ଛାମୁଣ୍ଡିଆ ମଠତୋଟାରେ ସମ୍ବର୍ଦ୍ଧନା ସଭା ଏବଂ କର୍ମୀ ସମ୍ମିଳନୀ
ଗଣିଆ (ମଣିଭଦ୍ରା ଖବର) ଗଣିଆ ବ୍ଳକ ଛାମୁଣ୍ଡିଆ ପଞ୍ଚାୟତ ମଠତୋଟା ଠାରେ ଶୁକ୍ରବାର ସଂଧ୍ୟା ୫ ଘଟିକା ସମୟରେ ବିଜୁଜନତା ଦଳ ତରଫରୁ ସମ୍ବର୍ଦ୍ଧନା ସଭା ଏବଂ କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଛାମୁଣ୍ଡିଆ ବଙ୍ଗଳା ଠାରୁ ଏକ ବିଶାଳ ଶୋଭାଯାତ୍ରାରେ ଅତିଥି ମାନଙ୍କୁ ପାଛୋଟି ନେଇ ମଠତୋଟାରେ ପହଞ୍ଚିଥିଲେ । ବରିଷ୍ଠ ନେତା ସୁରେଶ ଚନ୍ଦ୍ର ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉକ୍ତ ବୈଠକରେ ମୁଖ୍ୟ ଅତିଥି ଭାବେ ବିଧାୟକ ରମେଶ ଚନ୍ଦ୍ର ବେହେରା, ବ୍ଳକ ଅଧ୍ୟକ୍ଷା ଝୁନା ଜେନା, ଜିଲ୍ଲା ପରିଷଦ ସଭ୍ୟ ନରେଶ କୁମାର ବେହେରା, ବିଜୁଜନତା ଦଳର ବ୍ଳକ ସଭାପତି ସଦାଶିବ ମିଶ୍ର, ଯୁବନେତା ଡ. ସୁଶିଲ କୁମାର ସାହୁ, ଗଣିଆ ସମିତି ସଭ୍ୟ ଫକୀର ମୋହନ ଡାକୁଆଙ୍କ ସମେତ ଛାମୁଣ୍ଡିଆ ପଞ୍ଚାୟତର ବହୁ ବରିଷ୍ଠ ନେତା ଉପସ୍ଥିତ ଥିଲେ । ପଞ୍ଚାୟତ ତରଫରୁ ସମସ୍ତ ଅତିଥି ମାନଙ୍କୁ ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରିଥିଲେ । ଉକ୍ତ ପଞ୍ଚାୟତରେ ବିଜୁଜନତା ଦଳର ଜିଲ୍ଲା ପରିଷଦ ସଭ୍ୟଙ୍କୁ ବିପୁଳ ସଂଖ୍ୟାରେ ଭୋଟ ଦେଇ ଗତ ନିର୍ବାଚନରେ ନିର୍ବାଚିତ କରିଥିବାରୁ ବିଧାୟକ ସମସ୍ତଙ୍କୁ କୃତଜ୍ଞତା ଜ୍ଞାପନ କରିଥିଲେ । ଗଣିଆ ବ୍ଲକର ଛାମୁଣ୍ଡିଆ ପଞ୍ଚାୟତରେ ପ୍ରଥମଥର ପାଇଁ ନିର୍ବାଚନ ପରେ କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଥିବାରୁ ଅତିଥି ମାନେ ଧନ୍ୟବାଦ ଅର୍ପଣ କରିଥିଲେ । ବ୍ଳକର ସବୁଠାରୁ ଅବହେଳିତ ପଞ୍ଚାୟତ ଭାବେ ପରିଗଣିତ ଥିବାରୁ ଛାମୁଣ୍ଡିଆ ପଞ୍ଚାୟତର ସମସ୍ୟା ଉପରେ ଦୃଷ୍ଟି ଦେବାକୁ ଗ୍ରାମବାସୀଙ୍କ ତରଫରୁ ବିଧାୟକଙ୍କୁ ଅନୁରୋଧ କରିଥିଲେ । ଛାମୁଣ୍ଡିଆ ପଞ୍ଚାୟତର ସୁଧାକର ଦେହୁରୀ ଙ୍କୁ ବିଜୁଜନତା ଦଳର ପଞ୍ଚାୟତ ସଭାପତି ଭାବେ ଘୋଷଣା କରିଥିଲେ ବ୍ଳକ ସଭାପତି ସଦାଶିବ ମିଶ୍ର ।
ବ୍ୟୁରୋ ରିପୋର୍ଟ ମଣିଭଦ୍ରା ଖବର
Post a Comment