BREAKING
Loading...
:

ଉଦଘାଟନ ର 4 ଦିନ ପରେ ଟ୍ରାଫିକ ଲାଇଟ ଅଚଳ l

 ଉଦଘାଟନ ର 4  ଦିନ ପରେ ଟ୍ରାଫିକ ଲାଇଟ ଅଚଳ l



 ସୁବର୍ଣ୍ଣପୁର (ମଣିଭଦ୍ରା ଖବର) ସୋନପୁର ସହରର ବ୍ଳକ ଛକରେ ନୂତନ ଭାବେ ଲଗାଯାଇଥିବା ଟ୍ରାଫିକ ଲାଇଟ ଅଚଳ ହୋଇ ପଡିଛି  । ଦୀର୍ଘ ଦିନର ଦାବି ପରେ ଜନଗହଳି ପୂର୍ଣ୍ଣ ଏହି ଛକରେ ଟ୍ରାପିକ ଲାଇଟ ଲଗାଯାଇଥିଲା  ।ମାନ୍ୟବର ଲୋକସଭା ସାଂସଦ ସଂଗୀତା ସିଂ ଦେଓ ଓ ରାଜ୍ୟ କ୍ୟାବିନେଟର ଅର୍ଥ ମନ୍ତ୍ରୀ ନିରଂଜନ ପୂଜାରୀ ଅତିଥି ଭାବେ ଯୋଗ ଦେଇ ଏହି ଟ୍ରାଫିକ ପୋଷ୍ଟର ଲାଇଟ ଉଦଘାଟନ କରିଥିଲେ  ।ଗତ 12 ତାରିଖ  ଅପରାହ୍ନରେ ଏହି ଲାଇଟ ଉଦଘାଟନ କରାଯାଇଥିବା ବେଳେ ଗତକାଲି ସୋମବାର ଦିନ ଅପରାହ୍ନରେ ଏହି ଲାଇଟ ଆଉ କାର୍ଯ୍ୟକ୍ଷମ ହେଉ ନ ଥିବା ଦେଖିବାକୁ ମିଳିଥିଲା  ।ତେବେ ଆଜି ସେହି ଲାଇଟ ପୋଷ୍ଟର ଅପରେଟିଂ କାର୍ଡଟି ପୋଡି ଯାଇଥିବା ଜଣା ପଡିଛି  ।ତେବେ ଏହି ନୂତନ ଉଦଘାଟିତ ହୋଇଥିବା ଲାଇଟ ପୋଷ୍ଟକୁ ନେଇ ବିଭିନ୍ନ ରାଜନୈତିକ ଦଳର ନେତା ଓ ବୁଦ୍ଧିଜିବୀମାନେ ଉଭୟ ସାଂସଦ ଓ ମନ୍ତ୍ରୀଙ୍କୁ ସମାଲୋଚନା କରିବା ଆରମ୍ଭ କରି ଦେଇଛନ୍ତି  ।ଏହି ଐତିହାସୀକ ସହରରେ ସାଧାରଣ ଲାଇଟ ପୋଷ୍ଟ ଉଦଘାଟନ କରିବା ଦୁଇ ଦିନ ପରେ ଅଚଳ ହୋଇ ପଡିବା ସାଂସଦ ଓ ମନ୍ତ୍ରୀଙ୍କ ପାରିବା ପଣିଆଁକୁ ସ୍ପଷ୍ଟ କରିଛି ବୋଲି ଅଭିଯୋଗ ହେଉଛି  । 


ରିପୋର୍ଟ, ଉଗ୍ରସେନ କର୍ମୀ, ସୁବର୍ଣ୍ଣପୁର

Post a Comment

Previous Post Next Post
Header ADS