ଗଣେଶ ପୂଜା ଉପଲକ୍ଷେ ମୁଁ ଅନାଥ ତୁ ଜଗନ୍ନାଥ ସାମାଜିକ ନାଟକ ମଞ୍ଚସ୍ଥ
ଦଶପଲ୍ଲା :- ଦଶପଲ୍ଲା ବ୍ଲକ୍ ଅନ୍ତର୍ଗତ ଡିହଗାଁ ପଞ୍ଚାୟତ ଦିଣ୍ଡାଭୂଇଁ ଗ୍ରାମରେ ଗଣେଶ ପୂଜା ଉପଲକ୍ଷେ, ମା ଦଣ୍ଡକାଳୀ ଯୁବନାଟ୍ୟ ସଂସଦ ଆନୁକୂଲ୍ୟରେ ମୁଁ ଅନାଥ ତୁ ଜଗନ୍ନାଥ ସାମାଜିକ ନାଟକ ମଞ୍ଚସ୍ଥ ହୋଇଯାଇଛି। ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା, ମୁଖ୍ୟବକ୍ତା ଭାବେ ଦଶପଲ୍ଲା ବ୍ଲକ୍ ପୂର୍ବତନ ଅଧ୍ୟକ୍ଷ ଉପେନ୍ଦ୍ର କୁମାର ସାହୁ, ସମ୍ମାନିତ ଅତିଥି ଭାବେ ୧୧ ନଂ ଜୋନର ଜିଲ୍ଲା ପରିଷଦ ସଭ୍ୟ ବସନ୍ତ ପ୍ରଧାନ, ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ଦିଲ୍ଲୀପ କୁମାର ବେହେରା, ଡିହଗାଁ ପଞ୍ଚାୟତ ସରପଞ୍ଚ ବରୁଣ ପାତ୍ର, ଡିହଗାଁ ପଞ୍ଚାୟତ ସମିତି ସଭ୍ୟ ଧ୍ରୁବଚରଣ ପ୍ରଧାନ, ନଛିପୁର ପଞ୍ଚାୟତ ସମିତି ସଭ୍ୟ ପଦ୍ମଚରଣ ପ୍ରଧାନ, ଡିହଗାଁ ପଞ୍ଚାୟତ ସମାଜ ସେବୀ ଫକୀର ମୋହନ ଦଳେଇ, ବିଜେଡ଼ି ଛାତ୍ର ଉପ ସଭାପତି ଆଲୋକ ବେହେରା, କମିଟିର ମ୍ୟାନେଜର ମୋହନ ରାଉତ, ଉପଦେଷ୍ଟା ବନ ମୁଦୁଲି, ବସନ୍ତ ରାଉତ, ଯଦୁନାଥ ପରିଡ଼ା, ଖଦାଳ ବିଶ୍ଵାଳ, ସମ୍ପାଦକ ବିଜୁ ରାଉତ ଓ କମିଟିର ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ। ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ଦିଲ୍ଲୀପ କୁମାର ବେହେରା ସଭା ପରିଚାଳନା କରିଥିଲେ। ମଞ୍ଚସ୍ଥ ନାଟକର ନିର୍ଦ୍ଦେଶନା ଦେଇଥିଲେ ନାରାୟଣ ବେହେରା। ଏହି ନାଟକରେ ଜନାର୍ଦ୍ଦନ, ଛବି, ଦୁଃଶାସନ, ବିକ୍ରମ, ରାହୁଲ୍, ବୁଲୁ, ବିନା, ସଂଗ୍ରାମ, ନବ ଓ ସନ୍ତୋଷ ପ୍ରମୁଖ ଅଭିନୟ କରିଥିଲେ। ଏହି ଉତ୍ସବରେ ୨୦୦୦ ରୁ ଉର୍ଦ୍ଧ୍ବ ଦର୍ଶକ ଉପସ୍ଥିତ ଥିଲେ।
ମଣିଭଦ୍ରା ଖବର, ଦଶପଲ୍ଲା


Post a Comment