ଜିଲ୍ଲାପାଳ ଙ୍କ ବ୍ଲକ୍ ସ୍ତରୀୟ ଜନ ଶୁଣାଣି ଶିବିର
ନୂଆଗାଁ (ମଣିଭଦ୍ରା ଖବର)ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ରାଜୀବ ଗାନ୍ଧୀ ସଦଭାବନା ଗୃହ ପରିସରରେ ଜିଲ୍ଲାପାଳ ଙ୍କ ବ୍ଲକ୍ ସ୍ତରୀୟ ଯୁଗ୍ମ ଜନ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି।
ଉପ ଜିଲ୍ଲାପାଳ ଲଗ୍ନଯିତ୍ ରାଉତ,ଅତିରିକ୍ତ ଜିଲ୍ଲାପାଳ ବିଧାନ ଚନ୍ଦ୍ର ରାୟ,ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ବିଦ୍ୟୁତ୍ ପଣ୍ଡା,ନୂଆଗାଁ ବ୍ଲକ୍ ବିଡ଼ିଓ ପ୍ରମୋଦ କୁମାର ନାୟକ,ତୁଆଗାଁ ତହସିଲଦାର ପ୍ରଳୟା ନନ୍ଦ ଶତପଥୀ,ବ୍ଲକ୍ ଅଧ୍ୟକ୍ଷା ଲକ୍ଷ୍ମୀପ୍ରିୟା ବେହେରା,ଉପାଧ୍ୟକ୍ଷ ପର୍ଶୁରାମ ସ୍ୱାଇଁ ,ଥାନା ଅଧିକାରୀ ବସନ୍ତ କୁମାର ସାହୁ ଉପସ୍ଥିତ ଥିଲେ। ଲୋକ ମାନଙ୍କ ବିଭିନ୍ନ ଆପତ୍ତି ,ଅଭିଯୋଗ ର ତୁରନ୍ତ ସମାଧାନ ପାଇଁ ବିଭାଗୀୟ ଅଧିକାରୀ ମାନଙ୍କୁ ଉପ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ। ସିଙ୍ଗାର ପଲ୍ଲୀ ପଞ୍ଚାୟତ ରେ ପାନୀୟ ଜଳ ସମସ୍ୟା ଦୂରୀଭୂତ ହେଉନଥିବାରୁ ବିଭାଗୀୟ ଯନ୍ତ୍ରୀ ଙ୍କ ଉପରେ କ୍ଷୋଭ ପ୍ରକାଶ କରିଥିଲେ ସରପଞ୍ଚ ଗାୟତ୍ରୀ ବେହେରା।
ବ୍ୟୁରୋ ରିପୋର୍ଟ ମଣିଭଦ୍ରା ଖବର
Post a Comment