BREAKING
Loading...
:

ରାଜିଙ୍ଗିରେ ଯୋଗ ଦେଲେ ନୂତନ ପ୍ରଧାନଶିକ୍ଷୟତ୍ରୀ

 ରାଜିଙ୍ଗିରେ ଯୋଗ ଦେଲେ ନୂତନ ପ୍ରଧାନଶିକ୍ଷୟତ୍ରୀ



ଗଣିଆ (ମଣିଭଦ୍ରା ଖବର) ଗଣିଆ ବ୍ଲକ ଛାମୁଣ୍ଡିଆ ପଞ୍ଚାୟତ ରାଜିଙ୍ଗି ଉନ୍ନୀତ ଉଚ୍ଚ ବିଦ୍ୟାଳୟରେ ନୂତନ ପ୍ରଧାନଶିକ୍ଷୟତ୍ରୀ ଦାୟିତ୍ଵ ଗ୍ରହଣ କରିଛନ୍ତି । ଦୀର୍ଘ ଦିନ ହେବ ସେଠାରେ ପ୍ରଧାନଶିକ୍ଷକ ପଦବୀ ଖାଲି ପଡ଼ିଥିବା ବେଳେ ଗତ ସେପ୍ଟେମ୍ବର ମାସରେ ନୂତନ ପ୍ରଧାନଶିକ୍ଷତ୍ରୀ ଭାବେ ପଦୋନ୍ନତି ପାଇଥିଲେ ଡ଼ଃ ସଶ୍ମିତା ଦାସ । ତେବେ ଶ୍ରୀମତି ଦାସ ସୋମବାର ବିଦ୍ୟାଳୟରେ ପହଞ୍ଚି ଦାୟିତ୍ଵ ଗ୍ରହଣ କରିଛନ୍ତି । ଭାରପ୍ରାପ୍ତ ପ୍ରଧାନଶିକ୍ଷକ ରଞ୍ଜିତ କିଶୋର ମହାନ୍ତିଙ୍କ ଠାରୁ ସେ ଦାୟିତ୍ଵ ଗ୍ରହଣ କରିଥିବା ଜଣାପଡିଛି । ସେ ପୂର୍ବରୁ ୟୁନିଟ୍ _୯ ଉଚ୍ଚ ବିଦ୍ୟାଳୟରେ କାର୍ଯ୍ୟ କରିଥିବା ଜଣାପଡିଛି । ନୂତନ ପ୍ରଧାନଶିକ୍ଷତ୍ରୀ କାର୍ଯ୍ୟରେ ଯୋଗ ଦେବା ପରେ ପରିଚାଳନା କମିଟି ତରଫରୁ ତାଙ୍କୁ ସ୍ୱାଗତ କରାଯାଇଥିଲା । 


ବ୍ୟୁରୋ ରିପୋର୍ଟ ମଣିଭଦ୍ରା ଖବର 

Post a Comment

Previous Post Next Post
Header ADS