BREAKING
Loading...
:

ଆବର୍ଜନା ଜ୍ୱାଳାରେ ଗୋବରୀ ନଈ ; ଆଶ୍ବସ୍ତି ପାଇଁ ଗୁହାରି




 ଆବର୍ଜନା ଜ୍ୱାଳାରେ ଗୋବରୀ ନଈ ; ଆଶ୍ବସ୍ତି ପାଇଁ ଗୁହାରି 

କେନ୍ଦ୍ରପଡ଼ା, -: 

ନଈ ମାନବ ସଭ୍ୟତା ସହ ଅଙ୍ଗାଙ୍ଗୀ ଭାବେ ଜଡ଼ିତ । ପ୍ରାଚୀନ କାଳରୁ ମାନବ ସଭ୍ୟତା ଆରମ୍ଭରୁ ସମୟରୁ ନଈ କୂଳ ମାନଙ୍କରେ ଜନବସତି ମାନ ଗଢ଼ି ଉଠିଛି । ନଦୀ ଯେଉଁଠି ଜନବସତି ସେଇଠି ଓ ସାଧାରଣ ଜନତାଙ୍କ ଜୀବନ ଜୀବିକା ମଧ୍ୟ ସେଇଠି । ଏହିପରି କେନ୍ଦ୍ରାପଡ଼ା ସହର ପାର୍ଶ୍ୱ ଦେଇ ଗୋବରୀ ନଈ ପ୍ରବାହିତ ହେଉଛି । ନଈଟି ଆକାରରେ ଛୋଟ ହେଲେ ମଧ୍ୟ ଏହା ଲୋକମାନଙ୍କର ଜୀବନ ରେଖା ପାଲଟିଯାଇଛି । ଏହା ଜିଲ୍ଲାର ମେରୁଦଣ୍ଡ କହିଲେ ମଧ୍ୟ ଅତ୍ୟୁକ୍ତି ହେବ ନାହିଁ । କିନ୍ତୁ ଏହି ଗୋବରୀ ନଈଟି ଏବେ ଆବର୍ଜନା କୁଣ୍ଡରେ ପରିଣତ ହୋଇଛି । ଏହି ନଈକୁ ଆବର୍ଜନା ମୁକ୍ତ ପାଇଁ ପ୍ରୟାସ ଜାରି କରିଛନ୍ତି କେନ୍ଦ୍ରାପଡ଼ା ଜିଲ୍ଲାର ସାମାଜିକ ଓ ସଂସ୍କୃତିକ ଅନୁଷ୍ଠାନ ଶ୍ରୀ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟ । ବିଶ୍ୱ ନଦୀ ଦିବସରେ ନଦୀ ମାତା ଗୋବରୀର ଆଳତି କରିବା ସହ ନଦୀ ମାତାକୁ ଶାଢ଼ୀ ପିନ୍ଧାଇ ହୋମ ଯଜ୍ଞ କରି ଟ୍ରଷ୍ଟ ପକ୍ଷରୁ ଗୋବରୀ ନଦୀ ପୂଜନ କାର୍ଯ୍ୟକ୍ରମ କରାଯାଇଛି । ଏହା ସହ ସ୍ଥାନୀୟ ବାସିନ୍ଦାଙ୍କୁ ଗୋବରୀ ନଦୀକୁ ଅଳିଆ ଆବର୍ଜନା ନ ପକାଇବାକୁ ଟ୍ରଷ୍ଟ ପକ୍ଷରୁ ଅନୁରୋଧ କରାଯାଇଛି । ଏହି କାର୍ଯ୍ୟକ୍ରମରେ ନାଗପୁର, ଦେପୁର, କଦଳୀବାଡ଼ି, ସାରଙ୍ଗ, ହଜାରିବଗିଚା ଓ ଆଳିଜଙ୍ଗାର ଅନ୍ତେବାସୀ ଉପସ୍ଥିତ ଥିଲେ । ଏପରି ଏକ କାର୍ଯ୍ୟକ୍ରମ କେନ୍ଦ୍ରାପଡ଼ା ସହରରେ ହେଉଛି ଜାଣି ବହୁ ବୁଦ୍ଧିଜୀବୀ ଓ ବୟୋଜ୍ୟେଷ୍ଠ ବ୍ୟକ୍ତିମାନେ ଟ୍ରଷ୍ଟର କର୍ମକର୍ତାଙ୍କୁ ଧନ୍ୟବାଦ ଦେଇଥିଲେ । ଏ ବର୍ଷ ନଦୀ ପୂଜନ କାର୍ଯ୍ୟକ୍ରମର ମୁଖ୍ୟ ବାର୍ତ୍ତା ଥିଲା ଜଙ୍ଗଲ ନାହିଁ, ନଦୀ ନାହିଁ, ଜଳ ନାହିଁ, ଜୀବନ ନାହିଁ । ଏହି କାର୍ଯ୍ୟକ୍ରମରେ ଟ୍ରଷ୍ଟର ପରାମର୍ଶଦାତା ନିମାଇଁ ଚରଣ କର, ଟ୍ରଷ୍ଟର ମୁଖପାତ୍ର ପ୍ରମୋଦ ନାୟକ, ପୂଜକ ହରେକୃଷ୍ଣ ପଢ଼ିହାରୀ, ମନୋଜ ନାୟକ, ସଂଗ୍ରାମ ଦାସ, ତପନ ସେନାପତି, ଜ୍ଞ୍ୟାନ ରଞ୍ଜନ ମହାନ୍ତି, ଅଜୟ କୁମାର ରାଉତ, ସନ୍ତୋଷ ତରାଇ, ରଞ୍ଜନ କୁମାର ମିଶ୍ର, ମନୋଜ ରାଉତ, ନରୋତ୍ତମ ବିଶ୍ୱାଳ, ରଘୁନାଥ ସ୍ୱାଇଁ ଓ ଜୋତିଷ ଗୌରାଙ୍ଗ ନାୟକଙ୍କ ସହ ଅନେକ ଗ୍ରାମବାସୀ ଉପସ୍ଥିତ ଥିଲେ ।

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

Previous Post Next Post
Header ADS