନ୍ତ ମୂଳକ ପଦକ୍ଷେପ ଗ୍ରହଣ କରିବା ପାଇଁ ଜେ ଏସ ସି,ବି,ଓ ତଥା ସଚେତନ ନାଗରିକ କମିଟି ତରଫରୁ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବୀ ହୋଇଛି।
ରିପୋର୍ଟ ସନ୍ତୋଷ କୁମାର ନାୟକ ବଲାଙ୍ଗୀର
Post a Comment