BREAKING
Loading...
:

ବୁଧବାର ସ୍କୁଲ ଛୁଟି ଘୋଷଣା କଲେ ଜିଲ୍ଲା ଶିକ୍ଷା ଅଧିକାରୀ

ବୁଧବାର ସ୍କୁଲ ଛୁଟି ଘୋଷଣା କଲେ ଜିଲ୍ଲା ଶିକ୍ଷା ଅଧିକାରୀ





ଗଣିଆ (ମଣିଭଦ୍ରା ଖବର)  ବନ୍ୟା ପ୍ରପିଡିତ ଅଞ୍ଚଳରେ ବିଦ୍ୟାଳୟ ବନ୍ଦ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିବା ପରେ ଜିଲ୍ଲା ଶିକ୍ଷା ଅଧିକାରୀ ନୟାଗଡ ଜିଲ୍ଲାର ଭାପୁର, ଗଣିଆ ଏବଂ ଖଣ୍ଡପଡ଼ା ବ୍ଳକର ୩୩ ଟି ବିଦ୍ୟାଳୟକୁ ୧୭ ତାରିଖ ବିଦ୍ୟାଳୟ ବନ୍ଦ ଘୋଷଣା କରିଛନ୍ତି । ଏ ନେଇ ସମସ୍ତ ବ୍ଳକ ଶିକ୍ଷା ଅଧିକାରୀଙ୍କୁ ଚିଠି ମାଧ୍ୟମରେ ଜଣାଇ ଦିଆଯାଇଛି । ଏପରିକି ୧୮ ତାରିଖରେ ସ୍କୁଲ ଛୁଟି ଥିବାରୁ ଉକ୍ତ ସ୍କୁଲ ଗୁଡ଼ିକ ୧୯ ତାରିଖରେ ଖୋଲିବ ବୋଲି ଚିଠିରେ ନିର୍ଦ୍ଦେଶ ଦିଆଯାଇଛି ।   ବ୍ଳକର ପତୁରିଆ,କାଳିଆପଡା,ଓ୍ବାଲିପୁର,ରାସଙ୍ଗ ପ୍ରାଥମିକ ବିଦ୍ୟାଳୟ,ମାଳତିପୁଟ,ରାଉତପଡା, ମାଳିସାହି ପ୍ରାଥମିକ ବିଦ୍ୟାଳୟ,କେନ୍ଦୁପଲ୍ଲୀ ପ୍ରାଥମିକ ବିଦ୍ୟାଳୟ, ଡଙ୍କାରିସାହି ପ୍ରାଥମିକ ବିଦ୍ୟାଳୟ, କାଦୁଆ ହଟିଆପଲ୍ଲୀ ପ୍ରାଥମିକ ବିଦ୍ୟାଳୟ ,ବେଠିଆସାହି ପ୍ରାଥମିକ ବିଦ୍ୟାଳୟ ଏବଂ ରାମଚନ୍ଦ୍ର ପ୍ରାଣବନ୍ଧୁ ଉଚ୍ଚ ବିଦ୍ୟାଳୟ ରାସଙ୍ଗକୁ  ଛୁଟି ଘୋଷଣା କରାଯାଇଛି । ବିଦ୍ୟାଳୟ ଛୁଟି ହେଲେ ମଧ୍ୟ ଶିକ୍ଷକ ମାନେ ଆଲର୍ଟ ରହିବେ ନିର୍ଦ୍ଦେଶ ଦିଆଯାଇଛି । ଆବଶ୍ୟକ ସ୍ଥଳେ ସ୍ଥିତି ଅନୁଧ୍ୟାନ କରି ବ୍ଳକ ଶିକ୍ଷା ଅଧିକାରୀ ବନ୍ୟା ପ୍ରଭାବିତ ଅନ୍ୟ ବିଦ୍ୟାଳୟକୁ ମଧ୍ୟ ଛୁଟି ଘୋଷଣା କରିପାରିବେ ବୋଲି ଚିଠିରେ ଉଲ୍ଲେଖ କରାଯାଇଛି । ସୂଚନାଯୋଗ୍ୟ ଯେ ଉପରୋକ୍ତ ବିଦ୍ୟାଳୟ ଗୁଡ଼ିକ ୧୬ ତାରିଖରେ ବନ୍ୟା ଯୋଗୁଁ ଛୁଟି ଘୋଷଣା କରାଯାଇଥିଲା । 


ବ୍ୟୁରୋ ରିପୋର୍ଟ ମଣିଭଦ୍ରା ଖବର 

Post a Comment

Previous Post Next Post
Header ADS