BREAKING
Loading...
:

ମାଷ୍ଟରମାଇଣ୍ଡ ସମେତ ୩ ଜଣଙ୍କୁ ଗିରଫ କରିଛି ପୋଲିସ

 



ରାୟଗଡ଼ା ଜିଲ୍ଲାରେ ବହୁ ଦିନରୁ ପୁଲିସକୁ ନାକେଦମ କରିରଖିଥିଲା ଏକ ବାଇକ୍‌ ଲୁଟେରା ଗ୍ୟାଙ୍ଗ।ଆଖି ପିଛୁଳାକେ ବାଇକ୍‌ ଚୋରି କରି ଉଭାନ ହୋଇ ଯାଉଥିଲେ ଗ୍ୟାଙ୍ଗର ସଦସ୍ୟ। ଶେଷରେ ପୁଲିସ ଗ୍ରାହକ ସାଜି ଏହି ଗ୍ୟାଙ୍ଗର ପର୍ଦ୍ଦାଫାସ କରିଛି। ମାଷ୍ଟରମାଇଣ୍ଡ ସମେତ ୩ ଜଣଙ୍କୁ ଗିରଫ କରିଛି। ଚୋରି କରିଥିବା ୨୨ଟି ବାଇକ୍‌ ସହ ଚୋରି ପାଇଁ ବ୍ୟବହାର କରୁଥିବା ଗୋଟିଏ ଅଟୋରିକ୍ସା ଜବତ ହୋଇଛି ବୋଲି। ଜିଲ୍ଲା ପୁଲିସ ମୁଖ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଏସ୍‌ପି ରାଜପ୍ରସାଦ ସୂଚନା ଦେଇଛନ୍ତି।ସୀମାଞ୍ଚଳ ମହାନନ୍ଦିଆ, ରାଜେଶ୍ବର ନାଗବଂଶ ଓ ପ୍ରଦୀପ ଚଣ୍ଡିବଂଶର ଏଥିରେ ସଂପୃକ୍ତି ଥିବା ଓ ଗୋଟିଏ ଅଟୋରିକ୍ସାରେ ଏମାନେ ବିଭିନ୍ନ ଅଞ୍ଚଳ ବୁଲୁଥିଲେ ବୋଲି କହିଛନ୍ତି ଏସସ୍ପି କହିଛନ୍ତି।ଉକ୍ତ ସାମ୍ବାଦିକ ସମ୍ମିଳନୀରେ ରାୟଗଡ଼ା ଏସ୍‌ଡିପିଓ ଗୌରହରି ସାହୁ,ରାୟଗଡ଼ା ଥାନା ଆଇଆଇସି କେଶବ ଷଡ଼ଙ୍ଗୀ ଓ ଅନ୍ୟ ପୁଲିସ ଅଧିକାରୀ ଉପସ୍ଥିତ ଥିଲେ।

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

Previous Post Next Post
Header ADS