ପାଟଣାଗଡ଼ରେ ୨୧ କିଲୋ ଗଞ୍ଜେଇ ଜବତ, ୩ ଅଭିଯୁକ୍ତ କୋର୍ଟ ଚାଲାଣ।
(ବେଳପଡା-): ବଲାଙ୍ଗୀର ଜିଲ୍ଲାର ପାଟଣାଗଡ଼ ଥାନା ଅଞ୍ଚଳରେ ଅବକାରୀ ବିଭାଗ ପକ୍ଷରୁ ଚଢ଼ଉ କରାଯାଇ ୨୧ କିଲୋଗ୍ରାମ ଗଞ୍ଜେଇ ଜବତ କରାଯାଇଛି। ଏହି ଘଟଣାରେ ତିନିଜଣ ଅଭିଯୁକ୍ତଙ୍କୁ ଧରାଯାଇ ପାଟଣାଗଡ଼ ଏଡିଜେ ଅଦାଲତକୁ ପଠାଯାଇଥିବା ଅବକାରୀ ବିଭାଗର ସୂଚନାରୁ ଜଣାପଡ଼ିଛି।
ସୂଚନା ଅନୁସାରେ, ଗୁରୁବାର ଅକ୍ଟୋବର ୨୯ ତାରିଖ ଭୋର୍ ପ୍ରାୟ ୪ଟା ୩୦ ମିନିଟ୍ ସମୟରେ ପାଟଣାଗଡ଼ ଥାନା ଅନ୍ତର୍ଗତ ପଣ୍ଡାମୁଣ୍ଡା ପ୍ରାଥମିକ ବିଦ୍ୟାଳୟ ସମ୍ମୁଖରେ ଅବକାରୀ ବିଭାଗ ପକ୍ଷରୁ ଚଢ଼ଉ କରାଯାଇଥିଲା। ଏକ ଅଲ୍ଟୋ K10 ଚାରିଚକିଆ ଗାଡ଼ିରୁ ୨୧ କିଲୋଗ୍ରାମ ଗଞ୍ଜେଇ ଜବତ ହୋଇଥିଲା।
ଏହି ଘଟଣାରେ ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ଥାନା ଅନ୍ତର୍ଗତ ବାଲିଆଭଟା ଗ୍ରାମର ସ୍ୱର୍ଗତ ନରେନ୍ଦ୍ର ମେହେରଙ୍କ ପୁଅ ସୁଶାନ୍ତ ମେହେର ଓରଫ ଚୁଲା (୨୯), ଜଗମୁଣ୍ଡା ଅଞ୍ଚଳର ନେହେନାବନ୍ଧ ଗ୍ରାମର ଭୀମ ସାହୁଙ୍କ ପୁଅ ନରେନ୍ଦ୍ର ସାହୁ (୨୦) ଏବଂ ସେହି ଗ୍ରାମର ସ୍ୱର୍ଗତ ହଳଧର କୁମ୍ଭାରଙ୍କ ପୁଅ ରାକେଶ କୁମ୍ଭାର (୨୦)ଙ୍କ ନାମ ଅଭିଯୁକ୍ତ ତାଲିକାରେ ରହିଛି।ଏହି ମାମଲା ପାଟଣାଗଡ଼ ଅବକାରୀ ଥାନାରେ ପିଆର୍ ନଂ ୧୫୧/୨୦୨୬-୨୭ରେ ରୁଜୁ ହୋଇଛି। ଅବକାରୀ ବିଭାଗର ଓଆଇସି ଭବାନୀ ଶଙ୍କର ବେହେରା, ଏଏସ୍ଆଇ ପିଣ୍ଟୁ ସାହୁଙ୍କ ସମେତ କନଷ୍ଟେବଳ ଗୁଣମତି ମାଝୀ, ବିନୟ ପଟେଲ ଓ ନିତୀଶ ତାରିଆ ଏହି ଚଢ଼ଉରେ ସାମିଲ ଥିଲେ।
ଅଞ୍ଚଳରେ ନିଶାଦ୍ରବ୍ୟ ଚୋରାଚାଲାଣ ରୋକିବା ଦିଗରେ ଅବକାରୀ ବିଭାଗର ଏହି କାର୍ଯ୍ୟାନୁଷ୍ଠାନକୁ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଭାବେ ଦେଖାଯାଉଛି।
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା


إرسال تعليق