ଦୁର୍ଘଟଣାରେ ଯାତ୍ରୀଙ୍କ ହାତ ଛିଡି ପଡିଲା।
ଢେଙ୍କାନାଳ।
ଅପରାହ୍ନରେ ଟ୍ରକ ପଛପଟେ ବସ୍ ପିଟି ହେବାରୁ ଘଟିଛି ଏକ ଅଭାବନୀୟ ଦୁର୍ଘଟଣା।ମୋଟଙ୍ଗା ଥାନା ନିମବାହାଳୀ ଠାରେ ଟ୍ରକ ପଛ ପଟେ ପିଟି ହୋଇଛି ଏକ ବସ୍।3 ଜଣ ଗୁରୁତର ଆହତ ହୋଇଛନ୍ତି ।ସମସ୍ତ ଗୁରୁତରଙ୍କୁ ଅନୁଗୋଳ ଡ଼ାକ୍ତରଖାନାରେ ଭର୍ତ୍ତି କରାଯାଇଛି।ଢେଙ୍କାନାଳ ଇନ୍ଦିପୁର ରୁ ଏକ ବସ ଯୋଗେ ମେରାମଣ୍ଡଳୀ ର ଘରୋଇ କମ୍ପାନୀରେ କାମ କରୁଥିବା 40 ଠିକା କର୍ମଚାରୀ ଯାଉଥିଲେ । ହଠାତ୍ ବସ୍ ଟି ଟ୍ରକକୁ ପଛରୁ ଧକ୍କା ଦେବା ଫଳରେ ଜଣଙ୍କର ହାତ ଛିଡ଼ି ପଡିବା ସହିତ ଓ ଅନ୍ୟ ଦୁଇଜଣ ଗୁରୁତର ଆହତ ହୋଇଛନ୍ତି।ଦୁର୍ଘଟଣା ର କାରଣ ସାଜିଥିବା ଟ୍ରକ ଘଟଣାସ୍ଥଳରୁ ଚମ୍ପଟ ମାରିଛି l
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା


إرسال تعليق