ଜିଲ୍ଲାରେ ଶିଶୁ ଶ୍ରମିକ ନିୟୋଜନ ନିଷେଧ ନିମନ୍ତେ ସଚେତନତା ରଥର ଶୁଭାରମ୍ଭ -
ଶିଶୁ ଶ୍ରମ ମୁକ୍ତ ଓଡିଶା ଆମ ସମସ୍ତଙ୍କ ଲକ୍ଷ୍ୟ ହେଉ -
ସୁବର୍ଣ୍ଣପୁର-(ମଣିଭଦ୍ରା ଖବର)
ଶିଶୁ ଶ୍ରମ ମୁକ୍ତ ଓଡିଶା ଆମ ସମସ୍ତଙ୍କ ଲକ୍ଷ୍ୟ ହେଉ, ଏହି ପରିପ୍ରେକ୍ଷୀରେ ଜିଲ୍ଲାରେ ଶିଶୁ ଶ୍ରମିକ ନିୟୋଜନ କୁ ନିଷେଧ କରିବା ଉଦେଶ୍ୟ ରେ ଆଜି ଜିଲ୍ଳାପାଳ ସୁବର୍ଣ୍ଣପୁର ଙ୍କ କାର୍ଯ୍ୟାଳୟ ପରିସରରେ ଜିଲ୍ଲାପାଳ ଶ୍ରୀମତୀ ଅବୋଲୀ ସୁନିଲ ନରୱଣେ ଶିଶୁ ଶ୍ରମିକ ନିୟୋଜନ ନିଷେଧ ସଚେତନତା ରଥ କୁ ପତାକା ପ୍ରଦର୍ଶନ ପୂର୍ବକ ଶୁଭାରମ୍ଭ କରିଛନ୍ତି l
ଏହି ସଚେତନତା ରଥ ଜିଲ୍ଲାର ବିଭିନ୍ନ ସହରାଞ୍ଚଳ ସହିତ ସୋନପୁର ମ୍ୟୁନିସିପାଲିଟି ଅଞ୍ଚଳ ପରିକ୍ରମା କରି ଜନସାଧାରଣଙ୍କୁ ଶିଶୁ ଶ୍ରମିକ ନିୟୋଜନ ଉପରେ ସଚେତନତା କରାଇବ l ସଚେତନତା କାର୍ଯ୍ୟକ୍ରମ କୁ ଲୋକାଭିମୁଖୀ କରାଇବା ଉଦେଶ୍ୟରେ ଜିଲ୍ଳା ଶ୍ରମ ବିଭାଗ, ଜିଲ୍ଲା ଶିଶୁ ସୁରକ୍ଷା ବିଭାଗ ତରଫରୁ ଆଜି ଠାରୁ ଆଗାମୀ ୧୨ ତାରିଖ ପର୍ଯ୍ୟନ୍ତ ଜିଲ୍ଲାରେ ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ କରାଯିବାର ସ୍ଥିର ହୋଇଥିବା ଜିଲ୍ଲା ଶ୍ରମ ଅଧିକାରୀ ଶ୍ରୀ ଖାକା ସୂଚନା ପ୍ରଦାନ କରିଛନ୍ତି l ଏହିପରିପ୍ରେକ୍ଷୀରେ ଜିଲ୍ଲାସ୍ତରରେ ଆସନ୍ତା ୩ ତାରିଖରେ ଏକ ସଚେତନତା ଶୋଭାଯାତ୍ରା ସହ ଶପଥ ପାଠ ସମାରୋହ ଅନୁଷ୍ଠିତ ହେବ l ପୁନଶ୍ଚ ଜିଲ୍ଲା ସ୍ତରୀୟ ବିଭିନ୍ନ ବିଭାଗ ସହଯୋଗ ରେ ଶିଶୁ ଶ୍ରମ ନିଷେଧ ଉପରେ ସଚେତନତା ବୈଠକ ଅନୁଷ୍ଠିତ ସହ ଶିଶୁ ସୁରକ୍ଷା କୁ ଅଧିକ ଗୁରୁତ୍ୱାରୋପ କରାଯାଇ ବିଭିନ୍ନ ସମ୍ବେଦନଶିଳ ସ୍ଥାନ ଉପରେ ଚଢ଼ାଉ ତଥା ଶିଶୁ ଉଦ୍ଧାର କାର୍ଯ୍ୟକ୍ରମ କରିଯିବା ଉପରେ ସୂଚନା ଦେଇଛନ୍ତି ଜିଲ୍ଲା ଶ୍ରମ ଅଧିକାରୀ l ଚଉଦ ବର୍ଷ ପୂରଣ କରିନଥିବା ଶିଶୁଙ୍କୁ କାର୍ଯ୍ୟରେ ନିଯୁକ୍ତି କରିବା ଦଣ୍ଡନୀୟ ଅପରାଧ ଅଟେ l ପୁନଶ୍ଚ ଶିଶୁଙ୍କୁ ଶ୍ରମିକ ଭାବେ କାମରେ ନିୟୋଜିତ କରାଉଥିବା ବ୍ୟକ୍ତିଙ୍କୁ ମଧ୍ୟ ଆଇନ ଅନୁଯାୟୀ କଠୋର ଦଣ୍ଡର ବ୍ୟବସ୍ଥା ରହିଛି l ଆଜି ଅନୁଷ୍ଠିତ ଶୁଭାରମ୍ଭ ଅବସରରେ ଜିଲ୍ଲା ଶ୍ରମ ଅଧିକାରୀ ଶ୍ରୀ ଡିଲେଶ୍ୱର ଖାକା, ଜିଲ୍ଳା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଶ୍ରୀ ଅଶ୍ବିନୀ କୁମାର ଭୋଇ, ଜିଲ୍ଲା ମଙ୍ଗଳ ଅଧିକାରୀ ପାଲାକା ରବୀନ୍ଦ୍ର, ଡି ସି ପି ଓ ଚତୁର୍ଭୁଜ ଦାଶ, ବିଭିନ୍ନ ଶ୍ରମିକ ସଂଗଠନ ର କର୍ମ କର୍ତ୍ତା, ଶ୍ରମ ବିଭାଗ ର କର୍ମଚାରୀ ତଥା ଅନ୍ୟାନ୍ୟ ବିଭାଗୀୟ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ l
ରିପୋର୍ଟ, ଉଗ୍ରସେନ କର୍ମୀ, ସୁବର୍ଣ୍ଣପୁର
Post a Comment