ପୋଖରୀରେ ବୁଡି ଯୁବକ ମୃତ।
ଦଶପଲ୍ଲା (ମଣିଭଦ୍ରା ଖବର) ନୟାଗଡ ଜିଲ୍ଲାର ଦଶପଲ୍ଲା ଥାନା ଅନ୍ତର୍ଗତ ପୁରୁଣା ଦଶପଲ୍ଲା ହରିଜନ ସାହିର ଜଣେ ଯୁବକ ପାଣିରେ ବୁଡି ମୃତ୍ୟୁ ବରଣ କରିଛନ୍ତି। ମୃତ ଯୁବକ ଙ୍କ ନାମ ପ୍ରହଲ୍ଲାଦ ନାଏକ(25 ବର୍ଷ)ବୋଲି ଜଣା ପଡ଼ିଛି । ଲଗାଣ ବର୍ଷା ରେ ବିଭିନ୍ନ ପୋଖରୀ ଜଳପୂର୍ଣ ହୋଇ ପଡ଼ିଥିବା ବେଳେ ମଙ୍ଗଳ ବାର ସକାଳ ସମୟ ରେ ପ୍ରହଲ୍ଲାଦ ନାଏକ ଗାଁ ପୋଖରୀକୁ ଗାଧୋଇବାକୁ ଯାଇଥିବା ବେଳେ ପୋଖରୀ ପାଣିରେ ବୁଡି ଯାଇଥିଲେ । ଦୀର୍ଘ ସମୟ ଧରି ପ୍ରହଲ୍ଲାଦ ଘରକୁ ନ ଫେରିବାରୁ ଘରଲୋକ ଖୋଜା ଖୋଜି କରିଥିଲେ ମଧ୍ୟ ପାଇ ନ ଥିଲେ । ପରେ ଦଶପଲ୍ଲା ଅଗ୍ନିସମ ବିଭାଗ କୁ ଖବର କରାଯାଇଥିଲା। ଖବର ପାଇ ଦଶପଲ୍ଲା ଅଗ୍ନିଶମ ବିଭାଗକର୍ମଚାରୀ ଚିତ୍ରସେନ ଦଳେଇ ଙ୍କ ତତ୍ତ୍ଵାବଧନରେ ତାଙ୍କ କର୍ମଚାରୀ ଗଣ ସେଠାରେ ପହଞ୍ଚି ଗାଁ ପୋଖରୀ ଖୋଜା ଖୋଜି କରିବା ପରେ ପୋଖରୀରୁ ପ୍ରହଲ୍ଲାଦ ଙ୍କ ମୃତ ଶରୀର ପାଇଥିଲେ । ଏବଂ ଦଶପଲ୍ଲା ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ, ଡକ୍ଟର ତାଙ୍କୁ ମୃତ ଘୋଷଣା କରିଥିଲେ, ଏହି ଘଟଣା ରେ ପୋଲିସ ପକ୍ଷରୁ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇ ଶବ ଜବତ କରାଯିବା ସହ ଶବ ବ୍ୟବଚ୍ଛେଦ କରାଯାଇଛି ।
ଦଶପଲ୍ଲା ରୁ ଚିତ ରଂଜନ ମିଶ୍ର ଙ୍କ ରୀପୋଟ ମଣି ଭଦ୍ରା ଖବର,
Post a Comment