ବିକାଶର ଡିଣ୍ଡିମ୍ ପିଟୁଛି ପ୍ରଶାସନ ହେଲେ ପଟିଲିପିଡ଼ିଆ ଅଙ୍ଗନୱାଡ଼ି କେନ୍ଦ୍ର ଅବ୍ୟବସ୍ଥାରେ ଚାଲିଛି କୋମଳ ମତୀ ଶୀଶୁଙ୍କ ଭବିଷ୍ୟତ ?
କନ୍ଧମାଳ :-
ରାଜ୍ୟ ଓ କେନ୍ଦ୍ର ସରକାର ପ୍ରତିବର୍ଷ କୋଟି କୋଟି ଟଙ୍କାର ଯୋଜନା ଘୋଷଣା କରୁଛନ୍ତି। ସହରାଞ୍ଚଳ ଅଞ୍ଚଳ ଠାରୁ ଆରମ୍ଭ କରି ଗ୍ରାମାଞ୍ଚଳର ବିକାଶରେ ବଡ଼ ବଡ଼ ଭାଷଣ ଶୁଭୁଛି ବିଜ୍ଞାପନରେ ସମୃଦ୍ଧିର ଝଲସୁଛି ହେଲେ ବାସ୍ତବତାର ଚିତ୍ର କିନ୍ତୁ ଆଜି ବି ଅତ୍ୟନ୍ତ ହୃଦୟଵିଦାରକ।
କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ପାଙ୍ଗା ଉପରସାହି ପଞ୍ଚାୟତ ଅନ୍ତର୍ଗତ ପଟିଲିପିଡିଆ ଅଙ୍ଗନୱାଡ଼ି କେନ୍ଦ୍ରର ଅବସ୍ଥା ଦିନକୁ ଦିନ ଶୋଚନୀୟ ହୋଇପଡ଼ିଛି। ବିପଦପୂର୍ଣ୍ଣ କୋଠାରେ ୨୨ ଜଣ ଶିଶୁ ପାଠପଢ଼ା ଓ ପ୍ରାକ୍ଶିକ୍ଷା ଗ୍ରହଣ କରୁଥିବା ବେଳେ ସେମାନଙ୍କ ସୁରକ୍ଷାକୁ ନେଇ ଅଭିଭାବକଙ୍କ ମଧ୍ୟରେ ଚିନ୍ତା ବଢ଼ିଛି।
୨୦୧୨ ମସିହାରେ ନିର୍ମିତ ଏହି ଅଙ୍ଗନୱାଡ଼ି କେନ୍ଦ୍ର। ପ୍ରାୟ ୧୦ ବର୍ଷ ଧରି ବର୍ଷା ଦିନେ ପାଣି ଗଳୁଥିବା ଅଭିଯୋଗ ହୋଇଛି। ଫଳରେ ଶିଶୁମାନେ ଭିଜା ଓ ଅସୁରକ୍ଷିତ ପରିବେଶରେ ବସି ପଢ଼ିବାକୁ ବାଧ୍ୟ ହେଉଛନ୍ତି। ଏହା ସହିତ କେନ୍ଦ୍ରରେ ବିଦ୍ୟୁତ୍ ସୁବିଧା ମଧ୍ୟ ନାହିଁ। ଅଙ୍ଗନୱାଡ଼ି କର୍ମୀ ମମତା କହଁର ଓ ସହାୟିକା ବିଷ୍ଣୁପ୍ରିୟା କହଁରଙ୍କ ତତ୍ତ୍ୱାବଧାନରେ ୨୨ ଜଣ ଶିଶୁ ଏଠାରେ ଅଧ୍ୟୟନ କରୁଛନ୍ତି। କେନ୍ଦ୍ରର ଦୁରବସ୍ଥା ସତ୍ତ୍ୱେ ଶିଶୁମାନଙ୍କୁ ନିୟମିତ ଭାବେ ଶିକ୍ଷା ଓ ଯତ୍ନ ଯୋଗାଇବାକୁ କର୍ମୀମାନେ ଉଦ୍ୟମ କରୁଛନ୍ତି। ଏ ସମ୍ପର୍କରେ ସରପଞ୍ଚ ରସ୍କିତା କହଁରଙ୍କୁ ପଚାରିବାରୁ ଅଙ୍ଗନବାଡ଼ି କେନ୍ଦ୍ର ମରାମତି ପାଇଁ ୧ ଲକ୍ଷ ୫୦ ହଜାର ଟଙ୍କା ଆସିଥିବା କହିଥିଲେ। କିନ୍ତୁ ଅଧିକ ଖର୍ଚ୍ଚ ହେବାରୁ କାମ ଆରମ୍ଭ ହୋଇନଥିବା ସେ ସୂଚନା ଦେଇଛନ୍ତି। ଏଭଳି ପରିସ୍ଥିତିରେ ଶିଶୁମାନଙ୍କ ସୁରକ୍ଷାକୁ ଗୁରୁତ୍ୱ ଦେଇ ଅଙ୍ଗନୱାଡ଼ି କେନ୍ଦ୍ରର ତୁରନ୍ତ ମରାମତି ସହ ବିଦ୍ୟୁତ୍ ସୁବିଧା ଯୋଗାଇବାକୁ ଅଭିଭାବକ ଓ ଗ୍ରାମବାସୀ ଦାବି କରିଛନ୍ତି।
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା


Post a Comment