ବାଇକ୍ ଦୁର୍ଘଟଣାରେ ପୁଲିସ୍ କର୍ମଚାରୀ ଗୁରୁତର
ନୂଆଗାଁ( ମଣିଭଦ୍ରା ଖବର) ନୂଆଗାଁ ଥାନା ୫୭ ନଂ ଜାତୀୟ ରାଜପଥ ଏକ ଅଜଣା ଗାଡ଼ି ଧକ୍କାରେ ଜଣେ ପୁଲିସ୍ କର୍ମଚାରୀ ଗୁରୁତର ହୋଇଥିବା ଜଣା ପଡ଼ିଛି।ସୂଚନା ଅନୁଯାୟୀ ଭଗବାନ୍ ଜାନୀ ( ୩୩) ବର୍ଷ ପୁଲିସ୍ କର୍ମଚାରୀ ଭାବେ ଖଣ୍ଡପଡ଼ା ଥାନା ରେ କାର୍ଯ୍ୟ କରନ୍ତି ।ସେ ନିଜ ବାଇକ୍ ରେ ଯାଉଥିବା ବେଳେ ଏକ ଅଜଣା ଗାଡ଼ି ଧକ୍କା ଦେଇ ଚାଲିଯାଇଥିବା ରୁ ତଳେ ପଡି ଯିବାରୁ ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିବା ଜଣା ପଡିଛି।ନୂଆଗାଁ ଦମକଳ ବାହିନୀ ପହଞ୍ଚି ଭଗବାନ୍ ଙ୍କୁ ଗୁରୁତର ଅବସ୍ଥାରେ ନୟାଗଡ ମୁଖ୍ୟ ଚିକିତ୍ସାଳୟ ରେ ଭର୍ତ୍ତି କରିଥିଲେ।ସେଠାରେ ତାଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଭୁବନେଶ୍ବର ସ୍ଥାନାନ୍ତରଣ କରାଯାଇଥିବା ଜଣା ପଡିଛି।
ରିପୋର୍ଟ ପୁଷ୍ପଲତା ପ୍ରଧାନ ନୂଆଗାଁ
Post a Comment