ଖୁଣ୍ଟା ଅଞ୍ଚଳରେ ଚାଲିଛି ବଡ଼ ଧରଣର ଖଣି ଲୁଟ। ଭିଜିଲାନ୍ସ ତଦନ୍ତ ଦାବୀ।
ଖୁଣ୍ଟା - ମୟୁରଭଂଜ ଜିଲ୍ଲାର ଖୁଣ୍ଟା ତହସିଲ ଅଧିନରେ ଥିବା ଶିମିଳିପାଳ ଅଭୟାରଣ୍ୟ ପାଦ ଦେଶରେ ଦୀର୍ଘ ଦିନ ଧରି ଚାଲିଛି ବେନିୟମ ଖଣି ଖାଦାନ।
ସପନଚୁଆ ଅଞ୍ଚଳରୁ ଗୋଟିଏ ମକଡା ବୋଝେଇ, OD 01G6137 ନମ୍ବର ବିଶିଷ୍ଟ ମିନି ଟ୍ରକକୁ ବନ ବିଭାଗ ଏବଂ ଖଣି ବିଭାଗ ଅଧିକାରୀ ଜବତ କରିଛନ୍ତି। ପରେ ଖୁଣ୍ଟା ଥାନାକୁ ହସ୍ତାନ୍ତର କରିଛନ୍ତି। ଦୀର୍ଘ ଦିନ ଧରି ଦୈନିକ ଶହ ଶହ ଗାଡିରେ ବେନୀୟମ ଭାବେ ମାଙ୍କଡ଼ା ପଥର ଏବଂ ମେଣ୍ଟାଲ ବୋଝେଇ ହୋଇ ବାହାର ଜିଲ୍ଲାକୁ ଚୋରା ଚାଲାଣ ହେଉଛି।ବନ ବିଭାଗ ଏବଂ ଖଣି ବିଭାଗ ଛଅ ମାସ ବର୍ଷେରେ,ରାସ୍ତା ଘାଟରେ ଖଣ୍ଡେ ଅଧେ ଗାଡ଼ି ଧରି ବାହାବା ନେଉଥିବା ସଙ୍ଗୀନ ଅଭିଯୋଗ ସାମ୍ନାକୁ ଆସିଛି। ଖଣି ଖାଦାନ ଭିତରକୁ ଯାଉ ନାହାଁନ୍ତି ବିଭାଗୀୟ ଅଧିକାରୀ।ଚୋରା ଗାଡ଼ି ସବୁ ଯାଇ ସାରିଲା ପରେ ବିଭାଗୀୟ ପେଟ୍ରୋଲିଂ ପାର୍ଟି ଯାଉଛନ୍ତି। ଖାଲି ଟହଲ ମାରୁଛନ୍ତି, ସରକାରୀ ଅର୍ଥ ତାସୋର୍ପାତ କରୁଛନ୍ତି।ଯାହା ଖଣି ଏବଂ ବନ ବିଭାଗର କାର୍ଯ୍ୟ କଳାପ ଉପରେ ସନ୍ଦେହ ସୃଷ୍ଟି କରିଛି। ଖଣି ମାଫିଆ ଏବଂ ବିଭାଗୀୟ ଅଧିକାରୀ ମାନଙ୍କ ଚୋରା ପିରତି ଚାଲିଥିବା ନେଇ ଚର୍ଚ୍ଚା ଆରମ୍ଭ କରିଛନ୍ତି ବୁଦ୍ଧିଜୀବୀ ମାନେ। ଏହି ଘଟଣା ବାବଦରେ ଖଣି ବିଭାଗ ଅଧିକାରୀ ଶ୍ରୀ ମୁଣ୍ଡା ଙ୍କ ମୋବାଇଲ ନମ୍ବର 6371828068 କୁ ତାଙ୍କର ପ୍ରତିକ୍ରିୟା ନେବାକୁ ତିନି ଥର କଲ କରିବା ସତ୍ତ୍ବେ ମହାଶୟ କଲ ରିସିଭ କରି ନ ଥିଲେ। ଏହି ଭଳି ଦୁର୍ନୀତି ଖୋର୍ ଅଧିକାରୀ ମାନଙ୍କ ପାଇଁ,ଆମ ପ୍ରିୟ ଡବଲ ଇଞ୍ଜିନ ସରକାର ବଦନାମ ହେଉଥିବା ସହ କୋଟି କୋଟି ଟଙ୍କାର ରାଜସ୍ବ ହରାଉଛନ୍ତି। ଆଜି ପର୍ଯ୍ୟନ୍ତ କେତେ ପରିମାଣରେ ଖଣି ଲୁଟ ହୋଇଛି ? ତାହାର ଉଚ୍ଚସ୍ତରୀୟ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସବୁ ମହଲରୁ ତୀବ୍ର ଦାବୀ ହେଉଛି। ଭିଜିଲାନ୍ସ ବିଭାଗ ପକ୍ଷରୁ ମଧ୍ୟ ଏହି ଖଣି ଲୁଟ ଘଟଣା ଉପରେ ନଜର ରଖିବାକୁ ସାଧାରଣରେ ଦାବୀ ହେଉଛି।
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା


Post a Comment