BREAKING
Loading...
:

କପିଳାସ ପୀଠରେ କପିଳାସ ମହୋତ୍ସବ ୨୦୨୬ ଉଦ୍ଘାଟିତ - "ହାତୀ ସୁରକ୍ଷା ପ୍ରକୃତି ରକ୍ଷା" ବାର୍ତ୍ତା ନେଇ ପର୍ବତାରୋହଣ*

 *କପିଳାସ ପୀଠରେ କପିଳାସ ମହୋତ୍ସବ ୨୦୨୬ ଉଦ୍ଘାଟିତ - "ହାତୀ ସୁରକ୍ଷା ପ୍ରକୃତି ରକ୍ଷା" ବାର୍ତ୍ତା ନେଇ ପର୍ବତାରୋହଣ*



କପିଳାସ,ଢେଙ୍କାନାଳ,


ମାଇକ୍ରୋମିଡିଆ ଆୱାରନେସ୍ ଅନୁଷ୍ଠାନର ରାଜ୍ୟସ୍ତରୀୟ ପ୍ରତିଭା ଚୟନ ଓ ପ୍ରତିଭା ସମ୍ମାନ କାର୍ଯ୍ୟକ୍ରମର ୨୪ ବର୍ଷ ପୂର୍ତ୍ତି ଅବସରରେ କପିଳାସ ମହୋତ୍ସବ ୨୦୨୬ ରବିବାର ଦିନ ଦ୍ୱିତୀୟ କୈଳାସ ଶ୍ରୀ ଶ୍ରୀ ଚନ୍ଦ୍ରଶେଖର ଜୀଉ ମନ୍ଦିର ପାଦଦେଶରେ ଶୁଭ ଉଦ୍ଘାଟିତ ହୋଇଯାଇଛି ।

    ଏହି ଅବସରରେ ଶ୍ରୀ ଶ୍ରୀ ଚନ୍ଦ୍ରଶେଖର ଜୀଉ ଓ ମା' ପାର୍ବତୀଙ୍କ ନିକଟରେ ସ୍ୱତନ୍ତ୍ର ପୂଜାର୍ଚ୍ଚନା କରାଯାଇଥିଲା । ଅତିଥିମାନେ ବାରବାଙ୍କ ସନ୍ତୋଷୀ ମା' ମନ୍ଦିର ନିକଟରେ ପୂଜା କରି ପତାକା ଦେଖାଇ ପର୍ବତାରୋହଣ କାର୍ଯ୍ୟକ୍ରମକୁ ଶୁଭାରମ୍ଭ କରିଥିଲେ ।

    ଏହି ପର୍ବତାରୋହଣ କାର୍ଯ୍ୟକ୍ରମରେ ପ୍ରାୟ ୫୦୦ରୁ ଉର୍ଦ୍ଧ୍ୱ ଏନସିସି, ଏନଏସଏସ୍, ଯୁବ ରେଡକ୍ରସ୍, ତାଇକୋଣ୍ଡୋ, ସ୍କେଟିଙ୍ଗ୍, ସ୍ଥାନୀୟ ଯୁବକ ଯୁବତୀ, କ୍ରୀଡାବିତ୍ ଏବଂ ବିଭିନ୍ନ ଶିକ୍ଷାନୁଷ୍ଠାନର ଶତାଧିକ ଛାତ୍ରଛାତ୍ରୀ ଅଂଶଗ୍ରହଣ କରି କପିଳାସ ପାଦଦେଶରୁ ପାହାଚ ରାସ୍ତା ଦେଇ ପୀଠ ଓ ଶୀଖର ଦେବସଭା ପର୍ଯ୍ୟନ୍ତ ପର୍ବତାରୋହଣ କରିଥିଲେ ।

