କରଡ଼ି ନିକଟସ୍ଥ ପୁରୁଣା ଜଗନ୍ନାଥ ଷଡ଼କରେ ମହାନଦୀ ବନ୍ୟା ଜଳ ପ୍ରବାହିତ l
(ମଣିଭଦ୍ରା ଖବର)ବୌଦ୍ଧ ଜିଲାରେ ବନ୍ୟା ପରିସ୍ଥିତି ଗମ୍ଭୀର ଆକାର ଧାରଣ କରିଛି l ବିଭିନ୍ନ ରାସ୍ତାରେ ଯଗାଯୋଗ ବିଛିନ୍ନ ହୋଇ ପଡ଼ିଥିବା ଦେଖିବାକୁ ମିଳିଛି l ମହାନଦୀ ଜଳସ୍ତର ବୃଦ୍ଧି ପାଉଥିବାରୁ ପୂର୍ତ୍ତିବିଭାଗ ଅଧୀନରେ ଥିବା ବୌଦ୍ଧ ହରଭଙ୍ଗା ପୁରୁଣା ଜଗନ୍ନାଥ ଷଡ଼କର କରଡ଼ି ଗ୍ରାମର ଚତୁର୍ପାଶ ରାସ୍ତା ଉପରେ 3ରୁ 4ଫୁଟ ପ୍ରବାହିତ ହେଉଛି ବନ୍ୟା ଜଳ l ଫଳରେ ଉକ୍ତ ଗ୍ରାମ କୁ ଜଗାଯୋଗ ବିଛିନ୍ନ ହୋଇପଡିଛି l ଜିଲ୍ଲା ରେ ଆଜକୁ 5ଦିନ ଧରି ଲଗାଣ ବର୍ଷା ହେତୁ ଜିଲ୍ଲାରେ ପ୍ରଭାହିତ ହେଉଥିବା ଛଟ ବଡ଼ ନଦୀ ନାଳ ଫୁଲିବାରେ ଲାଗିଛି l ଆଜିସକାଳୁ ବର୍ଷା ଲାଗିରହିଥିଲେ ମଧ୍ୟ ହୀରାକୁଦ ଜଳଭଣ୍ଡାର 34ଗେଟ ଖଲାଯାଇଥିବାରୁ ମହାନଦୀର ବନ୍ୟା ଜଳ ଖାଲୁଆ ଅଂଚଳରେ ପସି ବନ୍ୟା ସୃଷ୍ଟି କରିଛି l
ବୌଦ୍ଧ ରୁ ସଞ୍ଜୟ କୁମାର ନନ୍ଦ ଙ୍କ ରିପୋର୍ଟ ମଣିଭଦ୍ରା ଖବର l
Post a Comment