BREAKING
Loading...
:

21 କେଜି ଗଂଜେଇ ଓ ଦେଶୀ ପିସ୍ତଲ ସହ ଜଣେ ମହିଳା ଓ 3 ଯୁବକ ଙ୍କୁ ଗିରଫ କଲା ସୋନପୁର ପୋଲିସ

 21 କେଜି ଗଂଜେଇ ଓ ଦେଶୀ ପିସ୍ତଲ ସହ ଜଣେ ମହିଳା ଓ 3 ଯୁବକ ଙ୍କୁ ଗିରଫ କଲା ସୋନପୁର ପୋଲିସ 



 ସୁବର୍ଣ୍ଣପୁର (ମଣିଭଦ୍ରା ଖବର) ସୁବର୍ଣ୍ଣପୁର ଜ଼ିଲ୍ଲା ସଦର ମହକୁମା ର କୁନ୍ଦୁରୁ କୁଶଳ (କୁଞ୍ଜ ) ଛକ ନିକଟ ରେ ଗତ କାଲି ସୋନପୁର ପୋଲିସ ବାହ୍ୟ ରାଜ୍ୟ ଛତିଶ ଗଡ଼ କୁ ଗଂଜେଇ ଚୋରା ଚା ଲାଣ କରୁଥିବା  ଏକ ରାକେଟ  ଜଣେ ମହିଳା ଙ୍କ ସମେତ ତିନି ଜଣ ଯୁବକ ଙ୍କୁ ଗିରଫ ଆଜି କୋର୍ଟ ଚାଲାଣ କରିଥିବା ଜଣା ଯାଇଛି l ଏମାନଙ୍କ ପାଖରୁ  ବାଇକ  cg 13uh 2597 ଓ 0d 31 c 5639 ନମ୍ବର ଥିବା 2 ଗୋଟି ବାଇକ, 21 kg 200ଗ୍ରାମ ଗଂଜେଇ, ଗୋଟାଏ ଦେଶୀ ପିସ୍ତଲ, 1 ରାଉଣ୍ଡ ଗୁଳି, ଓ ଗୋଟାଏ ମାଗାଜିନ ଉଦ୍ଧାର କରିଥିବା ବିଷୟ ଆଜି ସୁବର୍ଣ୍ଣପୁର ଏସପି ଅମରେଶ ପଣ୍ଡା ଙ୍କ ଉପସ୍ଥିତି ରେ ସୋନପୁର ଥାନା ରେ ହୋଇଥିବା ଏକ ପ୍ରେସ ମିଟ ରେ ସୂଚନା ମିଳିଛି l ଏହି ରାକେଟ ରେ ମନମୁଣ୍ଡା ଅଞ୍ଚଳ ର ରାଧା ଚରଣ ମହାଲିଙ୍ଗ, ଓ ରାଧେଶ୍ୟାମ ପଧାନ, ଙ୍କ ସମେତ ମୁଖ୍ୟ ଆସାମୀ ଦୁଇ ଜଣ ଛତିଶଗଡ଼ ଅଞ୍ଚଳ ର ଗାୟତ୍ରୀ ସିଦର, ଓ ସାହିଲ ସାହୁ ଏବଂ ଏମାନେ ଚାରି ଜଣ ମନମୁଣ୍ଡା ପଟୁ ସୋନପୁର ରାସ୍ତା ଦେଇ ଆସୁଥିବା ବିଷୟ ପୋଲିସ  ଇନକ୍ୱାରୀ ଅଫିସର ସସ୍ମିତା ଭୁଟିଆ ଙ୍କ ଠାରୁ ପ୍ରକାଶ l ଆଜିର ଏଇ ପ୍ରେସ ମିଟ ରେ ଏସପି ଶ୍ରୀ ପଣ୍ଡା ଙ୍କ ସମେତ ଏସ୍ଡ଼ିପିଓ ପୁଷ୍ପା ଞ୍ଜଳୀ ନିଙ୍ଗୀ ଓ ଥାନା ଅଧିକାରୀ କୃଷ୍ଣ ଚନ୍ଦ୍ର ମେହେର ଉପସ୍ଥିତ ଥିଲେ l 



ରିପୋର୍ଟ, ଉଗ୍ରସେନ କର୍ମୀ, ସୁବର୍ଣ୍ଣପୁର

Post a Comment

Previous Post Next Post
Header ADS