ବୌଦ୍ଧ ଜିଲ୍ଲା ପାଇଁ ଗୌରବ ଆଣିଛନ୍ତି ଯୁବ ପ୍ରତିଭା ସ୍ନେହାରାଣୀ ମିଶ୍ର। ଦିଲ୍ଲୀରେ ଆୟୋଜିତ ଗ୍ରେସ୍ ଲକ୍ସ ଫ୍ୟାଶନ୍ ୱିକ୍ରେ ସେ ‘ଆର୍ଏଫ୍ଏସ୍ ମିସ୍ ପପୁଲାର ଅଫ୍ ୱେଷ୍ଟର୍ଣ୍ଣ ଓଡ଼ିଶା-୨୦୨୬’ ଟାଇଟଲ୍ ହାସଲ କରିଛନ୍ତି। ଏହି ସଫଳତା ପରେ ତାଙ୍କୁ ଅନ୍ତର୍ଜାତୀୟ ଫ୍ୟାଶନ୍ ଶୋ’ ପାଇଁ ମନୋନୀତ କରାଯାଇଛି।ସ୍ନେହାରାଣୀ ବର୍ତ୍ତମାନ ବୌଦ୍ଧ ମଡେଲ୍ ଡିଗ୍ରୀ କଲେଜର ଛାତ୍ରୀ। ସେ ନୃତ୍ୟରେ ପାରଙ୍ଗମ ହେବା ସହ କରାଟେରେ ବ୍ଲାକ୍ ବେଲ୍ଟ ମଧ୍ୟ ହାସଲ କରିଛନ୍ତି। ତାଙ୍କର ଏହି ସଫଳତା ପାଇଁ ବିଭିନ୍ନ ମହଲରୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଯାଇଛି।
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା


Post a Comment