ଜିଲ୍ଲା ସ୍ତରୀୟ ଡିବେଟ୍ ପ୍ରତିଯୋଗିତାରେ ଶୁଭାସ୍ମିତା ଦ୍ଵିତୀୟ
ନୂଆଗାଁ (ମଣିଭଦ୍ରା ଖବର)ନୟାଗଡ ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲା ସ୍ତରୀୟ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ କାର୍ଯ୍ୟକ୍ରମ ଡ଼ି ଆର ଡି ଏ ସମ୍ମିଳନୀ କକ୍ଷରୁ ଅନୁଷ୍ଠିତ ହୋଇଯାଇଛି।ଏହି କାର୍ଯ୍ୟକ୍ରମ ରେ ଏକ ବିକଶିତ ରାଷ୍ଟ୍ର ପାଇଁ ଦୁର୍ନୀତି ମୁକ୍ତ ଉପରେ ଡିବେଟ୍ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଏହି ପ୍ରତିଯୋଗିତାରେ ନୂଆଗାଁ ହାଇସ୍କୁଲ ର ଅଷ୍ଟମ ଶ୍ରେଣୀ ଛାତ୍ରୀ ସୁଭସ୍ମିତା ପରିଡ଼ା ଅଂଶ ଗ୍ରହଣ କରି ଦ୍ଵିତୀୟ ସ୍ଥାନ ଅଧିକାର କରିଛନ୍ତି।କୃତିତ୍ୱ ଅର୍ଜନ କରିଥିବା ସୁଭସ୍ମିତା ଙ୍କୁ ଜିଲ୍ଲାପାଳ ରବୀନ୍ଦ୍ର ନାଥ ସାହୁ ପୁରସ୍କୃତ କରିଥିଲେ।ଏହି କାର୍ଯ୍ୟକ୍ରମ ରେ ପ୍ରକଳ୍ପ ନିର୍ଦ୍ଦେଶକ ସୁବାସ ଚନ୍ଦ୍ର ରାୟ ଙ୍କ ସହିତ ପୁଲିସ ଓ ଦୁର୍ନୀତି ନିବାରଣ ବିଭାଗର ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ। ସୁଭସ୍ମିତା କୃତି ଛାତ୍ରୀ ଭାବେ ନୟାଗଡ ଜିଲ୍ଲା ରେ ପରିଚିତ। ସୁଭସ୍ମିତା କୃତି ଛାତ୍ରୀ ପାଇଁ ନୂଆଗାଁ ବ୍ଲକ୍ ଗର୍ବିତ।
ରିପୋର୍ଟ ପୁଷ୍ପଲତା ପ୍ରଧାନ ନୂଆଗାଁ
Post a Comment