    ଉଦ୍ଘାଟନୀ ଉତ୍ସବରେ ଉଦ୍ଘାଟକ ଭାବେ ଯୁବରାଜ ଅମରଜ୍ୟୋତି ସିଂହଦେଓ, ମୁଖ୍ୟ ଅତିଥି ଭାବେ ପୂର୍ବତନ ସାଂସଦ ମହେଶ ସାହୁ, ମୁଖ୍ୟ ବକ୍ତା ଭାବେ ଗଁଦିଆ ବ୍ଲକ ଅଧ୍ୟକ୍ଷା ରୀନାରାଣୀ ଖଟୁଆ, ଗଁଦିଆ ଥାନା ଅଧିକାରୀ ପ୍ରତାପ ଚନ୍ଦ୍ର ଦଳେଇ, କପିଳାସ ରେଞ୍ଜର ଉତ୍ସବ ପ୍ରଧାନ, ପରିବେଶବିତ୍ ଦୀପ୍ତିମୟୀ ଲେଙ୍କା, ସମାଜସେବୀ ଶୁଭଦର୍ଶିନୀ ପରିଡା ପ୍ରମୁଖ ଯୋଗଦେଇ ଏଭରେଷ୍ଟ ଆରୋହଣକାରୀ କଳ୍ପନା ଦାସଙ୍କ ସ୍ମୃତିରେ ଆୟୋଜିତ ଏହି କାର୍ଯ୍ୟକ୍ରମକୁ ସାଧୁବାଦ ଜଣାଇବା ସହ "ହାତୀ ସୁରକ୍ଷା ପ୍ରକୃତି ରକ୍ଷା" ସମ୍ପର୍କରେ ଛାତ୍ରଛାତ୍ରୀଙ୍କୁ ସଚେତନ ବାର୍ତ୍ତା ପ୍ରଦାନ କରିଥିଲେ ।

   ପ୍ରାରମ୍ଭରେ ଅନୁଷ୍ଠାନର ନିର୍ଦ୍ଦେଶକ/ସଭାପତି ଅଭୟ କୁମାର ସାହୁ କାର୍ଯ୍ୟକ୍ରମ ସମ୍ପର୍କରେ ମତବ୍ୟକ୍ତ କରି ଅନୁଷ୍ଠାନର ଲକ୍ଷ୍ୟ, ଉଦ୍ଦେଶ୍ୟ ଏବଂ କପିଳାସ ପୀଠର ପ୍ରଚାର ପ୍ରସାର ସାରା ବିଶ୍ୱରେ କରିବାର ଏହା ଏକ ଛୋଟିଆ ପ୍ରୟାସ ବୋଲି କହିଥିଲେ । ମହୋତ୍ସବର ଆବାହକ ମାଷ୍ଟର ଇଂ ସୌମ୍ୟବ୍ରତ ସାହୁ ସ୍ୱାଗତ ଓ ଧନ୍ୟବାଦ ଅର୍ପଣ କରିଥିଲେ ।

    ଏହି ଅବସରରେ କପିଳାସ ପୀଠର ସେବାୟତ, ପୂଜକ ଓ ଅନୁଷ୍ଠାନର ମୁଖ୍ୟ କର୍ମକର୍ତ୍ତାମାନଙ୍କୁ ଉତ୍ତରୀୟ ଦେଇ ସମ୍ବର୍ଦ୍ଧନା କରାଯାଇଥିଲା ଏବଂ ଶେଷରେ ସମସ୍ତଙ୍କ ପାଇଁ ଅନ୍ନ ପ୍ରସାଦର ବ୍ୟବସ୍ଥା କରାଯାଇଥିଲା । କାର୍ଯ୍ୟକ୍ରମରେ ଅନୁଷ୍ଠାନର କର୍ମକର୍ତ୍ତା, ସଦସ୍ୟ, ସାମ୍ବାଦିକ ବନ୍ଧୁ ଓ ସ୍ୱେଚ୍ଛାସେବୀମାନେ ସହଯୋଗ କରିଥିଲେ ।

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

Previous Post Next Post
Header ADS