BREAKING
Loading...
:

ଆଖିଏ ଲୁହକୁ ଛାତିଏ କୋହ" ସାମାଜିକ ନାଟକ ମଞ୍ଚସ୍ଥ

 "ଆଖିଏ ଲୁହକୁ ଛାତିଏ କୋହ" ସାମାଜିକ ନାଟକ ମଞ୍ଚସ୍ଥ


ଦଶପଲ୍ଲା (ମଣିଭଦ୍ରା ଖବର) ଦଶପଲ୍ଲା ବ୍ଲକ ଅନ୍ତର୍ଗତ ମଧ୍ୟଖଣ୍ଡ ଠାରେ ଶ୍ରୀ ଦଧିବାମନ ଜୀଉଙ୍କ ମନ୍ଦିର ପ୍ରାଙ୍ଗଣରେ ରାସ ଯାତ୍ରା ଅନୁଷ୍ଠିତ ହୋଇଯାଇଛି। ରାସଯାତ୍ରା ର ଶେଷ ଦିବସ ଉପଲକ୍ଷେ ମା ପାଟଅଗଣା ଯୁବନାଟ୍ୟ ସଂସଦ ଆନୁକୂଲ୍ୟରେ ଏ ବର୍ଷର ବହୁଚର୍ଚ୍ଚିତ ସାମାଜିକ ନାଟକ  ଆଖିଏ ଲୁହକୁ ଛାତିଏ କୋହ ମଞ୍ଚସ୍ଥ ହୋଇଯାଇଛି। ଏହି ଉତ୍ସବରେ ମୁଖ୍ୟ ଅତିଥି ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ଯୋଗ ଦେଇଥିବା ବେଳେ ମୁଖ୍ୟବକ୍ତା ଭାବେ ପୂର୍ବତନ ବ୍ଲକ୍ ଅଧ୍ୟକ୍ଷ ଉପେନ୍ଦ୍ର କୁମାର ସାହୁ, ସମ୍ମାନିତ ଅତିଥି ଭାବେ ଗଣିଆ ବ୍ଲକ ପୂର୍ବତନ ଅଧ୍ୟକ୍ଷ ଶେଷଦେବ ସ୍ୱାଇଁ, ୧୧ ନଂ ଜୋନର ଜିଲ୍ଲା ପରିଷଦ ସଭ୍ୟ ବସନ୍ତ ପ୍ରଧାନ, ୦୯ ନଂ ଜୋନର ଜିଲ୍ଲା ପରିଷଦ ସଭ୍ୟ ହରିଶ୍ଚନ୍ଦ୍ର ଜାନି, ଡିହଗାଁ ପଞ୍ଚାୟତ ସମିତି ସଭ୍ୟ ଧ୍ରୁବଚରଣ ପ୍ରଧାନ, ନଛିପୁର ପଞ୍ଚାୟତ ସମିତି ସଭ୍ୟ ପଦ୍ମଚରଣ ପ୍ରଧାନ, ନଛିପୁର ପଞ୍ଚାୟତ ସରପଞ୍ଚଙ୍କ ପ୍ରତିନିଧି ବେଣୁଧର ବେହେରା, ବିଜେଡି ଛାତ୍ର ବ୍ଲକ୍ ଉପ ସଭାପତି ଆଲୋକ ବେହେରା, ବିଜେଡି ଛାତ୍ର ଏନ୍.ଏ.ସି ଉପ ସଭାପତି ଲଳିତ କୁମାର ସାହୁ, ଯାତ୍ରା କମିଟିର ସମ୍ପାଦକ ବାବୁଲି ପରିଡ଼ା ଉପସ୍ଥିତ ଥିଲେ। ରାସ ଯାତ୍ରା କମିଟିର ସଭାପତି ଲୋକନାଥ ପ୍ରଧାନ ମଞ୍ଚ ପରିଚାଳନା କରିଥିଲେ। ମଞ୍ଚସ୍ଥ ନାଟକର ରଚନା ଡ. ଦୀପକ ଜେନା, ନିର୍ଦ୍ଦେଶନା ଦିଲ୍ଲୀପ କୁମାର ବେହେରା (ବାପି), ସହ ନିର୍ଦ୍ଦେଶନା ମାନସ ମହାରଣା, ସଙ୍ଗୀତ ନିର୍ଦ୍ଦେଶନା ମାନସ କୁମାର ଦେଇଥିଲେ। ଏହି ନାଟକରେ ଚନ୍ଦନ, ବାଦଲ, ବବୁଲ୍, ବିପିନ, ଦାସିଆ, କାମେନା, ଖୁକୁନ୍, ଗୁଡୁ ଓ ମହେଶ ପ୍ରମୁଖ ଅଭିନୟ କରିଥିଲେ। ନାଟ୍ୟ ସଂସଦର କୋଷାଦକ୍ଷ ପିଣ୍ଟୁ ପଣ୍ଡା, ସହ କୋଷାଦକ୍ଷ ସନ୍ତୋଷ କୁମାର ପଣ୍ଡା, ପରିଚାଳକ ଚନ୍ଦନ ବାରିକ, ସହ ପରିଚାଳକ ଉଲ୍ଲାସ ମହାରଣା, ଯାତ୍ରା କମିଟିର ପ୍ରଫୁଲ୍ଲ କୁମାର ମହାରଣା, ରାଜେଶ ପରିଡ଼ା, ମଳୟ ପ୍ରଧାନ, ନାରଣ ପଟ୍ଟନାୟକ, ଚିତ୍ତରଞ୍ଜନ ମହାରଣା, ଆନନ୍ଦ ମହାରଣା ଓ ମର୍ଦ୍ଦାବାଡ଼ିସାହି ଗ୍ରାମବାସୀ ବୃନ୍ଦ ନାଟକରେ ସହଯୋଗ କରିଥିଲେ। ଏହି ଉତ୍ସବରେ ୧୦୦୦ ରୁ ଉର୍ଦ୍ଧ୍ବ ଦର୍ଶକ ଉପସ୍ଥିତ ଥିଲେ।

ମଣିଭଦ୍ରା ଖବର, ଦଶପଲ୍ଲା 

Post a Comment

Previous Post Next Post
Header ADS