ନଦୀରେ ଭାସିଯାଇ ଯୁବକ ର ସଲୀଳ ସମାଧୀ।
ଗଞ୍ଜାମ ଜିଲ୍ଲା ଆସ୍କା ସହର କୁମ୍ଭାର ସାହିର ସଞ୍ଜୟ କୁମାର ବେହେରା ନାମକ ଜଣେ ଯୁବକ ର ଅକାଳ ବିୟୋଗ ଘଟିଛି। ମୃତ ଯୁବକ ଜଣକ ଘର ନିକଟସ୍ଥ ରୁଷିକୁଲ୍ୟା ନଦୀରେ ଗାଧୋଉଥିବା ବେଳେ ଅସାବଧାନତା ବଶତଃ ନଦୀର ଗଭୀର ଜଳସ୍ରୋତରେ ଭାସିଯାଇ ଥିଲେ। ଏହି ସମୟରେ ନିଜ ସାହିର କିଛି ସାହାସୀ ଯୁବକ ଭାସି ଯାଉଥିବା ଅବସ୍ଥାରେ ସଞ୍ଜୟ କୁ ଉଦ୍ଧାର କରି ନଦୀ କୁଳକୁ ଆଣି ଆମ୍ବୁଲାନ୍ସ ଗାଡ଼ି କୁ ଯୋଗାଯୋଗ କରିଥିଲେ। କିନ୍ତୁ ଆମ୍ବୁଲାନ୍ସ ଗାଡ଼ି ଆସିବା ବିଳମ୍ବ ଯୋଗୁଁ ତାଙ୍କୁ ମୋଟରସାଇକେଲ ଯୋଗେ ଅସ୍ଥାୟୀ ଡ଼ାକ୍ତରଖାନାକୁ ନେଇଥିଲେ। କର୍ତ୍ତବ୍ୟରତ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଏହି ଭଳି ଦୁଃଖଦ ଘଟଣା କୁ ନେଇ ସାହି ବାସିନ୍ଦା ମୃତ ଯୁବକ ର ଶବ ରାସ୍ତା ଉପରେ ରଖି ରାସ୍ତାରୋକ କରିଥିଲେ। ଖବର ପାଇ ପୋଲିସ ଏସ୍ ଡି ପି ଓ ଓ ପୌର ଅଧ୍ୟକ୍ଷା ଘଟଣାସ୍ଥଳରେ ପହଞ୍ଚି ରେଡକ୍ରସ ତରଫରୁ ମୃତକଙ୍କ ପରିବାରକୁ ସହାୟତା ପ୍ରଦାନ ପରେ ପରିସ୍ଥିତି ସ୍ବାଭାବିକ ହୋଇଥିଲା।
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା


Post a Comment