BREAKING
Loading...
:

ଗଞ୍ଜାମ ବାତ୍ୟାରେ ଦେବଗଡ଼ ଓଡ୍ରାଫ୍ ଟିମ୍‌ର ପ୍ରଶଂସନୀୟ କାର୍ଯ୍ୟ

 ଗଞ୍ଜାମ ବାତ୍ୟାରେ ଦେବଗଡ଼ ଓଡ୍ରାଫ୍ ଟିମ୍‌ର ପ୍ରଶଂସନୀୟ କାର୍ଯ୍ୟ



ବାତ୍ୟା ‘ଅକଭାନ୍’ ପୂର୍ବରୁ ଓ ପରବର୍ତ୍ତୀ ସମୟରେ ଗଞ୍ଜାମ ଜିଲ୍ଲାର ପାତ୍ରପୁର ବ୍ଲକରେ ଦେବଗଡ଼ ଚତୁର୍ଥ ଆଇ.ଆର.ବି.ଏନ୍. ଓଡ୍ରାଫ୍ ଟିମ୍ ଉଲ୍ଲେଖନୀୟ ସେବା ପ୍ରଦାନ କରିଛି।


ନଭେମ୍ବର ୧୭ରୁ ୨୨ ତାରିଖ ପର୍ଯ୍ୟନ୍ତ ପାତ୍ରପୁର ବ୍ଲକର ବିଭିନ୍ନ ଗ୍ରାମରେ ଉଦ୍ଧାର ଓ ପୁନରୁଦ୍ଧାର କାର୍ଯ୍ୟରେ ନିୟୋଜିତ ଏହି ଟିମ୍ ବିପଦରେ ଥିବା ଲୋକଙ୍କୁ ଉଦ୍ଧାର କରିବା ସହ ରାସ୍ତା ଉପରେ ପଡ଼ିଥିବା ଗଛ ଓ ଡାଳ ସଫା କରି ଯାତାୟାତ ସ୍ୱାଭାବିକ କରିଥିଲେ। ଭାଙ୍ଗି ପଡ଼ିଥିବା ବିଦ୍ୟୁତ୍ ଖୁଣ୍ଟ ଓ ତାର ହଟାଇବା ସହ ବିଦ୍ୟୁତ୍ ସରବରାହ ପୁନଃସ୍ଥାପନରେ ମଧ୍ୟ ସହଯୋଗ କରିଥିଲେ।


ପ୍ରତିକୂଳ ପାଗ ଓ କଠିନ ପରିସ୍ଥିତିରେ ନିଷ୍ଠାର ସହ ସେବା ଯୋଗାଇଥିବା ଏହି ଟିମ୍‌କୁ ପାତ୍ରପୁର ବ୍ଲକବାସୀଙ୍କ ପକ୍ଷରୁ ସ୍ଥାନୀୟ ବିଡିଓ ପ୍ରଶଂସାପତ୍ର ପ୍ରଦାନ କରିଛନ୍ତି।


ଏସ୍.ଆଇ. (ଆର୍ମଡ୍) ଜଗତରାମ ସାଏଙ୍କ ନେତୃତ୍ୱରେ ଉପାସୁ ମାହାର, ପୁରୁଷୋତ୍ତମ ସାମଲ, ଶୁଭେନ୍ଦୁ ପ୍ରଧାନ, ପୀତାବାସ ସାହୁ, ଟି. ସୁନ୍ଦର ସାହୁ, ପ୍ରଶାନ୍ତ ସାହୁ, ଦୁର୍ଗା ମୁଣ୍ଡା, ଭୂପେନ ସାମଲ, ବିଭୂତି ଭୂଷଣ ସାହୁ, ରବୀନ୍ଦ୍ର ବେହେରା, ଜ୍ଞାନନିଧି ଭୋଇ ଓ ଡ୍ରାଇଭର ପରେଶ ପ୍ରଧାନ ଏହି ସେବା କାର୍ଯ୍ୟରେ ସାମିଲ ଥିଲେ।

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

Previous Post Next Post
Header ADS