ଶ୍ୟାମବାବାଙ୍କ "କାଞ୍ଜିପାଣି" ମହୋଷଧି ପରି କାମ ଦିଏ ବୋଲି ଲୋକଙ୍କ ବିଶ୍ୱାସ ରହିଛି ।
କେନ୍ଦ୍ରାପଡ଼ା, -:
ଓଡ଼ିଶାର ପରମ୍ପରାରେ କାଞ୍ଜିପାଣିର ମାହାତ୍ମ୍ୟକୁ ଗୁରୁତ୍ୱ ଦିଆଯାଇଛି ।ପ୍ରାଚୀନ କାଳରୁ ମୁନିରୁଷି ଆଶ୍ରମରେ କାଞ୍ଜିପାଣି ଜରିଆରେ ଅନେକ ଅସାଧ୍ୟ ବେମାରୀ ନିରାକରଣ ହେବାର ନଜିର ରହିଛି । ସେହିଭଳି ଏକ ଐତିହ୍ୟ ସମ୍ପନ୍ନ ମଠ ହେଉଛି କେନ୍ଦ୍ରାପଡ଼ା ଜିଲ୍ଲାର ପୁରୁଷୋତ୍ତମପୁର ପଞ୍ଚାୟତର କୋରୁଆ ଗ୍ରାମରେ ଥିବା ଶ୍ୟାମବାବାଙ୍କ ମଠ, ଯେଉଁଠି ବାବାଙ୍କ କାଞ୍ଜିପାଣି ସେବନ କରି ଅନେକ ରୋଗୀ ସୁସ୍ଥ ହୋଇଛନ୍ତି । ଯେଉଁଠି ଡାକ୍ତରୀ ବିଦ୍ୟା ବିଫଳ ହୋଇଥାଏ ସେଠି ବାବା ଙ୍କ କାଞ୍ଜିପାଣି ମହୋସଧି ପରି କାମ ଦେଇଥାଏ ବୋଲି ଜନସାଧାରଣଙ୍କ ଏକ ପ୍ରକାର ବିଶ୍ୱାସ ମଧ୍ୟ ରହିଛି । କିନ୍ତୁ ଦୀର୍ଘ ତିରିଶ ବର୍ଷ ଧରି ଏହି କାଞ୍ଜିପାଣି ପରମ୍ପରା ବନ୍ଦ ରହିଥିବାର ଖବର ପାଇ ଶ୍ରୀ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ମଠରେ ପୁନର୍ବାର ଏହି ପରମ୍ପରାକୁ ଉଜ୍ଜୀବିତ କରାଯାଇଛି । ଜଡ଼ିବୁଟି ମିଶ୍ରିତ କାଞ୍ଜିପାଣିରେ ଅଁଳା, ଜୁଆଣି ଫୁଲ, ସନ୍ଦର୍ବ ଲୁଣ, ଆମ୍ବ ଅଦା, କଞ୍ଚା ଲଙ୍କା, ଭୁସଙ୍ଗ ପତ୍ର, ବିଟ ଲୁଣ, ଜିରା, ପୁଦିନା, ଅଦା, ପାନ ମଧୁରୀ, ଗୋଲମରିଚ ସହିତ ଅରୁଆ ପେଜ ସହ ଅନ୍ୟାନ୍ୟ ଦ୍ରବ୍ୟ ମିଶାଯାଇ କାଞ୍ଜିପାଣି ପ୍ରସ୍ତୁତି କରାଯାଇଥିଲା ।ହଜାର ହଜାର ଶ୍ରଦ୍ଧାଳୁ ଏହାକୁ ପାନ କରି ହଜିଲା ପରମ୍ପରାକୁ ସ୍ମରଣ କରିବା ସହ ଟ୍ରଷ୍ଟର କର୍ମକର୍ତାଙ୍କୁ ଏହି କାର୍ଯ୍ୟ ପାଇଁ ଭୂରି ପ୍ରଂଶସା ଜଣାଇଥିଲେ । ଏହି କାର୍ଯ୍ୟକ୍ରମରେ ଟ୍ରଷ୍ଟର ସଭାପତି ଦମନ ମହାନ୍ତି, ଉପସଭାପତି ରଶ୍ମି ରଞ୍ଜନ ବାରିକ, ସଂସ୍କୃତି ବିଭାଗୀୟ ଅଧିକାରୀ ସଞ୍ଜୀବ ତରାଇ, ଟ୍ରଷ୍ଟର ପରାମର୍ଶଦାତା ନିମାଇଁ ଚରଣ କର, ମୁଖପାତ୍ର ପ୍ରମୋଦ ନାୟକ, ମନୋରଞ୍ଜନ ପଣ୍ଡା, ସୁନୀଲ ଦାସ, ରଞ୍ଜିତ ଲେଙ୍କା, ଆମ୍ବୁଜ ଲେଙ୍କାଙ୍କ ସହ ମଠର ଅନ୍ତେବାସୀ ବାବା ଦାମୋଦର ଦାସ, ମଠର ସଭାପତି ବାବୁଲି ଚରଣ ଲେଙ୍କା, ଉମେଶ ଚନ୍ଦ୍ର ସାହୁ, କୃଷ୍ଣଚନ୍ଦ୍ର ସାହୁ, ଶିଶିର ଲେଙ୍କା, ବାବାଜୀ ସାହୁ ଓ ବୈଷ୍ଣବ ସାହୁ ଉପସ୍ଥିତ ଥିଲେ ।
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା


Post a Comment