BREAKING
Loading...
:

ଏକ କାଠ ବୋଝେଇ ପିକ ଅପ ବ୍ୟାନ ସହ ତିନି ଜଣଙ୍କୁ ଅଟକ ରଖିଛି ଟିକିରି ବନବିଭାଗ

 



ରାୟଗଡା :ଗତ ରାତ୍ର ପ୍ରାୟ ୧୧. ୨୦ ଘଣ୍ଟିକା ସମୟରେ ବନଖଣ୍ଡ ଅଧିକାରୀ ରାୟଗଡ଼ଙ୍କ ନିର୍ଦ୍ଧେଶ କ୍ରମେ ରାୟଗଡା ବନାଞ୍ଚଳ ଅଧିକାରୀଙ୍କ ସହ ଟିକିରି ଏବଂ ରାୟଗଡା ବନାଞ୍ଚଳ ର ବନ କର୍ମଚାରୀଙ୍କ ମିଳିତ ଉଦ୍ୟମରେ ରାତ୍ର ପେଟ୍ରୋଲିଙ୍ଗ କରିବା ସମୟରେ ଏକ କାଠ ବୋଝେଇ ପିକ ଅପ ବ୍ୟାନ ସହ ତିନି ଜଣଙ୍କୁ ଅଟକ ରଖିଛି ଟିକିରି ବନବିଭାଗ । ତିନି ଜଣଙ୍କୁ ଅଟକ ରଖି ପଚରା ଉଚରା କରିବା ବେଳେ ଖରକା ଗ୍ରାମ ନିକଟସ୍ଥ ଖରକା ସଂରକ୍ଷିତ ଜଙ୍ଗଲରୁ ୭୪ ଗୋଟି ଶାଳ ସାଇଜ ନେଉଥିବା ଜଣାପଡିଛି। ଅଟକ ରଖାଯାଇଥିବା ତିନି ଜଣ ଅଭିଯୁକ୍ତ ମାନେ ଲିମ ଅଡାର ଗ୍ରାମର (୧) *ମିଥୁନ ନାଏକ* , ବୟସ -୩୨ ବର୍ଷ,ପିତା ରାମେଶ୍ଵର ନାଏକ (୨) ଦାସ ମାଝୀ, ବୟସ- ୩୪ ବର୍ଷ,ପିତା -ଜିମ୍ବିରି ମାଝୀ ଏବଂ (୩)ଗଣପତି ମାଝୀ, ବୟସ-୪୨ ବର୍ଷ,, ପିତା ଲାଲମଣି ମାଝୀ ବୋଲି ବିଶେଷ ସୂତ୍ରରୁ ଜଣାପଡିଛି। ଏଥିରେ ଆଉ କେଉଁମାନେ ସମ୍ପୃକ୍ତ ଅଛନ୍ତି ଏ ନେଇ ତଦନ୍ତ ଜାରି ରହିଛି।


ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

Previous Post Next Post
Header ADS