BREAKING
Loading...
:

ବିଷାକ୍ତ ସର୍ପ ଦଂଶନରେ ଶିକ୍ଷକଙ୍କ ମୃତ୍ୟୁ। ସାରା ଅଞ୍ଚଳରେ ଶୋକାକୁଳ ପରିବେଶ।

 ବିଷାକ୍ତ ସର୍ପ ଦଂଶନରେ ଶିକ୍ଷକଙ୍କ ମୃତ୍ୟୁ। ସାରା ଅଞ୍ଚଳରେ ଶୋକାକୁଳ ପରିବେଶ।



ମୟୁରଭଞ୍ଜ (ଖୁଣ୍ଟା) - ଖୁବ ଦୁଃଖଦ ଘଟଣା। ସମସ୍ତଙ୍କ ପ୍ରିୟ ଭାନୁ ସାର ଆଉ ନାହାଁନ୍ତି ଇହ ସଂସାରେ। ଘଟଣା ଘଟିଛି ଖୁଣ୍ଟା ବ୍ଲକ ଅନ୍ତର୍ଗତ କୋମୋଳି ସେବାଶ୍ରମର ସହକାରୀ ପ୍ରାଥମିକ ଶିକ୍ଷକ ଭାନୁ ମହାନ୍ତ (୪୨) ଙ୍କର ବିଷାକ୍ତ ସାପ କାମୁଡାରେ ମୃତ୍ୟୁ ହୋଇଛି। ସୁଚନା ଅନୁଯାୟୀ ନିଜ ଘର ବଡପଥରା ଗ୍ରାମରେ,ଗତ  ରାତିରେ ଶୋଇଥିବା ଅବସ୍ଥାରେ ଏକ ବିଷାକ୍ତ ସର୍ପ ତାଙ୍କ ବାମ ପାଖ ଜଙ୍ଘରେ ଦଂଶନ କରିଥିଲା। ଯାହା ଫଳରେ ସେ ଅସୁସ୍ଥ ଅକଶୋକ ହେବା ସହ ଛାଟି ପିଟି ହୋଇଥିଲେ। ତାପରେ ଭୋର ସମୟରେ ପରିବାର ଲୋକେ ସଙ୍ଗେ ସଙ୍ଗେ ତାଙ୍କୁ ପ୍ରଥମେ ଡୁକୁରା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ। ସେଠାରେ ପ୍ରାଥମିକ ଚିକିତ୍ସା ପରେ ଡାକ୍ତର ତାଙ୍କୁ ପି ଆର ଏମ ମେଡିକାଲ ବାରିପଦାକୁ ସ୍ଥାନାନ୍ତରିତ କରିଥିଲେ। ସେଠାରେ ସେ ଚିକିତ୍ସିତ ଅବସ୍ଥାରେ ଦିନ ୧୦ ଟା ସମୟରେ ତାଙ୍କର ପ୍ରାଣବାୟୁ ଉଡିଯାଇଥିଲା। ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଖୁଣ୍ଟା ପୋଲିସ ସେଠାରେ ପହଞ୍ଚି ଶବ ବ୍ୟେବଛେଦ କରାଇଥିଲେ। ଏ ନେଇ ଖୁଣ୍ଟା ଥାନା ୟୁ ଡି କେସ ନମ୍ବର - ୫୩/୨୦୨୬ ରେ ଏକ ମାମଲା ରଜ୍ଜୁ ହୋଇଛି।ପରେ ତାଙ୍କ ମର ଶରୀରକୁ ପ୍ରଥମେ କୋମଳି ସେବାଆଶ୍ରମ କୁ ଆଣିଥିଲେ। ସେଠାରେ ଉପସ୍ଥିତ ଛାତ୍ରଛାତ୍ରୀ ଏବଂ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ତାଙ୍କର ଅତିପ୍ରିୟ ଭାନୁ ସାରଙ୍କୁ ହରାଇ ଆକୁଳ ଭାବରେ ଝୁରି ଝୁରି କାନ୍ଦୁଥିଲେ । ଖୁବ ହୃଦୟ ବିଦାରକ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା ଆଶ୍ରମ ପରିସର। ସମସ୍ତେ ତାଙ୍କ ଆତ୍ମାର ସଦଗତି କାମନା କରି, ମରଶରୀର ରେ ପୁଷ୍ପାଞ୍ଜଳୀ ଅର୍ପଣ କରି ଶେଷ ଦର୍ଶନ କରିଥିଲେ।ସେଠାରୁ ତାଙ୍କ ବାସଭବନ ବଡ଼ପଥରା ଗ୍ରାମକୁ ନିଆ ଯାଇଥିଲା। ସେଠାରେ ମଧ୍ୟ ଖୁବ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା। ସେଠାରେ ତାଙ୍କର ବାପା ମାଆ ଭାଇ, ବନ୍ଧୁ ବାନ୍ଧବ, ସାଇ ପଡ଼ିଶା ଏବଂ ଗୋଟିଏ ମାତ୍ର ୧୦ ବର୍ଷର ଝିଅ ଶୁଭସ୍ମିତା ଏବଂ ତାଙ୍କର ସ୍ତ୍ରୀ ସମସ୍ତେ ବାହୁନି ବାହୁନି କାନ୍ଦୁଥିଲେ । ସେଠାରେ ଶୋକାକୁଳ ପରିବେଶ ଭିତରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଛି।ସ୍ବର୍ଗତ ଭାନୁ ସାର ଖୁବ ମିଷ୍ଠଭାଷୀ, ମେଳାପି, ପରୋପକାରୀ, ଦୟାଳୁ ସ୍ଵଭାବର  ଜଣେ ପ୍ରିୟ ଆଦର୍ଶ ଶିକ୍ଷକ ଥିଲେ। ସାରଙ୍କ ବିୟୋଗ ସମାଜ ତଥା ଶିକ୍ଷା ଜଗତରେ ଏକ ଅପୂରଣୀୟ କ୍ଷତି ହୋଇଛି।

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

Previous Post Next Post
Header ADS