BREAKING
Loading...
:

ସଂଯୁକ୍ତ କିସାନ୍ ମୋର୍ଚ୍ଚା ଆହ୍ୱାନ ରେ ଦେଶ ବ୍ୟାପି ଆନ୍ଦୋଳନ

 ସଂଯୁକ୍ତ କିସାନ ମୋର୍ଚ୍ଚା ଆହ୍ୱାନ ରେ ଦେଶ ବ୍ୟାପି ଆନ୍ଦୋଳନ 




ଦଶପଲ୍ଲା (ମଣିଭଦ୍ରା ଖବର)- ଆଜି ସର୍ଦ୍ଦାର ଉଦ୍ଦାମ ସିହ୍ ଙ୍କ ସହିଦ ଦିବସରେ ସଂଯୁକ୍ତ କିସାନ୍ ମୋର୍ଚ୍ଚା ଆହ୍ଵାନରେ ଦେଶବ୍ୟାପୀ ମୋଦି ସରକାରଙ୍କ ଚାଷୀଙ୍କ ପ୍ରତି ବିଶ୍ୱାସ ଘାତକ ତା ପ୍ରତିବାଦରେ ହେଉଥିବା ଆନ୍ଦୋଳନ ପରିପ୍ରେକ୍ଷୀରେ ଶତାଧିକ ଚାଷୀ ଦଶପଲ୍ଲା ବ୍ଲକ ସମ୍ମୁଖରେ ଧାରଣା ଦେଇ ବସି ରହି ଥିବା ଦେଖା ଯାଇଥିଲା।ଚାଷୀମାନେ ମୋଦି ସରକାର ବିରୁଦ୍ଧରେ ତଥା ଚାଷୀ ମାନଙ୍କ ଦାବି ଉପରେ ବିଭିନ୍ନ ସ୍ଲୋଗାନ ମାନ ଦେଇଥିଲେ।ଦାବି ଗୁଡ଼ିକ ହେଲା ସମସ୍ତ କୃଷିଜାତ ଦ୍ରବ୍ୟର ଏମ ଏସ ପି ନିର୍ଦ୍ଧାରଣ ନିମନ୍ତେ ଆଇନ ପ୍ରଣୟନ କରିବା, ଚାଷୀ ଆନ୍ଦୋଳନ ବେଳେ ଚାଷୀମାନଙ୍କ ବିରୁଦ୍ଧରେ ହୋଇଥିବା ମୋକଦ୍ଦମା ପ୍ରତ୍ୟାହାର,ଲକ୍ଷ୍ମୀପୁର ଖେରି ଘଟଣାର ଦୋଷୀକୁ କଠୋର ଦଣ୍ଡ ବିଧାନ ଓ ବିଦ୍ୟୁତ୍ ସଂଶୋଧନ ବିଲ-୨୦୨୦କୁ ପ୍ରତ୍ୟାହାର । ଏହି ଆନ୍ଦୋଳନ ଦିନ ୧୧ଟା ରୁ ୩ଟା ଯାଏ ଚାଲିଥିଲା। ଏଥିରେ କୃଷକ ନେତା ଶରତ ଚନ୍ଦ୍ର ବେହେରା,ଗଣେଶ୍ୱର ନାୟକ,ବ୍ରଜବନ୍ଧୁ ପ୍ରଧାନ ଓ ମହିଳା ନେତ୍ରୀ ଜୟନ୍ତୀ ଦାଶ ପ୍ରମୁଖ ନେତୃତ୍ୱ ନେଇଥିଲେ।  


ଦଶପଲ୍ଲା ରୁ ଚିତ ରଂଜନ ମିଶ୍ର ଙ୍କ ରିପୋ୍ଟ ମଣିଭଦ୍ରା ଖବର 



Post a Comment

Previous Post Next Post
Header ADS