BREAKING
Loading...
:

ପୂର୍ବତନ ସାଂସଦ ସ୍ବର୍ଗତ ରୁଦ୍ରମାଧବ ରାୟଙ୍କ ୮୯ ତମ ଜନ୍ମ ଜୟନ୍ତୀ ପାଳିତ

 ପୂର୍ବତନ ସାଂସଦ ସ୍ବର୍ଗତ ରୁଦ୍ରମାଧବ ରାୟଙ୍କ ୮୯ ତମ ଜନ୍ମ ଜୟନ୍ତୀ ପାଳିତ 

ଗଣିଆ (ମଣିଭଦ୍ରା ଖବର) ପୂର୍ବତନ ସାଂସଦ,ମହାନ ଜନନାୟକ ତଥା ତୁଙ୍ଗନେତା ସ୍ବର୍ଗତ ରୁଦ୍ରମାଧବ ରାୟଙ୍କ ୮୯ ତମ ଜନ୍ମ ଜୟନ୍ତୀ ପାଳିତ ହୋଇଯାଇଛି । ଗଣିଆରେ ଥିବା ରୁଦ୍ରପ୍ରେମୀଙ୍କ ତରଫରୁ ଗଣିଆ ବଜାରରେ ରୁଦ୍ରମାଧବଙ୍କ ପ୍ରତିମୂର୍ତ୍ତୀରେ ମାଲ୍ୟାର୍ପଣ କରାଯାଇଥିଲା । ତାଙ୍କର ଅମର ଆତ୍ମାର ସଦଗତି କାମନା କରାଯିବା ସହିତ ତାଙ୍କର ଅବଦାନ ସମ୍ପର୍କରେ ବିସ୍ତୃତ ଆଲୋଚନା କରାଯାଇଥିଲା ।

 ଏହି କାର୍ଯ୍ୟକ୍ରମରେ ପୂର୍ବତନ ଜିଲ୍ଲାପରିଷଦ ସଭ୍ୟ ମହେଶ୍ୱର ମହାରଣା, ପୂର୍ବତନ ସରପଞ୍ଚ ବ୍ରଜମୋହନ ମିଶ୍ର,ଅଜୟ କୁମାର ଲେଙ୍କା,ପ୍ରଶନ୍ନ କୁମାର ସାହୁ, ସୁଧାଂଶୁ ଗଣ୍ଠିଆ,ଦଣ୍ଡଧର ଦାସ, ପ୍ରକାଶ କୁମାର ସାହୁଙ୍କ ସମେତ ବହୁ ବିଜୁପ୍ରେମୀ ସହଯୋଗ କରିଥିଲେ । ଶିକ୍ଷକତା ଜୀବନରୁ ଆରମ୍ଭ କରି ସମାଜ ସେବାପାଇଁ ରାଜନୀତି ରେ ପାଦଦେଇଥିଲେ ରାୟ ବାବୁ । ପଞ୍ଚାୟତରୁ ପାର୍ଲିଆମେଣ୍ଟ ପର୍ଯ୍ୟନ୍ତ ସଂଘର୍ଷମୟ ଜୀବନ ଅତିବାହିତ କରି ସଫଳତାର ଶୀର୍ଷରେ ପହଂଚି ଥିଲେ ସେ । ନିଷ୍କପଟ ଜୀବନ ଶୈଳୀ ଓ ଭାଇଚାରର ପରିଚୟ ଦେଇ ଦଶପଲ୍ଲା ନିର୍ବାଚନ ମଣ୍ଡଳୀରେ ଜଣେ ସଫଳ  ରାଜନେତା ଭାବେ ସେ  ନିଜକୁ ପ୍ରତିପାଦିତ କରି ପାରିଥିଲେ ।


ମଣିଭଦ୍ରା ଖବର, ଗଣିଆ 

Post a Comment

Previous Post Next Post
Header ADS