BREAKING
Loading...
:

ବୌଦ୍ଧ ସହରର ବୁଲା ଗାଈଗୋରୁଙ୍କୁ ସୁରକ୍ଷା ଓ ଥଇଥାନ ପାଇଁ ପ୍ରସ୍ତୁତି ବୈଠକ l

 ବୌଦ୍ଧ ସହରର ବୁଲା ଗାଈଗୋରୁଙ୍କୁ ସୁରକ୍ଷା ଓ ଥଇଥାନ ପାଇଁ ପ୍ରସ୍ତୁତି ବୈଠକ l




ସୁବର୍ଣ୍ଣପୁର (ମଣିଭଦ୍ରା ଖବର)

ସୁନ୍ଦରଗଡ଼ ଭୂମିଶ୍ରୀ କୃଷକ ଉତ୍ପାଦକ କମ୍ପାନୀ ନିର୍ଦ୍ଦେଶିକା ତାରାକାନ୍ତି ପଟେଲ, ଗ୍ରାମ୍ୟ ବିକାଶ ପରିଷଦ ସମ୍ପାଦକ କୃତ୍ତିବାସ ପଲିଆ ଓ ମାହେଶ୍ୱରୀ ଗୋଶାଳା ଅଧକ୍ଷ ନିର୍ଗୁଣ ମହାକୁଡ଼ଙ୍କ ଆବାହକତ୍ତ୍ୱରେ ବୌଦ୍ଧ ଏନ ଏ ସି କାର୍ଯ୍ୟାଳୟରେ ନିର୍ବାହୀ ଅଧିକାରୀ ଇଂ ମନୋରଞ୍ଜନ ପଣ୍ଡାଙ୍କ ଅଧକ୍ଷତାରେ ଗୋସୁରକ୍ଷ୍ୟା ଓ ଥଇଥାନ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି l ବିଭିନ୍ନ ଆଲୋଚନାରେ ପ୍ରାଣୀ ଚିକିତ୍ସାଳୟର ଉପ -ନିର୍ଦ୍ଦେଶକ ଡା. ହୃଷିକେଶ ବେହେରା, ପ୍ରାଣୀ ଚିକିତ୍ସକ ତଥା ସତ୍ୟସାଇ ସେବା ସଂଗଠନ ବୌଦ୍ଧ ଜିଲ୍ଲା ସଭାପତି ଡା. ପ୍ରିୟବ୍ରତ୍ତ ବେହେରା, ଭାରତୀୟ କିସାନ ସଙ୍ଘ ସଭାପତି ତଥା ଗାୟତ୍ରୀ ପରିବାର ଉପଦେଷ୍ଟା ନବୀନ କୁମାର ପ୍ରଧାନ, ସ୍ୱାଭିମାନ ଟ୍ରଷ୍ଟ ସଭାପତି ତଥା ବ୍ରାହ୍ମଣ ସମାଜ ଜିଲ୍ଲା ସମ୍ପାଦକ ଦେବାଶିଷ ପୁରୋହିତ, ପ୍ରାଣୀ କଲ୍ୟାଣ ମଞ୍ଚ ସମ୍ପାଦକ ଅରୁଣ ମେଣ୍ଡିଲି, ହସ୍ତତନ୍ତ ଉନ୍ନୟନ ସଂସ୍ଥା ପ୍ରତିଷ୍ଠାତା ଯଦୁମଣି ମେହେର, ୱାଇ ସି ଡି ଏ କାର୍ଯ୍ୟକ୍ରମ ଅଧିକାରୀ ମାନସ ରଞ୍ଜନ ପ୍ରଧାନ, ଏନ ଏ ସି କର୍ମଚାରୀ ପ୍ରଫୁଲ୍ଲ ପଟ୍ଟନାୟକ, ନନ୍ଦୀକୁମାର ବେହେରା, ଭାଗିରଥି କର୍ଣ୍ଣ ପ୍ରମୁଖ ଯୋଗଦେଇ ଅଂଶ ଗ୍ରହଣ କରିଥିଲେ l ବିଭିନ୍ନ ପ୍ରସ୍ତାବ ପ୍ରକାରେ ଏନ ଏ ସି ଦ୍ୱାରା ମର୍ଜlକୁଦରେ ବୁଲା ଗାଈଗୋରୁଙ୍କୁ ଥଇଥାନ ସହିତ ଗୋଆଧାରିତ ପର୍ଯ୍ୟଟନସ୍ଥଳୀ ନିର୍ମାଣ କରିବା, ଅସ୍ଥାୟୀ କାଞ୍ଜିଆ ହୋଦା ସ୍ଥାପନ, ଗୋଆଧାରିତ କୁଟୀର ଶିଳ୍ପ ପାଇଁ ତାଲିମ କେନ୍ଦ୍ର, ଇତ୍ୟାଦି ପ୍ରସ୍ତାବ କାଉନସିଲ ବୈଠକରେ ପାରିତ କରି ଜିଲ୍ଲା ପ୍ରଶାସନ,ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ ଅର୍ଥ ବରାଦ ପାଇଁ ଅନୁରୋଧ କରାଯାଇଥିଲା l 


ରିପୋର୍ଟ, ଉଗ୍ରସେନ କର୍ମୀ, ସୁବର୍ଣ୍ଣପୁର

Post a Comment

Previous Post Next Post
Header ADS