BREAKING
Loading...
:

ଯାତ୍ରୀବାହୀ ବେଲୁନ ବସ୍‌ରୁ ଗଞ୍ଜେଇ ଜବତ : ମୋବାଇଲ, ନଗଦ ଟଙ୍କା ସହ ୩ ଜଣ ବସ କର୍ମଚାରୀ ଗିରଫ ।

 ଯାତ୍ରୀବାହୀ ବେଲୁନ ବସ୍‌ରୁ ଗଞ୍ଜେଇ ଜବତ : ମୋବାଇଲ, ନଗଦ ଟଙ୍କା ସହ ୩ ଜଣ ବସ କର୍ମଚାରୀ ଗିରଫ ।



ବାଲିଗୁଡା , -: କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କ.ନୂଆଗାଁ ଥାନା ପୋଲିସ ପାଟ୍ରୋଲିଂ କରୁଥିବା ବେଳେ ଏକ ଯାତ୍ରୀବାହୀ ବସ୍‌ରେ ଚାଲାଣ ହେଉଥିବା ୬୩ କେଜି ୩୦୦ ଗ୍ରାମ ଗଞ୍ଜେଇ ଜବତ କରିଛି ପୁଲିସ। ଏହି ଘଟଣାରେ ବସ୍‌ର ଡ୍ରାଇଭର, ହେଲ୍ପର ଓ କଣ୍ଡକ୍ଟରଙ୍କୁ ପୁଲିସ ଗିରଫ କରିଛି। ପୁଲିସ ସୂଚନା ଅନୁସାରେ କ.ନୂଆଗାଁ ବ୍ଲକ୍‌ ସମ୍ମୁଖରେ ବେଲୁନ ନାମକ ଯାତ୍ରୀବାହୀ  ବସ୍‌ ନଂ.ଓଡି -୦୨ -ଏସି -୧୧୫୧ କୁ ଯାଞ୍ଚ କରାଯାଇଥିଲା। ଯାଞ୍ଚ ସମୟରେ ବସ୍‌ରୁ ବିପୁଳ ପରିମାଣର ଗଞ୍ଜେଇ ଠାବ ହୋଇଥିଲା।

ଏହି ଘଟଣାରେ ଗିରଫ ଅଭିଯୁକ୍ତମାନେ ହେଲେ ବସ ଡ୍ରାଇଭର ଗଞ୍ଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ଥାନା ଅନ୍ତର୍ଗତ କଡୁଆ ଗ୍ରାମର ବିଷ୍ଣୁ ନାଏକଙ୍କ ପୁଅ ସୁଦର୍ଶନ ନାଏକ (୪୨), ବସ୍‌ ହେଲ୍ପର କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ସୁରୁବାଲି ଗ୍ରାମର ସ୍ୱର୍ଗତ ବିନାୟକ ମଲ୍ଲିକଙ୍କ ପୁଅ ବିନୋଦ ମଲ୍ଲିକ (୪୦) ଏବଂ କଣ୍ଡକ୍ଟର ଗଞ୍ଜାମ ଜିଲ୍ଲା ଧରାକୋଟ ଥାନା ମୁସଲିମ ସାହିର ରହିମ ଖାନଙ୍କ ପୁଅ ହମିଦ ଖାନ (୩୦)। ପୁଲିସ ଘଟଣାସ୍ଥଳରୁ ୬୩ କେଜି ୩୦୦ ଗ୍ରାମ ଗଞ୍ଜେଇ, ବସ୍‌, ଗୋଟିଏ ଭିଭୋ, ଗୋଟିଏ ଓପୋ ଓ ଗୋଟିଏ ସାମସଙ୍ଗ ସ୍ମାର୍ଟଫୋନ୍‌ ସହ ୬,୭୦୦ ଟଙ୍କା ନଗଦ ଜବତ କରିଛି। ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ୬.୩ ଲକ୍ଷ ଟଙ୍କା ବୋଲି ସୂଚନା ମିଳିଛି l ଏନେଇ କ.ନୂଆଗାଁ ଥାନାରେ କେସ୍‌ ନଂ. ୧୩୫/୨୬ ପ୍ରକାରେ ଏନ୍‌ଡିପିଏସ୍‌ ଆଇନର ଧାରା ୨୦(ବି)(ii)(ସି) ଅନୁଯାୟୀ ମାମଲା ଏକ ରୁଜୁ ହୋଇଛି। ମାମଲାର ତଦନ୍ତ ଅଧିକାରୀ ଭାବେ କେଳୁ ଚରଣ ଜେନା, ଆଇଆଇସି, କ.ନୂଆଗାଁ ଥାନା ତଦନ୍ତ ଜାରି ରଖିଛନ୍ତି। ଗଞ୍ଜେଇ କେଉଁଠାରୁ ଆସିଥିଲା ଏବଂ କେଉଁଠାକୁ ଚାଲାଣ ହେଉଥିଲା, ସେନେଇ ପୁଲିସ ତଦନ୍ତ କରୁଥିବା ଜଣାପଡ଼ିଛି।

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

Previous Post Next Post
Header ADS