BREAKING
Loading...
:

ନୂଆଗାଁ ବ୍ଳକରେ ଆଶାୟୀ ବିଧାୟକ ପ୍ରାର୍ଥୀ ଇନ୍ଦୁମତି ନାୟକ


ନୂଆଗାଁ ବ୍ଳକରେ ଆଶାୟୀ ବିଧାୟକ ପ୍ରାର୍ଥୀ ଇନ୍ଦୁମତି ନାୟକ 




 ନୂଆଗାଁ (ମଣିଭଦ୍ରା ଖବର)  ଆଗକୁ ସାଧାରଣ ନିର୍ବାଚନ । ଏଥିପାଇଁ ଏବେଠାରୁ ଆଶାୟୀ ବିଧାୟକ ପ୍ରାର୍ଥୀ ଗାଁ ଗାଁ ବୁଲି ଜନସମର୍ଥନ ହାତେଇବାକୁ ଚେଷ୍ଟା ଜାରି ରଖିଛନ୍ତି ‌‌ । ନୟାଗଡ ଜିଲ୍ଲା ଦଶପଲ୍ଲା ନିର୍ବାଚନ ମଣ୍ଡଳରେ ଦିନକୁ ଦିନ ଆଶାୟୀ ପ୍ରାର୍ଥୀଙ୍କ ତାଲିକା ବୃଦ୍ଧି ପାଇବାରେ ଲାଗିଛି । ଦଶପଲ୍ଲା ଆସନ ଏବେ ବିଜେଡି କବ୍ଜାରେ ଥିବାବେଳେ ବିଧାୟକ ଭାବେ ରମେଶ ଚନ୍ଦ୍ର ବେହେରା ବେଶ୍ ଲୋକପ୍ରିୟ ହୋଇପାରିଛନ୍ତି ।  ୨୦୨୪ ସାଧାରଣ ନିର୍ବାଚନ ଯେତେ ପାଖେଇ ଆସୁଛି ଆଶାୟୀଙ୍କ ତାଲିକା ଧିରେ ଧିରେ ଲମ୍ବିବାରେ ଲାଗିଛି । ବିଭିନ୍ନ ଦଳର ଆଶାୟୀ ବିଧାୟକ ପ୍ରାର୍ଥୀ ଏବେ ଗାଁ ମୁହାଁ ହେଲେଣି । ଗାଁ ଗାଁ ବୁଲି ଭୋଟରମାନଙ୍କୁ ମନେଇବାକୁ ପ୍ରୟାସ ଆରମ୍ଭ କରି ସାରିଲେଣି ।  ଦଶପଲ୍ଲା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ  ନୂଆଗାଁ ବ୍ଳକର ବିଭିନ୍ନ ଗ୍ରାମ ବୁଲି ଜନସାଧାରଣଙ୍କୁ ଭେଟୁଛନ୍ତି ଆଶାୟୀ ବିଧାୟକ ପ୍ରାର୍ଥୀ ଇନ୍ଦୁମତି ନାୟକ ।  



ବ୍ଳକର ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଠାରୁ ଆରମ୍ଭ କରି ବିବାହ ବ୍ରତଘର ଆଦି କାର୍ଯ୍ୟକ୍ରମରେ ସେ ଲୋକମାନଙ୍କୁ ଭେଟୁଛନ୍ତି । ଲୋକମାନଙ୍କ ସୁଖ ଦୁଃଖରେ ସାମିଲ ହେଉଛନ୍ତି । ଗ୍ରାମର ବରିଷ୍ଠ କର୍ମୀ ମାନଙ୍କ ସହିତ ଆଲୋଚନା କରୁଛନ୍ତି ।  ଜଣେ ସାମାଜିକ କର୍ମୀ ଭାବେ ବେଶ୍ ଜଣାଶୁଣା ଶ୍ରୀମତି ନାୟକ ପୂର୍ବରୁ ମଧ୍ୟ ନିର୍ବାଚନ ଲଢ଼ିଛନ୍ତି । ତେବେ ଚଳିତ ଥର ତାଙ୍କୁ ଜନ ସମର୍ଥନ ମିଳିବ ବୋଲି ସେ ଆଶାବାଦୀ ଅଛନ୍ତି । ବର୍ତ୍ତମାନ ସୁଦ୍ଧା କୈାଣସି ଦଳର ସମର୍ଥନ ଗ୍ରହଣ କରିନଥିଲେ ମଧ୍ୟ ଆଗାମୀ ଦିନରେ ସେ କେଉଁ ଦଳରୁ ଟିକେଟ ପାଉଛନ୍ତି ନା ସ୍ବାଧିନ ପ୍ରାର୍ଥୀ ଭାବେ ନିର୍ବାଚନ ରଣାଙ୍ଗନରେ ଅବତୀର୍ଣ୍ଣ ହେଉଛନ୍ତି ତାହା ଦେଖିବାକୁ ବାକି ରହିଲା । 


ବ୍ୟୁରୋ ରିପୋର୍ଟ ମଣିଭଦ୍ରା ଖବର 

Post a Comment

Previous Post Next Post
Header ADS