ଲଗାଣ ବର୍ଷାରେ ପ୍ରଭାବିତ ରେଳ ସେବା
,,,,,,,,,,,,,,,,,,,,,,,,,,,,,,,,,,,,,,,,,,
ଲଗାଣ ବର୍ଷାରେ ରାୟଗଡ଼ାରେ ବାଧାପ୍ରାପ୍ତ ହୋଇଛି ରେଳ ଚଳାଚଳ। କେଉଟଗୁଡ଼ା–ଶିଖରପାଇ ରେଳ ଷ୍ଟେସନ ମଧ୍ୟରେ ଟନେଲ ନମ୍ବର ୨୯ ନିକଟରେ ରେଳ ଟ୍ରାକ୍ ଉପରେ ମାଟି ଅତଡ଼ା ଓ ପଥର ଖସିଛି। ଫଳରେ K-R ଲାଇନ୍ରେ ରେଳ ଯାତାୟାତ ବନ୍ଦ ରହିଥିଲା।
ଘଟଣାସ୍ଥଳରେ ରେଳ ବିଭାଗର କର୍ମଚାରୀ ପହଞ୍ଚି ଟ୍ରାକ୍ ଉପରୁ ମାଟି ଓ ପଥର ହଟାଇବା କାର୍ଯ୍ୟ ଆରମ୍ଭ କରିଛନ୍ତି। ରେଳ ଚଳାଚଳ ଶୀଘ୍ର ସ୍ୱାଭାବିକ କରିବାକୁ ଉଦ୍ୟମ ଜାରି ରହିଛି।
ଲଗାଣ ବର୍ଷା ଯୋଗୁଁ ଗତକାଲି ମଧ୍ୟ ରେଳ ଲାଇନ୍ର ଏକାଧିକ ସ୍ଥାନରେ ମାଟି ଅତଡ଼ା ଖସିଥିଲା। ଏବେ ବର୍ଷା ଜାରି ରହିଥିବାରୁ ରେଳ ଲାଇନ୍, ଟନେଲ ଓ ସମ୍ବେଦନଶୀଳ ସ୍ଥାନ ଉପରେ ରେଳ ବିଭାଗ ପକ୍ଷରୁ ଲଗାତାର ନଜର ରଖାଯାଇଛି।
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା


Post a Comment