BREAKING
Loading...
:

କେନାଲରେ ପାଣି ଯୋଗାଇବା ନେଇ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ l

 କେନାଲରେ ପାଣି ଯୋଗାଇବା ନେଇ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ l 




ସୁବର୍ଣ୍ଣପୁର (ମଣିଭଦ୍ରା ଖବର)ଶ୍ରାବଣରେ ଅନିୟମିତତା ବର୍ଷା ଯୋଗୁଁ ଚଳିତ ଖରିଫ ଚାଷ ବିଳମ୍ବ ହେଉଛି ।ଅନ୍ୟ ପଟେ ହୀରାକୁଦ ଜଳସେଚିତ ବିନିକା ଅଞ୍ଚଳର ଶାଖା କେନାଲ ମାନଙ୍କରେ ପାଣି ଆସୁନଥିବାରୁ ଚାଷୀଙ୍କ ପାଇଁ ସାଙ୍ଘାତିକ ପରିସ୍ଥିତି ସୃଷ୍ଟି ହେଲାଣି ।ସୂଚନା ଯୋଗ୍ୟ ଯେ ବର୍ଷା ଅଭାବ ସାଙ୍ଗକୁ କେନାଲରେ ପାଣି ଆସୁନଥିବାରୁ ଚାଷୀଙ୍କ ପାଇଁ ରୁଆ ବେଉଷଣ କାର୍ଯ୍ୟ ସମ୍ପୂର୍ଣ୍ଣ ଭାବରେ ପଛେଇ ଯାଇଛି ।ତେଣୁ ଦୂନିଆକୁ ଆହାର ଯୋଗାଉଥିବା ଚାଷୀ ମାନଙ୍କ ହିତ ପାଇଁ ତୁରନ୍ତ କେନାଲ ଗୁଡିକରେ ପର୍ଯ୍ୟାପ୍ତ ପରିମାଣରେ ପାଣି ଯୋଗାଣ କରିବା ନେଇ ଗତକାଲି ବିନିକା ଜିଲ୍ଲା ପରିଷଦ ଜୋନ ନଂ ୮ର   ସଭ୍ୟା ପ୍ରମିଳା କଲତାଙ୍କ ନେତୃତ୍ୱରେ ବିନିକା ନଗର ବିଜେପି ସାଂସଦ ପ୍ରତିନିଧି ପ୍ରଶାନ୍ତ ଚନ୍ଦ୍ର ଦଣ୍ଡସନା,ବିଜେପି ନେତା ସମ୍ବିତ ନେପାକ ପ୍ରମୁଖଙ୍କ ସମେତ କର୍ମୀମାନେ ବିନିକା ତହସିଲଦାର ମୁକ୍ତେଶ୍ଵର ପାଣିଗ୍ରାହୀଙ୍କ ଜରିଆରେ ସୁବର୍ଣ୍ଣପୁର ଜିଲ୍ଲାପାଳଙ୍କ ନିକଟକୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି । 


ରିପୋର୍ଟ, ଉଗ୍ରସେନ କର୍ମୀ, ସୁବର୍ଣ୍ଣପୁର

Post a Comment

Previous Post Next Post
Header ADS