ହିନ୍ଦୋଳ ପୋଲିସ ଦ୍ୱାରା ଗୋରୁବୋଝେଇ ପିକଅପ ଜବତ,ଦୁଇ ଅଟକ।
ହିନ୍ଦୋଳ।
ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ପୋଲିସକୁ ମିଳିଛି ବଡ଼ ସଫଳତା। ପ୍ରାପ୍ତ ସୂଚନା କ୍ରମେ ଭୋର ସମୟରେ ହିନ୍ଦୋଳ-ନରସିଂହପୁର ରାସ୍ତାରେ ବଡଧରଣର ଗୋଚାଲାଣ ହେଉଥିବାର ଖବରପାଇ ହିନ୍ଦୋଳ ପୋଲିସ ବସଷ୍ଟାଣ୍ଡ ଛକରେ ଭୋର ଚାରିଟାରେ ଜଗି ରହିଥିଲେ।ସେହି ସମୟରେ ଅନୁଗୋଳ ପଟୁ ଦ୍ରୁତଗତିରେ ଏକ ଗୋରୁ ବୋଝେଇ ପିକଅପ ନଂ OD05BS0440 ଗାଡି ପୋଲିସ କୁ ଦେଖି ହଡବଡେଇ ଭାରସାମ୍ୟ ହରାଇ ହଠାତ୍ ଆସି ଅମଲାପଡା ସ୍ଥିତ ଚିତ୍ତରଞ୍ଜନ ଅମାନ୍ତ ଙ୍କ ଦୋକାନରେ ଜୋରରେ ଧକ୍କା ଦେଇଥିଲା।ତେବେ ପୂର୍ବରୁ ଛକି ରହିଥିବା ପୋଲିସ ଗୋରୁ ବୋଝେଇ ପିକଅପ ସହ ୯ଟି ଗୋରୁ ଉଦ୍ଧାର କରି ଦୁଇ ଡ୍ରାଇଭର ଜଗତପୁର ପିରବଜାର ଅଂଚଳର ଜବାହର ଖାନ ଙ୍କର ପୁଅ ଆଫରୋଜ ଖାନ(ଚିଣ୍ଟୁ ) (୨୦), ଶେଖ ସଲିଫ ର ପୁଅ ଏସକେ ସାଫରୋଜ(୨୨)କୁ ଅଟକ ରଖି ତଦନ୍ତ ଜାରି ରଖିଛି।ତେବେ ଆଉ ଗୋଟିଏ ଗୋଚାଲାଣ ଗାଡି କୌଣସି ସୂତ୍ରରୁ ରୁ ଖବର ପାଇ ଅଧା ରାସ୍ତାରୁ ଫେରାର ହୋଇ। ଯାଇଥିଲା ବୋଲି ଜାଣିବାକୁ ମିଳୁଛି।ପୋଲିସ ଘଟଣାର ତଦନ୍ତ ଜାରି ରଖିଛି।।
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା


Post a Comment