BREAKING
Loading...
:

ରାୟଗଡାରେ ରାଗିଙ୍ଗ ଅଭିଯୋଗ,:ଷଷ୍ଠ ଶ୍ରେଣୀ ଛାତ୍ରଙ୍କୁ ଦଶମ ଶ୍ରେଣୀ ଛାତ୍ରଙ୍କ ମାଡ l

 


ରାୟଗଡାରେ ରାଗିଙ୍ଗ ଅଭିଯୋଗ,:ଷଷ୍ଠ ଶ୍ରେଣୀ ଛାତ୍ରଙ୍କୁ ଦଶମ ଶ୍ରେଣୀ ଛାତ୍ରଙ୍କ ମାଡ l 

,,,,,,,,,,,,,,,,,,,,,,,,,,,,,,,,,,,,,,

ରାୟଗଡା ଜିଲ୍ଲା ର ରାୟଗଡା ବ୍ଲକ ଅଧୀନରେ ଯାଉଥିବା ପେଣ୍ଟା ଗ୍ରାମର ଏକ ଆବାସିକ ବିଦ୍ୟାଳୟ ରେ ରାଗିଙ୍ଗ କୁ ନେଇ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି l ଅଭିଯୋଗ ଆବୁସାରେ, ଜଣେ ଷଷ୍ଠ ଶ୍ରେଣୀ ଛାତ୍ରଙ୍କୁ ଦଶମ ଶ୍ରେଣୀ ର ଛାତ୍ର ମାଡ ମାରିଥିବା ଅଭିଯୋଗ ହୋଇଛି l ଘଟଣା ସମ୍ପର୍କ ରେ ଖବର ପାଇବା ପରେ ଚାନ୍ଦିଲି ଥାନା iic ଶ୍ରୀ ଯୁକ୍ତ ଉତ୍ତମ କୁମାର ସାହୁ, SDPO ଗୌରହରୀ ସାହୁ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶ୍ରୀ ଯୁକ୍ତ ମହାଦେବ ଚି଼ତୁଆନ, POIC DCPU ମନରଞ୍ଜନ ବାଘ ଏବଂ Legal -cum-probation officer ନିରାକାର ପାଢ଼ୀ ବିଦ୍ୟାଳୟରେ ପହଂଚି ଘଟଣା ସମ୍ପର୍କରେ ଅନୁଧ୍ୟାନ କରିଥିଲେ l 

ଅଭିଯୋଗ ର ସତ୍ୟତା ଜାଣିବା ପାଇଁ ପୋଲିସ ଓ ଶିଶୁ ସୁରକ୍ଷା ବିଭାଗ ପକ୍ଷରୁ ବିଭିନ ଦିଗରୁ ତଥ୍ୟ ସଂଗ୍ରହ ସଂଗ୍ରହ କରାଯାଉଛି l ଘଟଣା ରେ କେଉଁମାନେ ସମ୍ପୃକ୍ତ ଏବଂ ଘଟଣା କିପରି ଘଟିଥିଲା, ସେ ନେଇ ତଦନ୍ତ ଜାରି ରହିଛି l ବିଦ୍ୟାଳୟ ଭଳି ଅନୁଷ୍ଠାନରେ ଛାତ୍ରଛାତ୍ରୀଙ୍କ ସୁରକ୍ଷା ସର୍ବପ୍ରଥମ l ଏଭଳି ଘଟଣାର ପୁନର୍ବତୀ ରୋକିବା ସହିତ ଦୋଷୀଙ୍କ ବିରଧରେ ନିୟମନୁସାରେ ପଦକ୍ଷପ ନେବାକୁ ଦାବି ହେଉଛି l

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

Previous Post Next Post
Header ADS