ପଶ୍ଚିମଓଡିଶା ଜେସିବି ଚାଳକ ସଙ୍ଘ ର ସାଧାରଣ ବୈଠକ ଅନୁଷ୍ଠିତ l
ସୁବର୍ଣ୍ଣପୁର (ମଣିଭଦ୍ରା ଖବର)ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଲକ ବାଉସୁଣୀ ର ମା ମାଣିକେଶ୍ବରୀ ମନ୍ଦିର ପ୍ରାଙ୍ଗଣ ଠାରେ ପଶ୍ଚିମ ଓଡିଶା ଜେସିବି ଚାଳକ ସଙ୍ଘ ର ଏକ ସାଧାରଣ ସଭା ଅନୁଷ୍ଠିତ ହୋଇ ଯାଇଛି l ଏହି ସଭା ରେ ନୂତନ ଜିଲ୍ଲା କମିଟି ଗଠନ କରା ଯାଇଥିବା ବେଳେ ସଂଘ ଆଗାମୀ ଦିନ ରେ କିପରି କାର୍ଯ୍ୟ କରିବ ସେ ଦିଗରେ ଆଲୋଚନା କରା ଯାଇଥିଲା l ଏହି ସଭାକୁ ପଶ୍ଚିମଓଡିଶା କମିଟି ର ସଦସ୍ୟ ରାଜକୁମାର ବିଶି ସଭାପତିତ୍ୱ କରିଥିବା ବେଳେ ନୂତନ ଜିଲ୍ଲା କମିଟି ଭାବେ ସଭାପତି ଭାବେ ଅରୁଣ ମହାକୁର ସମ୍ପାଦକ ଭାବେ ସୁଦର୍ଶନ କର୍ମୀ ଉପସଭାପତି ଭାବେ ହେମନ୍ତ ଠେଲା ସହ ସମ୍ପାଦକ ଭାବେ ନରେନ୍ଦ୍ର ବଢ଼େଇ ପ୍ରମୁଖ ନିର୍ବାଚିତ ହୋଇ ଥିଲେ ଓ ଆଗାମୀ ଦିନ ରେ ନିଜ ପଦବୀ କୁ ସୁଚାରୁରୂପେ ତୁଲାଇ କାର୍ଯ୍ୟ କରିବେ ବୋଲି କହି ଥିଲେ l
ରିପୋର୍ଟ, ଉଗ୍ରସେନ କର୍ମୀ, ସୁବର୍ଣ୍ଣପୁର
Post a Comment